କେମିତି ମରିଥିଲା ଦୁନିଆର ସବୁଠୁ ଖତର୍ନାକ ଆତଙ୍କବାଦୀ ବାଗଦାଦି, ଆମେରିକା ଜାରି କଲା ବ୍ଲାକ୍ ଆଣ୍ଡ ହ୍ବାଇଟ୍ ଫଟୋ ଓ ଭିଡିଓ

Published By : Prameya-News7 Bureau | October 31, 2019 IST

ଓ୍ବାସିଙ୍ଗଟନ୍‌୩୧/୧୦: ଇସ୍ଲାମିକ୍ ଷ୍ଟେଟ୍‌ର ଖତର୍ନାକ  ଆତଙ୍କବାଦୀ ଅବୁ ବକର ଅଲ  ବାଗଦାଦି ଉପରେ ହୋଇଥିବା ଆକ୍ରମଣର ଫଟୋ ଓ ଭିଡିଓଗୁଡିକୁ ଆମେରିକାର ରକ୍ଷା ବିଭାଗ ପେଣ୍ଟାଗନ ପ୍ରସାରିତ କରିଛି। ବ୍ଲାକ ଆଣ୍ଡ୍ ହ୍ବାଇଟ୍ ଫଟୋରେ ବାଗଦାଦି ଉପରେ ହୋଇଥିବା ଆକ୍ରମଣର ଦୃଶ୍ୟ ସ୍ପଷ୍ଟ ଭାବେ ରହିଛି। ଆମେରିକା ସେନା କିଭଳି ଭାବେ ଉତ୍ତର-ପଶ୍ଚିମ ସିରିୟା​‌ରେ ପ୍ରବେଶ କରିଛି ତାହାର ଦୃଶ୍ୟ ମଧ୍ୟ ଏଥିରେ କଏଦ ହୋଇଛି। ଏହି ସ୍ଥାନରେ  ଦୁନିଆର ସବୁଠୁ ଖତର୍ନାକ ଆତଙ୍କବାଦୀ  ବାଗଦାଦି ଲୁଚି ରହିଥିଲା। ଆମେରିକାର ଇଦ୍‌ଲିବ୍ ପ୍ରାନ୍ତରେ  ବାଗଦାଦି ଆଡ୍ଡା ଉପ​‌ରେ ହେଲିକ୍ୟାପ୍ଟର ମାଧ୍ୟମରେ ହୋଇଥିବା ଗୁଳିବର୍ଷଣର ଭିଡିଓ ମଧ୍ୟ ଆମେରିକାର ପେଣ୍ଟାଗନ ପ୍ରସାରିତ କରିଛି। ଆମେରିକା ହେଲିକ୍ୟାପ୍ଟର ଉପରକୁ ଆକ୍ରମଣକାରୀ ଗୁଳିମାଡ଼ କରୁଥିବାର ଦୃଶ୍ୟ ମଧ୍ୟ ଭିଡିଓରେ ରେକର୍ଡିଂ ରହିଛି। ଆକ୍ରମଣ ପୂର୍ବରୁ ଓ ଆକ୍ରମଣ ପରର ଫଟୋ ମଧ୍ୟ ଆମେରିକା ଜାରି କରିଛି।

ୟୁଏନ ସେଣ୍ଟ୍ରାଲର କମାଣ୍ଡର ମରୀନ କର୍ପ୍ସ ଜେନେରାଲ କେନେଥ୍‌ ​‌ମ୍ୟାକେନଜୀଙ୍କ କହିବା ଅନୁସାରେ  ବାଗଦାଦିଙ୍କ ସହ  ଦୁଇଜଣ ପିଲା ,ଚାରିଜଣ ମହିଳା ଓ ଜଣେ ପୁରୁଷଙ୍କ ମୃତ୍ୟୁ ହୋଇଛି। କିନ୍ତୁ ଅନ୍ୟପଟେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଥିଲେ ଯେ ଆମେରିକା ସେନାଙ୍କ ଆକ୍ରମଣରେ  ବାଗଦାଦି ସହ ତିନିଜଣ ପିଲାଙ୍କ ମୃତ୍ୟୁ ହୋଇଛି। ଡୋନାଲଡ୍ ଟ୍ରମ୍ପ ଭୁଲ ତଥ୍ୟ ଦେଇଥିବା କଥା ମ୍ୟାକେନଜୀ କହିଛନ୍ତି।  ବାଗଦାଦି ଉପରେ ଆମେରିକା ସେନା ଆକ୍ରମଣ କରିବା ସମୟରେ ସେ ତାଙ୍କ ଦୁଇଜଣ ପିଲାଙ୍କୁ ସାଙ୍ଗରେ ଏକ ସୁଢ଼ଙ୍ଗ ଭିତରକୁ ପଶିଯାଇଥିଲେ। କିଛି ସମୟ ପରେ ବିସ୍ପୋରଣ ହୋଇଥିଲା । ଏହି ସବୁ ଘଟଣାର ଭିଡିଓ ରେକର୍ଡିଂ ହୋଇଥିଲା। ବୁଧବାର ଆମେରିକାର ପେଣ୍ଟାଗନ ଏହାର ପ୍ରସାରଣ କରିଛନ୍ତି।

୨୦୦୬ରେ ଆଲକାଏଦାର ଏକ ଶାଖାକୁ ବଦଳାଇ IS ନାଁ ଦେଇଥିଲା ବାଗଦାଦୀ । ୨୦୧୩ରେ ଏହା ISIS ନାଁରେ ଆତଙ୍କୀ କାରନାମା ଚଳାଇଥିଲା । ISIS ଆତଙ୍କୀ ବିଦେଶୀ ନାଗରିକଙ୍କୁ ଧରି ସେମାନଙ୍କ ମୁଣ୍ଡ କାଟିବା ଭଳି ଜଘନ୍ୟ କାଣ୍ଡ କରୁଥିଲେ । ଏହାଦ୍ବାରା ଅନ୍ତର୍ଜାତୀୟ ସ୍ତରରେ ଚାପ ସୃଷ୍ଟି କରିବା ଏବଂ ଆତଙ୍କ ଖେଳାଇବା ଥିଲା ଲକ୍ଷ୍ୟ । ଏହାପରଠୁ ବାଗଦାଦିକୁ ଧରିବା ଲାଗି ଆମେରିକା ସେନା ଅପରେସନ୍ ଚଳାଇଥିଲା ।

୨୦୧୪ରେ ମୋସୁଲ ଠାରେ ଥିବା ମସଜିଦରେ ବାଗଦାଦି ଦେଇଥିବା ଭାଷଣ ଚର୍ଚ୍ଚାକୁ ଆସିଥିଲା । ୨୦୧୭ରେ ଆମେରିକା ସେନାର ଏୟାର ଷ୍ଟ୍ରାଇକ୍ ଅପରେସନରେ ବାଗଦାଦି ଆହତ ହୋଇଥିବା କୁହାଯାଇଥିଲା । ତେବେ ଏହାପରେ ସେ ବାରମ୍ବାର ଭିଡିଓ ଜାରି କରି ନିଜର ଉପସ୍ଥିତି ଜାହିର କରିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.