କେବଳ ଗୋଟିଏ ମଣ୍ଡି, ପୂରା ସହରରେ ୨୦୦୦ରୁ ଅଧିକ ଲୋକ କରୋନା ସଂକ୍ରମଣର ଶିକାର ହେଲେ

Published By : Prameya-News7 Bureau | May 08, 2020 IST

ଚେନ୍ନାଇ ୦୮।୦୫: ତାମିଲନାଡୁ ସରକାରଙ୍କୁ ଯେବେ ଲାଗିଲା ଯେ, କୋଏମ୍ବେଡୁ ହୋଲସେଲ୍ ମାର୍କେଟ୍‌ କରୋନା ଭାଇରସ୍‌ର କ୍ଲଷ୍ଟର ହୋଇପାରେ, ଏହା ପ୍ରଶାସନର ଚିନ୍ତାକୁ ଆହୁରି ବଢାଇ ଦେଇଥିଲା। ଚାହିଁଥିଲେ ସେମାନେ ବିନା କୌଣସି ବିକଳ୍ପ କରି ତୁରନ୍ତ ଏହାକୁ ବନ୍ଦ କରି ପାରିଥାନ୍ତେ। ଏମିତି ହୋଇଥିଲେ ସମଗ୍ର ସହରକୁ ପରିବା ଯୋଗାଣା ସଂପୂର୍ଣ୍ଣ ଠପ୍ ହୋଇ ଯାଇଥାନ୍ତା। ଏହି ସ୍ଥିତିରେ କଣ କରାଯିବ ନିଷ୍ପତ୍ତି ନ ନେଇ ପାରିବା କାରଣରୁ ଆଜି ତାମିଲନାଡୁରେ କରୋନା କେସ୍‌ ସଂଖ୍ୟା ଅଧିକ ବଢିଛି।

କାରଣ ପ୍ରଥମ କେସ୍ ସାମ୍ନାକୁ ଆସିବାର ଏକ ସପ୍ତାହ ପରେ ଯେବେ ଏପ୍ରିଲ ୨୭ରେ ବ୍ୟବସାୟୀଙ୍କ ସହ ବଜାର ସ୍ଥାନାନ୍ତର କରିବା ନେଇ ଆଲୋଚନା ହେଲା, ସେହି ସମୟରେ ବି କୌଣସି ପଦକ୍ଷେପ ନିଆଗଲା ନାହିଁ।

{"id":266834,"sizeSlug":"large"}

ଯେମିତି ଯେମିତି ଦିନ ବିତି ଚାଲିଲା ଭାଇରସ୍‌ର ପ୍ରକୋପ ବଢିଚାଲିଲା। ଶେଷରେ ମେ ୪ରେ ବଜାରକୁ ବନ୍ଦ କରାଗଲା। ସେତେବେଳକୁ ମାର୍କେଟ୍‌ ସ୍ଵତପ୍ରବୃତଃ ହଟ୍‌ସ୍ପଟ୍‌ରେ ପରିଣତ  ହୋଇ ସାରିଥିଲା। ସେଠାରୁ ଗୋଟିଏ ଦିନରେ ୩୦୦ ସଂକ୍ରମିତ ଚିହ୍ନଟ ହୋଇଥିଲେ। ସେହି ସମୟରେ ପୂରା ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୫୨୭ ଥିଲା।

ତାମିଲନାଡୁରେ ଗୁରୁବାର କରୋନା ଭାଇରସ୍‌ରେ ୫୮୦ ନୂତନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଯେବେ କୋଏମ୍ବେଡୁ ବଜାର କ୍ଲଷ୍ଟରରୁ ସଂକ୍ରମିତ ଚିହ୍ନଟ ହେଲେ ସେମାନଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କ ରିପୋର୍ଟ ମଧ୍ୟ କରୋନା ପଜିଟିଭ୍ ଆସିଛି। ଏହି ପରି କୋଏମ୍ବେଡୁ ବଜାରରୁ ୨୦୦୦ କରୋନା ସଂକ୍ରମିତ ଚିହ୍ନଟ ହୋଇ ସାରିଲେଣି।  ତାମିଲନାଡୁରେ ଗୁରୁବାର ସୁଦ୍ଧା ମୋଟ୍ ସଂକ୍ରମିତ ସଂଖ୍ୟା ୫୪୦୯ ଥିଲେ, ଯେଉଁଥିରେ ସକ୍ରିୟ କେସ୍ ସଂଖ୍ୟା ୩୮୨୨ ରହିଥିଲା।

{"id":266835,"sizeSlug":"large"}

କଣ୍ଟେନମେଣ୍ଟ ଜୋନ୍‌ ବିଷୟରେ ସୂଚନା ରଖୁଥିବା ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, କୋଏମ୍ବେଡୁ ବଜାରରେ ଅଧିକ ସଂଖ୍ୟକ ଲୋକ ରହୁଥିଲେ। ଏଠାରେ ଯିବା ଆସିବା କରୁଥିବା ଲୋକ ସଂକ୍ରମିତ ହୋଇ ନଥିଲେ। ଏଠାରେ ଦୋକାନୀ ଏବଂ କାମ କରୁଥିବା ଲୋକ ଅଧିକ ସଂଖ୍ୟାରେ ରହୁଥିଲେ ଏବଂ ଏହି ମାନେ ହିଁ ସଂକ୍ରମିତ ହୋଇଛନ୍ତି। ଯଦି ବଜାର ବନ୍ଦ କରି ଦିଆଯାଇଥାନ୍ତା ତେବେ ସହରକୁ ଅତ୍ୟାବଶ୍ୟକ ବସ୍ତୁର ଯୋଗାଣ ହୋଇ ପାରିନଥାନ୍ତା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.