ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସୁଛି ଆଉ ଏକ ଲଘୁଚାପ ! ୮ରୁ ବର୍ଷା ସମ୍ଭାବନା
  • ||
  • ପଦ୍ମପୁର ଉପନିର୍ବାଚନ : ନେତା ବାଛିବେ ଜନତା, ଭୋଟ ଦେବେ ୨ ଲକ୍ଷରୁ ଅଧିକ ଭୋଟର
  • ||

Dvorak Technique: କିପରି ମିଳେ ବାତ୍ୟା ପୂର୍ବର ସୂଚନା ? ଜାଣନ୍ତୁ ଏହା ପଛର ଟେକନିକ୍

24/09/2022 at 6:53 PM

ନୂଆଦିଲ୍ଲୀ: ଭେର୍ନୋନ ଡଭୋରାକଙ୍କ ଗତ କିଛି ଦିନ ତଳେ ନିଧନ ହୋଇଛି । ମାନବ ସମାଜ ପାଇଁ ଭେର୍ନୋନ ଡଭୋରାକଙ୍କ ଅବଦାନ ତାଙ୍କୁ ସବୁବେଳେ ସ୍ମରଣୀୟ କରି ରଖିବ । ସାରା ଦୁନିଆ ସବୁବେଳେ ତାଙ୍କ ଆଗରେ କୃତଜ୍ଞ ହୋଇ ରହିବ । ଉନ୍ନତ ଜ୍ଞାନକୌଶଳ ଏବଂ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସିର ଯୁଗରେ ମଧ୍ୟ ୫୦ ବର୍ଷ ପୂର୍ବେ ବାତ୍ୟାର ପୂର୍ବାନୁମାନ ପାଇଁ ଭେର୍ନୋନ ଯେଉଁ ପ୍ରଣାଳୀ ପ୍ରସ୍ତୁତ କରିଥିଲେ ଏହା ଉପରେ ଆଜି ମଧ୍ୟ ଭରଷା କରାଯାଉଛି ।

୧୯୬୯ ମସିହାରେ ପ୍ରଥମ ଥର ପାଇଁ ଏହି ଜ୍ଞାନକୌଶଳର ବ୍ୟବହାର କରାଯାଇଥିଲା । ଉତ୍ତର ପଶ୍ଚିମ ପ୍ରଶାନ୍ତ ମହାସାଗରରେ ସାମୁଦ୍ରିକ ଝଡ଼ ଉପରେ ନଜର ରଖିବା ପାଇଁ ଏହାର ବ୍ୟବହାର କରାଯାଇଥିଲା । ବାତ୍ୟାର ପୂର୍ବ ସୂଚନା ଜାଣିବା ପାଇଁ ଟ୍ରପିକାଲ୍ ସାଇକ୍ଲୋନ୍ ପରି ବାତ୍ୟା, ସାମୁଦ୍ରିକ ଝଡ଼ ଏବଂ ଟାଇଫୁନର ବିଶେଷତା ଯାଞ୍ଚ କରିବା ପାଇଁ ପୋଲାର ସାଟେସାଇଟରୁ ନିଆଯାଇଥିବା ଫଟୋର ବ୍ୟବହାର କରାଯାଇଥାଏ । ବାତ୍ୟାର ପୂର୍ବାନୁମାନ ପାଇଁ ଦିନରେ ସ୍ପେକ୍ଟ୍ରମର ଫଟୋ ବ୍ୟବହାର କରାଯାଉଥିଲା, ଅନ୍ୟପଟେ ରାତିରେ ସମୁଦ୍ରର ଫଟୋର ସାହାଯ୍ୟ ନିଆଯାଉଥିଲା।

ଏହି ଜ୍ଞାନକୌଶଳକୁ ପାଣିପାଗ ସମ୍ପର୍କିତ ଉଦ୍ଭାବନରେ ବଡ଼ ଉପଲବ୍ଧି ମଧ୍ୟରୁ ଗୋଟିଏ ବୋଲି କୁହାଯାଏ । ଉଦ୍ଭାବନ ପରେ ଏହା ଅନେକ ପର୍ଯ୍ୟାୟ ଦେଇ ବିକଶତ ହୋଇଛି । ବିଶେଷଜ୍ଞଙ୍କ ଦାବି ଏହି କୌଶଳ ବାତ୍ୟାର ତୀବ୍ରତାର ଅନୁମାନ କରିବାରେ ଏକ ମାର୍ଗଦର୍ଶକ । ଏହା ସ୍ଥାନୀୟ ପ୍ରଶାସନକୁ ଉପକୂଳବର୍ତ୍ତୀ ତଥା ଅନ୍ୟ ଆଖପାଖ ଅଞ୍ଚଳର ବାସିନ୍ଦାଙ୍କୁ ସୁରକ୍ଷିତ ସ୍ଥାନକୁ ନେବା ପାଇଁ ପୂର୍ବ ସୂଚନା ଦେଇଥାଏ ।

ଭାରତୀୟ ପାଣିପାଗ ବିଭାଗର ଦାବି, ଏହାକୁ ପ୍ରୟୋଗ କରି ହାସଲ କରାଯାଇଥିବା ଫଟୋରୁ ବାତ୍ୟାର ସୃଷ୍ଟି ଏବଂ ଏହା ପ୍ରକାରକୁ ଚିହ୍ନଟ କରାଯାଇଥାଏ। ଏହାସହ ଡଭୋରାକ ପ୍ରଣାଳୀରେ ବାତ୍ୟାର ତୀବ୍ରତାର ଅନୁମାନ କରିବାରେ ସହଜ ହୋଇଥାଏ।

ଭେର୍ନୋନ ଡଭୋରାକ ଆମେରିକାର ଜଣେ ପ୍ରସିଦ୍ଧ ପାଣିପାଗ ବିଜ୍ଞାନୀ । ୧୯୭୦ ଦଶନ୍ଧି ଆରମ୍ଭରେ ଡଭୋରାକ କୌଶଳକୁ ବିକଶିତ କରିବାର ଶ୍ରେୟ ତାଙ୍କୁ ଦିଆଯାଏ । ଚଳିତ ବର୍ଷ ମେ ମାସରେ ଏହାକୁ ଅଧିକ ବିକଶିତ କରାଯାଇ ଆଡଭାନ୍ସ ଡଭୋରାକ ଟେକନିକ(ଏଡିଟି) ନାଁ ଦିଆଯାଇଥିଲା।

   Related Posts