LIFESTYLE
suno sunao
Aao Nxt
LIFESTYLE_728X90_B
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ବାଘଙ୍କୁ ସୁରକ୍ଷା ଦେଇ ବିଶ୍ୱ ଉପରେ ଉପକାର କରୁଛି ଭାରତ: ରିପୋର୍ଟ

26/05/2023 at 4:46 PM

ନୂଆଦିଲ୍ଲୀ: ବାଘଙ୍କୁ ବଞ୍ଚାଇବା ପାଇଁ ଭାରତର ଅଭିଯାନ ପରିବେଶ ସୁରକ୍ଷାରେ ଦୁନିଆକୁ ସବୁଠୁ ଅଧିକ ସହଯୋଗ କରିଛି । ଏକ ନୂଆ ଅଧ୍ୟୟନରୁ ଜଣାପଡ଼ିଛି ଯେ ବ୍ୟାଘ୍ର ସଂରକ୍ଷଣ କାର୍ଯ୍ୟକ୍ରମ ଅଧିନରେ ଭାରତ ଜଙ୍ଗଲ କାଟ ଉପରେ ରୋକ ଲଗାଇ କାର୍ବନ ନିର୍ଗମନ ଅଟକାଇବାରେ ବଡ଼ ଭୂମିକା ଗ୍ରହଣ କରିଛି ।

ଦୁନିଆର ମୋଟ ବାଘଙ୍କ ତିନି-ଚତୁର୍ଥାଂଶ ସଂଖ୍ୟା ଭାରତରେ ଅଛନ୍ତି । କିନ୍ତୁ ତାଙ୍କ ପ୍ରାକୃତିକ ବାସସ୍ଥାନ ନଷ୍ଟ ହେବା କାରଣରୁ ଗତ କିଛି ଦଶନ୍ଧିରେ ସେମାନଙ୍କ ସଂଖ୍ୟାରେ ହ୍ରାସ ଘଟିଛି । ୧୯୪୭ ମସିହାରେ ଭାରତରେ ୪୦ ହଜାରରୁ ଅଧିକ ବାଘ ଥିଲେ, ଯାହାଙ୍କ ସଂଖ୍ୟା ୨୦୦୬ରେ ମାତ୍ର ୧୫୦୦ରେ ରହିଛି । କିନ୍ତୁ ଚଳିତ ବର୍ଷ ହୋଇଥିବା ଗଣନାରେ ଭାରତରେ ବାଘଙ୍କ ସଂଖ୍ୟା ୩ ହଜାରରେ ପହଞ୍ଚିଛି ।

ବାଘଙ୍କ ସଂଖ୍ୟା ବଢାଇବା ଅଭିଯାନରେ ଭାରତରେ ୫୨ ନୂଆ ବ୍ୟାଘ୍ର ସଂରକ୍ଷଣ ଅଞ୍ଚଳ ସୃଷ୍ଟି କରାଯାଇଛି, ଯେଉଁଠି ଗଛ କାଟିବା ଉପରେ କଠୋର ନିୟମ ରହିଛି । ଡିବ୍ଲୁର ରିପୋର୍ଟ ଅନୁସାରେ ଏହି ପୂରା ଅଭିଯାନ ଉପରେ ନ୍ୟାସନାଲ ୟୁନିଭର୍ସିଟି ଅଫି ସିଙ୍ଗାପୁର ବିଶେଷଜ୍ଞମାନେ ଅଧ୍ୟୟନ କରିଛନ୍ତି ।

ମୁଖ୍ୟ ଗବେଷଣାକାରୀ ଆକାଶ ଲାମ୍ୱା କହିଛନ୍ତି ଯେ ବାଘ ଏକ ଛାତାନୁମା ପ୍ରଜାତି (ଅମ୍ୱ୍ରେଲା ପ୍ରଜାତି) । ଲାମ୍ୱା କୁହନ୍ତି, ଏହାର ଅର୍ଥ ଏହା ଯେ ସେମାନଙ୍କ ସୁରକ୍ଷା ଦେଇ, ସେମାନେ ବାସ କରୁଥିବା ଜଙ୍ଗଲକୁ ମଧ୍ୟ ସୁରକ୍ଷା ଦିଆଯାଉଛି । ଯାହା ଅବିଶ୍ୱସନୀୟ ଭାବେ ବିବିଧ ପ୍ରଜାତିଙ୍କ ଘର ଅଟେ ।

ଏହି ଅଧ୍ୟୟନରୁ ଜଣାପଡ଼ିଛି ଯେ ୨୦୦୧ରୁ ୨୦୨୦ ମଧ୍ୟରେ ୧୬୨ ଅଞ୍ଚଳରେ ୬୧,୦୦୦ ହେକ୍ଟର ବନ କ୍ଷେତ୍ର ନଷ୍ଟ ହୋଇସାରିଥିଲା । ଏଥରୁ ତିନି ଚତୁର୍ଥାଂଶ ବନାଞ୍ଚଳ ବାଘ ସଂରକ୍ଷିତ କ୍ଷେତ୍ରରୁ ବାହାରେ ଥିଲା । ରିପୋର୍ଟ ଅନୁସାରେ ବ୍ୟାଘ୍ର ସଂରକ୍ଷିତ କ୍ଷେତ୍ରରେ ୨୦୦୭ରୁ ୨୦୨୦ ମଧ୍ୟରେ ପ୍ରାୟ ୬,୦୦୦ ଅଞ୍ଚଳର ସୁରକ୍ଷା ସମ୍ଭବ ହୋଇପାରିଛି । ଏହାର ଅର୍ଥ ପ୍ରାୟ ୧୦ ଲକ୍ଷ ମ୍ୟାଟ୍ରିକ୍ ଟନ୍ କାର୍ବନ ନିର୍ଗମନ ରୋକା ଯାଇ ପାରିଛି । ଏତେ ପରିମାଣରେ କାର୍ବନ ନିର୍ଗମନ ରୋକିବା ଦ୍ୱାରା ବଡ଼ ଧରଣ ଆର୍ଥିକ ଲାଭ ମଧ୍ୟ ହୋଇଥାଏ ।

ସାମାଜିତ ଦୃଷ୍ଟି କୋଣକୁ ଧ୍ୟାନରେ ରଖି ଯଦି ଗଣନା କରାଯାଏ, ତେବେ ଏହିପରି ଭାବେ ଭାରତ ୯.୨ କୋଟି ଡଲାର ସଂଚୟ କରିଛି । ଯଦି ସୁରକ୍ଷା ଦିଆଯାଇଥିବା ଜଙ୍ଗଲର ଆର୍ଥିକ ପ୍ରଭାବ ଉପରେ ନଜର ପକାଇଲେ ଏହା ୬୦ ଲକ୍ଷ ଡଲାରରୁ ଅଧିକ ସଂଚୟ ହୋଇଛି ।

   Related Posts