LIFESTYLE
suno sunao
Aao Nxt
LIFESTYLE_728X90
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

୧୦ ହଜାରରୁ ୬୦ ହଜାରକୁ ପାର, ଜାଣନ୍ତୁ ୧୭ ବର୍ଷରେ କେମିତି ୬ ଗୁଣାରୁ ଅଧିକ ହେଲା ସୁନାମୂଲ୍ୟ?

21/03/2023 at 7:03 PM

ନୂଆଦିଲ୍ଲୀ ୨୧।୩: ଆମେରିକା ଓ ୟୁରୋପରେ ଉପୁଜିଥିବା ବ୍ୟାଙ୍କିଙ୍ଗ ସଂକଟରେ ସାରା ବିଶ୍ୱର ସେୟାର ବଜାର ଏବେ ହ୍ରାସର ସମ୍ମୁଖୀନ ହୋଇଛନ୍ତି। ଏଣୁ ଭାରତୀୟ ବଜାରରେ ସୁନା ମୂଲ୍ୟରେ ରେକର୍ଡ ବୃଦ୍ଧି ଦେଖାଦେଇଛି। ଦିଲ୍ଲୀ ସ୍ୱର୍ଣ୍ଣଳଙ୍କାର ବଜାରରେ ସୋମବାର ସୁନା ୧୪ଶହ ଟଙ୍କା ମହଙ୍ଗା ହୋଇ  ପ୍ରତି ୧୦ ଗ୍ରାମ ଦର ୬୦ ହଜାର ୧୦୦ ଟଙ୍କାକୁ ପାର କରିଛି। ଆର୍ଥିକ ସଂକଟଜନକ ପରିସ୍ଥିତିରେ ଭାରତୀୟ ନିବେଶକଙ୍କ ଲାଗି ସୁନା ସବୁଠୁ ପସନ୍ଦର ନିବେଶ ପାଲଟିଛି। ଏହି ପରି ଗତ ୧୭ ବର୍ଷରେ ସୁନା ଦର ୬ ଗୁଣା ବୃଦ୍ଧି ହୋଇଛି।

ମାର୍କେଟ୍ ଏକ୍ସପର୍ଟଙ୍କ ଅନୁସାରେ ଆମେରିକା ଓ ଅନ୍ୟ ଦେଶର ବ୍ୟାଙ୍କିଙ୍ଗ ସଂକଟ ଭାରତରେ ସୁନା ମୂଲ୍ୟ ବୃଦ୍ଧିର କାରଣ ହୋଇଛି। ଦୁର୍ବଳ ଡଲାର ଓ ସେୟାର ବଜାରରେ ଅନିଶ୍ଚିତତାର ସ୍ଥିତି ସୁନା ଦର ବୃଦ୍ଧିରେ ସହାୟକ ହେଉଛି। ସେୟାର ବଜାର ହ୍ରାସ ଯୋଗୁ ସୁନାକୁ ଯେଉଁ ସମର୍ଥନ ମିଳିଛି ଖାସ ସେଥି ଯୋଗୁ ମାତ୍ର ସପ୍ତହକରେ ପ୍ରତି ୧୦ ଗ୍ରାମ ୫୫ ହଜାରରେ କାରବାର କରୁଥିବା ସୁନା ୬୦ ହଜାର ୧୦୦ ଟଙ୍କାକୁ ପହଞ୍ଚିଛି।

ଗତ ୧୭ ବର୍ଷରେ ସୁନା ୧୦ ହଜାରରୁ ବଢି ବଢି ୬୦ ହଜାରକୁ ପହଞ୍ଚିଛି। ୨୦୦୬ ମସିହା ମେ ମାସରେ ପ୍ରତି ୧୦ ଗ୍ରାମ ସୁନା ଦର ୧୦ ହଜାର ଟଙ୍କା ଥିଲା। ଏଥିରେ ୧୭ ବର୍ଷରେ ସୁନା ୫୦ ହଜାର ଟଙ୍କା ମହଙ୍ଗା ହୋଇଛି। ଏକ୍ସପର୍ଟଙ୍କ ଅନୁସାରେ ସୁନା ଦର ବୃଦ୍ଧି ଆଗକୁ ମଧ୍ୟ ଜାରି ରହିବ। ଏଥିରେ ଆଗାମୀ ୧ ମାସ ମଧ୍ୟରେ ପ୍ରତି ୧୦ ଗ୍ରାମ ସୁନା ଲାଗି ଗ୍ରାହକଙ୍କୁ ହୁଏତ ୬୨ ହଜାର ଟଙ୍କା ଦେବାକୁ ପଡିପାରେ ବୋଲି ବଜାର ବିଶେଷଜ୍ଞମାନେ ଆକଳନ କରୁଛନ୍ତି।

ଆମେରିକା ଫେଡେରାଲ ରିଜର୍ଭ ଓ ଅନ୍ୟଦେଶମାନଙ୍କର କେନ୍ଦ୍ରୀୟ ବ୍ୟାଙ୍କ ସୁଧହାର ବୃଦ୍ଧି କରିବା ଯୋଗୁ ସାରା ବିଶ୍ୱରେ ଏବେ ବ୍ୟାଙ୍କିଙ୍ଗ ସଂକଟ ଦେଖା ଦେଇଛି। ଆର୍ଥିକ ମାନ୍ଦାବସ୍ଥା ଆଶଙ୍କାରେ ସୁନା ମୂଲ୍ୟ ଏପରି ଚମକୁଛି। ଗତବର୍ଷ ଋଷିଆ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଯୋଗୁ ସୁନା ମୂଲ୍ୟରେ ହ୍ରାସ ଦେଖାଯାଇଥିଲା। ତେବେ ଗତ ଦିପାବଳୀରେ ସୁନାମୂଲ୍ୟ ପୁଣି ବଢିବା ଆରମ୍ଭ କରିଥିବା ବେଳେ ମାର୍ଚ୍ଚ ହେଉ ହେଉ ଐତିହାସିକ ଉଚ୍ଚସ୍ତରକୁ ପହଞ୍ଛି।  

   Related Posts