IPL ଟ୍ରାନ୍ସଫର ଓ୍ବିଣ୍ଡୋ କଣ ? କାହା ସହମତିରେ ହୁଏ ଟ୍ରେଡ୍‌ ? ଖେଳାଳୀଙ୍କର କଣ ରୁହେ ଭୂମିକା ?

Published By : Prameya-News7 Bureau | November 30, 2023 IST

ନୂଆଦିଲ୍ଲୀ ୩୦।୧୧: ଏବେଠୁ ଜମିଲାଣି IPLର କ୍ରେଜ୍‌ । ୨୦୨୪ ସିଜିନ୍‌ ପାଇଁ ରଣନୀତି କଲେଣି ସବୁ ଫ୍ରାଞ୍ଚାଇଜ୍ । ନୂଆ ଖେଳାଳୀ କିଣୁଛନ୍ତି, ପୁରୁଣା ଖେଳାଳୀ ବିକୁଛନ୍ତି । ଡିସେମ୍ବର ୧୯ରେ ହେବ IPLର ମିନି ଅକ୍ସନ୍‌ । ଏହା ପୂର୍ବରୁ ୧୦ ଫ୍ରାଞ୍ଚାଇଜ୍‌ ନିଜ ଖେଳାଳୀଙ୍କୁ କରିଛନ୍ତି ରିଟେନ୍‌ ଓ ରିଲିଜ୍‌ । IPL ଇତିହାସରେ ହୋଇଛି ସବୁଠୁ ବଡ ଟ୍ରେଡ୍‌ । ଗୁଜୁରାଟ ଟାଇଟନ୍ସକୁ ହାର୍ଦ୍ଧିକ କହିଲେ ବାଏ ବାଏ,  ଆଉ ଧରିଲେ ମୁମ୍ବାଇ ଇଣ୍ଡିଆନ୍ସର ହାତ ।

{"id":876692,"sizeSlug":"full","linkDestination":"none"}

ଟ୍ରାନ୍ସଫର ଓ୍ବିଣ୍ଡୋ ଜରିଆରେ ପାଣ୍ଡ୍ୟାଙ୍କୁ ନିଜ ଟିମ୍‌ରେ ସାମିଲ୍ କରିଛି ମୁମ୍ବାଇ । ୨୦୨୨ରେ ଗୁଜୁରାଟ ପାଣ୍ଡ୍ୟାଙ୍କୁ ୧୫ କୋଟିରେ କିଣିଥିଲା ଏବଂ ପାଣ୍ଡ୍ୟା ବି ଟିମ୍‌ର ପ୍ରଥମ ସିଜିନ୍‌ରେ ଦଳକୁ କରିଥିଲେ ଚାମ୍ପିଅନ । କିନ୍ତୁ ଏବେ ପ୍ରଶ୍ନ ଆସୁଛି କଣ ଏହି ଟ୍ରାନ୍ସଫର ଓ୍ବିଣ୍ଡୋ ? ଏହାର କଣ ରହିଛି ନିୟମ ?  କଣ ଏଥିରୁ ଖେଳାଳୀଙ୍କୁ ମିଳିଥାଏ ଫାଇଦା ? ଆସନ୍ତୁ ଜାଣିବା…

{"id":876693,"sizeSlug":"full","linkDestination":"none"}

ଖେଳାଳୀଙ୍କ ଟ୍ରେଡ୍‌ କିପରି ହୁଏ ? ଟ୍ରାନ୍ସଫର ୱିଣ୍ଡୋ ଜରିଆରେ ଜଣେ ଖେଳାଳୀ ନିଜ ଦଳ ଛାଡି ଅନ୍ୟ ଫ୍ରାଞ୍ଚାଇଜକୁ ଯିବାକୁ କୁହାଯାଏ ଟ୍ରେଡ୍‌ । ଏହି ଟ୍ରେଡ୍  ୨ ପ୍ରକାରର ।  ପ୍ରଥମ ହେଉଛି କ୍ୟାସ୍, ଅର୍ଥାତ୍  ଖେଳାଳୀଙ୍କ ବଦଳରେ ଫ୍ରାଞ୍ଚାଇଜ୍ ଟଙ୍କା ନେଇଥାଏ । ଆଉ ଦ୍ୱିତୀୟଟି ହେଉଛି ଦୁଇଟି ନିଜ-ନିଜ ମଧ୍ୟରେ ଖେଳାଳୀଙ୍କର ଅଦଳବଦଳ କରିଥାଏ । 

{"id":876694,"sizeSlug":"full","linkDestination":"none"}

ଟ୍ରାନ୍ସଫର ଟ୍ରେଡ୍‌ କେବେ ହୋଇଥାଏ ? ନିୟମ ଅନୁଯାୟୀ ଟ୍ରାନ୍ସଫର ଟ୍ରେଡ୍‌ ଏକ ଆଇପିଏଲ୍ ସିଜିନ୍‌ ଶେଷ ହେବାର ଏକ ମାସ ପରେ ଖୋଲିଥାଏ ଏବଂ ପରବର୍ତ୍ତୀ ସିଜିନ୍‌ ନିଲାମୀର ଏକ ସପ୍ତାହ ପୂର୍ବରୁ ବନ୍ଦ ହୋଇଥାଏ । ନିଲାମୀ ସରିବା ପରେ ପୁନଶ୍ଚ ଏହା ଖୋଲିଥାଏ ଏବଂ ସେହି ସିଜିନ୍‌ର ମ୍ୟାଚ୍‌ ଆରମ୍ଭର ୧ମାସ ପୂର୍ବରୁ ବନ୍ଦ ହୋଇଥାଏ ।

{"id":876695,"sizeSlug":"full","linkDestination":"none"}

ତେବେ ଚଳିତବର୍ଷ ଟ୍ରାନ୍ସଫର ୱିଣ୍ଡୋ ଡିସେମ୍ବର ୧୨ ଯାଏଁ ଖୋଲା ରହିବ । ଆଉ ଡିସେମ୍ବର ୨୦ରୁ ପୁଣି ଖୋଲିବ ଏହି ଓ୍ବିଣ୍ଡୋ ।  ଯାହା IPL ୨୦୨୪ ଆରମ୍ଭର ମାସକ ପୂର୍ବରୁ ବନ୍ଦ ହେବ । ଖେଳାଳୀଙ୍କ ଏହି ଟ୍ରେଡ୍‌ ୨୦୦୯ରେ ଆରମ୍ଭ ହୋଇଥିଲା । ପ୍ରଥମ ଥର ପାଇଁ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ହୋଇଥିଲା । ସେତେବେଳେ ମୁମ୍ବାଇ ଆଶିଷ ନେହରା ବଦଳରେ ଶିଖର ଧଓ୍ବନଙ୍କୁ ନେଇଥିଲା ।

{"id":876696,"sizeSlug":"full","linkDestination":"none"}

ତେବେ ଏକ ତରଫା ଟ୍ରେଡ୍‌ କଣ ? ଯେତେବେଳେ କୌଣସି ଖେଳାଳୀ ଟଙ୍କା ଦେଇ ଟିମ୍‌ A ରୁ ଟିମ୍ B କୁ ଯାଆନ୍ତି ସେତେବେଳେ ଏହାକୁ ତରଫା ଟ୍ରେଡ୍‌ କୁହାଯାଏ  । ଏଥିରେ ଟିମ୍ B ଖେଳାଳୀଙ୍କ ବଦଳରେ ଟିମ୍‌କୁ ପ୍ଲେୟର୍ସଙ୍କୁ ନିଲାମିରେ କିଣିଥିବା ଟଙ୍କା ଦେବାକୁ ପଡିଥାଏ ।  ଚଳିତବର୍ଷ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଛି ସମାନ ଘଟଣା । ମୁମ୍ବାଇ ଇଣ୍ଡିଆନ୍ସ ଗୁଜୁରାଟ ଟାଇଟାନ୍ସକୁ ପାଣ୍ଡ୍ୟାଙ୍କ ସମାନର ଫି ଦେଇଛି ।

{"id":876697,"sizeSlug":"full","linkDestination":"none"}

ଦ୍ୱିପାକ୍ଷିକ ଟ୍ରେଡ୍‌ କ’ଣ ? ଏହି ମାମଲାରେ ୨ଟି ଟିମ୍‌ ନିଜ ମଧ୍ୟରେ ଖେଳାଳୀଙ୍କୁ ଅଦଳବଦଳ କରିଥାନ୍ତି । କିନ୍ତୁ ୨ ଖେଳାଳୀଙ୍କ ମଧ୍ୟରେ ଥିବା ଟଙ୍କାର ପାର୍ଥକ୍ୟକୁ ଖେଳାଳୀଙ୍କୁ କିଣୁଥିବା ଟିମ୍‌କୁ ଦେବାକୁ ପଡିଥାଏ । ଏହାକୁ କୁହାଯାଏ ଦ୍ବିପାକ୍ଷିକ ଟ୍ରେଡ୍‌ । ଏଠି ପ୍ରଶ୍ନ ଆସୁଛି ଟ୍ରେଡ୍‌ରେ ଖେଳାଳୀଙ୍କ ଭୂମିକା କଣ ? ଆଜ୍ଞା ହଁ ଯଦି ଖେଳାଳୀ ନିଜ ଫ୍ରାଞ୍ଚାଇଜ୍‌ ବଦଳାଇବାକୁ ଇଚ୍ଛୁକ ଥିବେ ତେବେ ହିଁ ଟ୍ରେଡ୍‌ ହୋଇପାରିବ ।

{"id":876698,"width":841,"height":631,"sizeSlug":"full","linkDestination":"none"}

ସେହିପରି ଯଦି କୌଣସି ପ୍ଲେୟର୍ ଟ୍ରେଡ୍‌ ଓ୍ବିଣ୍ଡୋ ଜରିଆରେ ଅନ୍ୟ ଫ୍ରାଞ୍ଚାଇଜ୍‌କୁ ଯିବାକୁ ଚାହୁଁଥିବେ ଆଉ ଖେଳାଳୀଙ୍କ ନିଜ ଫ୍ରାଞ୍ଚାଇଜ୍‌ ଏଥିପାଇଁ ସହମତ ନଥିବେ ତେବେ ଏହି ଡିଲ୍‌ ହୋଇପାରିବ ନାହିଁ । ନିୟମ  ଅନୁଯାୟୀ ଟ୍ରେଡ୍‌ ପାଇଁ ଫ୍ରାଞ୍ଚାଇଜ୍‌ଙ୍କ ମଞ୍ଜୁରୀ ରହିବା ଜରୁରୀ ଅଟେ । ନଚେତ୍‌ ଡିଲ୍ ହୋଇପାରିନଥାଏ ।

You Can Read:

wp:embed {"url":"https://www.prameyanews7.com/the-kalinga-super-cup-2024-football-tournament-will-start-from-january-9/","type":"wp-embed","providerNameSlug":"prameya-news-7"}
https://www.prameyanews7.com/the-kalinga-super-cup-2024-football-tournament-will-start-from-january-9/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.