କେମିତି ସନ୍ତୋଷ ରାଉଳରୁ ଭଗବାନ ନାଟକ କରିଥିଲେ ସାରଥୀ-ବରିଷ୍ଠ ପୁଲିସ ଅଧିକାରୀଙ୍କୁ ଦେଇଥିଲେ ସୂଚନା

Published By : Prameya-News7 Bureau | December 02, 2019 IST

ଭୁବନେଶ୍ୱର ୦୨।୧୧ ନ୍ୟୁଜ ୭ର ଷ୍ଟିଙ୍ଗ ଅପରେସନରେ ଭଣ୍ଡବାବା ସାରଥୀର ମୁଖାଖୋଲିଥିଲା ।  ତେବେ ଗିରଫଦାରୀ ପରେ ପୋଲିସ ଆଗରେ କଣ ବୟାନ ରଖିଥିଲା ସାରଥୀ? କେମିତି ସନ୍ତୋଷ ରାଉଳରୁ ସେ ଭଗବାନର ନାଟକ କରିଥିଲା ଏସବୁ ବଖାଣିଥିଲା ? କେମିତି ସିମେଣ୍ଟ ଗାଈରୁ କ୍ଷୀର ବାହାରିଲା ? ପୋଲିସର ଏ ସବୁ ପ୍ରଶ୍ନରେ କଣ ଥିଲା ସାରଥୀର ଉତ୍ତର । ଯାହାର ପୂରା ତଥ୍ୟ ଆଇପିଏସ ଅରୁଣ ବୋଥ୍ରାଙ୍କ ଟ୍ବିଟ  ।

wp:core-embed/twitter {"url":"https://twitter.com/arunbothra/status/1200958154839715840?s=20","type":"rich","providerNameSlug":"twitter","className":""}
https://twitter.com/arunbothra/status/1200958154839715840?s=20
/wp:core-embed/twitter

ପୁଣି ମାନ୍ୟବରଙ୍କ କାହାଣୀର ଫର୍ଦ୍ଦ ଲେଉଟିଲା । ମାନ୍ୟବର ସାରଥୀ। ସେହି ଭଣ୍ଡ ସନ୍ତୋଷ ରାଉଳ।  କିଭଳି ସନ୍ତୋଷରୁ ସାରଥୀ ସାରଥୀରୁ ମିଛଭଗବାନ ପାଲଟିଗଲେ? କେମିତି ବନି ଯାଇଥିଲା ଅବତାର ପୁରୁଷ ? କଣ ଥିଲା ସିମେଣ୍ଟ ଗାଈରୁ କ୍ଷୀର ଝରିବାର ସତ ? ବର୍ଷ ବର୍ଷ ଧରି ଲୋକଙ୍କୁ ଭୂଆଁ ବନାଇବା ପରେ ନ୍ୟୁଜ7 ଖୋଲିଥିଲା ସାରଥୀର ମୁଖା ।

wp:core-embed/twitter {"url":"https://twitter.com/arunbothra/status/1200998513946972162?s=20","type":"rich","providerNameSlug":"twitter","className":""}
https://twitter.com/arunbothra/status/1200998513946972162?s=20
/wp:core-embed/twitter

ଆଉ ପୋଲିସ ହାତକଡ଼ି ବାଜୁ ବାଜୁ ସାରଥୀ ବି ସବୁ ସତ ଓଗାଳି ଦେଇଥିଲା । ନିଜର ଟ୍ୱିଟର ହ୍ୟାଣ୍ଡେଲରେ ଏଭଳି ରୋଚକ ତଥ୍ୟ ରଖିଛନ୍ତି ସାରଥୀଙ୍କୁ ଗିରଫ କରିଥିବା ଆଇପିଏସ ଅରୁଣ ବୋଥ୍ରା । ଅରୁଣ କହିଛନ୍ତି, ସାରଥୀ ଜାଣିଥିଲେ ସେ ଭଗବାନ ନୁହନ୍ତି ।

{"id":193094,"sizeSlug":"large"}

ଲୋକେ ତାଙ୍କୁ ଭଗବାନ ବୋଲି ଘୋଷଣା କରି ଅବତାର ପୁରୁଷ କରିଦେଲେ । ଆଉ ମିଛରେ ହେଉ ପଛେ ଭଗବାନ ହେବାର ଖୁସିକୁ ସେ ହରାଇବାକୁ ଚାହୁଁ ନ ଥିଲେ । ସେଥିଲାଗି ନିଜର କୌଣସି ଚମତ୍କାର ନାହିଁ ଜାଣି ବି ପବ୍ଲିକରେ ମିଛ ଚମତ୍କାରକୁ ଅସ୍ବୀକାର କରି ନ ଥିଲେ । ଏପିରିକି ସିମେଣ୍ଟ ଗାଈରୁ ସାରଥୀ କଣ କ୍ଷୀର ବାହାର କରିବେ, ଓଲଟି ଲୋକେ ଏଭଳି କହିବାରୁ ସେ ନିଜେ ବି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ଆସନ୍ତୁ ବିସ୍ତୃତ ଭାବେ ଦେଖିବା, ସାରଥୀ ବିଷୟରେ କଣ କହିଛନ୍ତି ଅରୁଣ ।

{"id":193095,"sizeSlug":"large"}

ପୋଲିସ ଆଗରେ ଖୋଦ୍ ସାରଥୀ ମାନିଛନ୍ତି କି ସେ କୌଣସି ଚମତ୍କାର ଜାଣି ନାହିଁ । ମିଛ ଭଗବାନ ସାଜି ହଜାର ହଜାର ଶ୍ରଦ୍ଧାଳୁଙ୍କ ଭାବାବେଗ ସହ ଖେଳୁଥିଲେ ସେ । ଲୋକଙ୍କ ଅନ୍ଧଭକ୍ତି ଯୋଗୁଁ ସେ ଉପଭୋଗ କରୁଥିଲେ ଈଶ୍ୱର ସୁଖ । ୨୦୧୫ ଅଗଷ୍ଟ ୪ରେ ଷ୍ଟିଙ୍ଗ୍ ଅପରେସନ ଜରିଆରେ ସମାନ କଥା ସାମ୍ନାକୁ ଆଣିଥିଲା ନ୍ୟୁଜ7 ।

{"id":193096,"sizeSlug":"large"}

ସେପଟେ କିଛି ଟ୍ୱିଟର ୟୁଜର ଅରୁଣଙ୍କୁ ପଚାରିଛନ୍ତି, ପୋଲିସ ସାରଥୀଙ୍କୁ ଥାର୍ଡ ଡିଗ୍ରୀ କରିଥିଲା କି? ଆଉ କିଛି ଏହା ବି ପଚାରିଛନ୍ତି, କିଛି ପ୍ରମାଣିତ ହୋଇ ନ ଥିବା ବେଳେ କିଭଳି ଅରୁଣ ପବ୍ଲିକରେ ସାରଥୀଙ୍କ ଷ୍ଟେଟମେଣ୍ଟକୁ ପବ୍ଲିକଲି କହୁଛନ୍ତି? ଯାହାର କଣ ଉତ୍ତର ରଖିଛନ୍ତି ଅରୁଣ ଦେଖି ନିଅନ୍ତୁ ।

ବାରିମୂଳ ଆଶ୍ରମରକେ ସାରଥୀଙ୍କ ସାମାଜ୍ୟ ଓ ତାହା ପଛରେ ପେଡ଼ିକୁ ରାଜ୍ୟବାସୀଙ୍କ ଆଗରେ ରଖିଥିଲା ନ୍ୟୁଜ7 । ପୃଷ୍ଠୀ ଲେଉଟିଛି ଆଉ ସେହି ମିଛ ଭଗବାନର ଭିତିରିକଥା ପୁଣି ସାମ୍ନାକୁ ଆସିଛି। ଖୋଦ୍ ସାରଥୀଙ୍କ ବୟାନ ଆଧାରରେ ଏକଥା ଟ୍ବିଟ କରିଥିଲେ ଆଇପିଏସ ଅରୁଣ ବୋଥ୍ରା । ଯାହା ଭଣ୍ଡଙ୍କୁ ଭଗବାନ ବନାଉଥିବା ଅନ୍ଧ ଭକ୍ତଙ୍କ ଆକି ନିଶ୍ଚୟ ଖୋଲି ଦେଇଥିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.