ଇନ୍ଫୋସିସ୍ର ସହସଂସ୍ଥାପକ ଇଣ୍ଡଷ୍ଟ୍ରୀ ଲିଜେଣ୍ଡ ନନ୍ଦନ ନିଲେକାନୀଙ୍କୁ ଏମିତି ନିଯୁକ୍ତି ଦେଇଥିଲେ ନାରାୟଣ ମୂର୍ତ୍ତୀ ? କରିଥିଲେ IQ ଟେଷ୍ଟ
17/12/2022 at 6:51 PM

ନୂଆଦିଲ୍ଲୀ: ଭାରତର ଏକ ବଡ଼ ଆଇଟି କମ୍ପାନୀ ଭାବେ ନିଜକୁ ପ୍ରତିଷ୍ଠିତ କରିପାରିଥିବା ଇନ୍ଫୋସିସ୍ ନିକଟରେ ତାର ୪୦ ବର୍ଷ ପୂରା କରିଛି। ବେଙ୍ଗାଲୁରୁ ସ୍ଥିତ ମୁଖ୍ୟାଳୟରେ ସମସ୍ତେ ଏକାଠି ହୋଇ କମ୍ପାନୀ ଜନ୍ମୋତ୍ସବ ପାଳନ କରିଛନ୍ତି।
ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ପ୍ରଥମ ଭାରତୀୟ ଆଇଟି କମ୍ପାନୀ ଭାବେ ଇନ୍ଫୋସିସ୍ ଆମେରିକାର ଷ୍ଟକ୍ ଏକ୍ସଚେଞ୍ଜ୍ NASDAQରେ ୧୯୯୯ରେ ପଞ୍ଜିକୃତ ହୋଇଥିଲା। ଗତ ୪୦ ବର୍ଷ ତଳେ ୧୯୮୧ ମସିହାରେ ମାତ୍ର ୧୦ ହଜାର ଟଙ୍କାରେ ଆରମ୍ଭ ହୋଇଥିଲା ଏହି କମ୍ପାନୀ। ୭ ଜଣ ଇଞ୍ଜିନିୟର ଏହାକୁ ଆରମ୍ଭ କରିଥିଲେ।

ନାରାୟଣ ମୂର୍ତ୍ତୀ ତାଙ୍କ ପତ୍ନୀ ସୁଧା ମୂର୍ତ୍ତୀଙ୍କ ଠାରୁ ୧୦ ହଜାର ଟଙ୍କା ଋଣ ଆଣି କମ୍ପାନୀ ଆରମ୍ଭ କରିଥିଲେ ବୋଲି ସମସ୍ତେ ଜାଣନ୍ତି। ଆଜି ଏହି କମ୍ପାନୀ ଏନ୍ୱାଇଏସ୍ଇ ପଞ୍ଜିକୃତ ହୋଇଥିବା ୭୧.୪୧ ବିଲିୟନ ଆମେରିକାୟ ଡଲାର ଏମ୍ଏନ୍ସି ଆଇଟି କମ୍ପାନୀରେ ପରିଣତ ହୋଇଛି। ମୂର୍ତ୍ତୀଙ୍କୁ ଛାଡ଼ିଦେଲେ ଯେଉଁ ୬ ଜଣ କ୍ରିସ୍ ଗୋପାଳକ୍ରିଷ୍ଣନ, ଡି. ଶିବୁଲାଲ୍ ଏନ୍ଏସ୍ ରାଘବନ ଏବଂ ଅଶୋକ ଅରୋରା ଓ ନନ୍ଦନ ନିଲେକାନୀ ବର୍ତ୍ତମାନ ସମୟରେ ଜଣେ ଜଣେ ଇଣ୍ଡଷ୍ଟ୍ରୀ ଲିଜେଣ୍ଡ।
ହେଲେ ଇନ୍ଫୋସିସ୍ରେ ନାରାୟଣ ମୂର୍ତ୍ତୀଙ୍କ ବ୍ୟତୀତ ଯଦି ଆଉ କିଏ ଅଧିକ ପରିଚିତ ସେ ହେଲେ ନନ୍ଦନ ନିଲେକାନୀ। ଇନ୍ଫୋସିସ୍କୁ ଆଗକୁ ନେବାକୁ ପ୍ରତିଷ୍ଠାତା ସଦସ୍ୟ ନିଲେକାନୀଙ୍କର ମଧ୍ୟ ବହୁତ ଯୋଗଦାନ ରହିଛି। କମ୍ପାନୀରେ ତାଙ୍କ ଯୋଗଦାନ ସମୟର ସ୍ମୃତିକ ମନେ ପକାଇଛନ୍ତି ନାରାୟଣ ମୂର୍ତ୍ତୀ।
ସେ କହିଛନ୍ତି ଯେ ମୁଁ ଯେତେବେଳେ ପଟାନୀ କମ୍ପ୍ୟୁଟର ସିଷ୍ଟମର(ପିସିଏସ୍)ରେ ମୁଖ୍ୟଥିଲି ସେତେବେଳେ ନିଯୁକ୍ତି ପାଇଁ ମୁଁ ପ୍ରାର୍ଥୀଙ୍କର ଶିଖିବାଯୋଗ୍ୟ ଏକ ପରୀକ୍ଷା କରୁଥିଲି। ବିଶେଷ ଉଦାହରଣରୁ କିଛି ନିର୍ଦ୍ଦିଷ୍ଟ ପରିଣତିରେ ପହଞ୍ଚି ନୂଆ ସମସ୍ୟାର ସମାଧାନକୁ ମୁଁ ଠିକ୍ ଭାବୁଥିଲି। ମୂଳତଃ ଆଶାୟୀମାନଙ୍କୁ ବୁଦ୍ଧି ଖର୍ଚ୍ଚ କରି ଏହାର ସମାଧାନ କରିବାକୁ ପଡ଼ିଥାଏ।

ମୂର୍ତ୍ତୀ କହିଛନ୍ତି “ ତେବେ ୧୯୭୯ ମସିହାରେ ଫେବ୍ରୁଆରୀ ୧୮ ତାରିଖରେ ନନ୍ଦନ ପିସିଏସ୍ରେ ଥିବା ମୋ ରୁମ୍ ଭିତରକୁ ଆସି ମୋତେ ଭେଟିଥିଲେ। ମୋତେ ଗୋଟ ଚାକିରି ଦରକାର ବୋଲି କହିଥିଲେ ନନ୍ଦନ। ସେ କହିଥିଲେ ମୁଁ ଚାରିଖରେ ପକ୍କା ହେଲେ ଚେହେରା ମୋର ଭଲ ନୁହେଁ।” ୭୦ ବର୍ଷୀୟ ନାରାୟାଣ ମୂର୍ତ୍ତୀଙ୍କର ୪୦ ବର୍ଷ ତଳର କଥା ସ୍ପଷ୍ଟ ମନେ ଥିବା ଦେଖି ତାଙ୍କୁ ଶୁଣିଥିବା ଦର୍ଶକମାନେ ଉତ୍ସାହିତ ହୋଇଉଠିଥିଲେ।
ଏହାପରେ ମୂର୍ତ୍ତି କହିଥିଲେ “ନନ୍ଦନଙ୍କର ବି ମୁଁ ଶିଖିବା ଯୋଗ୍ୟ ପରୀକ୍ଷା କରାଇଥିଲି। ତେବେ ମୁଁ ଯେଉଁମାନଙ୍କର ଏହି ପରୀକ୍ଷା କରାଇଥିଲି ସେମାନଙ୍କ ମଧ୍ୟରୁ କେବଳ ନନ୍ଦା ୫୦ରୁ ୫୦ ମାର୍କ ରଖିଥିଲେ। ତେବେ ମୁଁ ଏଥିରେ ସନ୍ତୁଷ୍ଟ ହୋଇନଥିଲି। କାରଣ ନିଲେକାନୀ ମୂର୍ତ୍ତୀଙ୍କ ପାଖ ଚେୟାରରେ ବସି ମୁଚକି ହସ ଦେଉଥିଲେ।”

ଏଥିପାଇଁ ମୂର୍ତ୍ତୀ ନିଲେକାନୀଙ୍କର ଉପସ୍ଥିତ ବୁଦ୍ଧି(IQ)ର ପରୀକ୍ଷଣ କରିଥିଲେ। ଯାହାକୁ ସେ ମାତ୍ର ଦେଢ଼ ମିନିଟ୍ରେ ସମାଧାନ କରିଦେଲେ। ଏନେଇ ମୂର୍ତ୍ତୀ କହିଛନ୍ତି “ ଏହାପରେ ମୁଁ ମାର୍ଟିକ ରୋଟେସନ ନାମକ ଏକ ଆଇକ୍ୟୁ ଟେଷ୍ଟ କରିଥିଲି। ପ୍ରକୃତରେ ବୁଦ୍ଧିମାନ ନିଲେକାନୀ ଏହାକୁ ଦେଢ଼ ମିନିଟ୍ରେ ସମାଧାନ କରିଦେଇଥିଲେ। ସାଧାରଣତଃ ଏହାକୁ ସମାଧାନ କରିବାକୁ ହେଲେ ଅନ୍ୟ ଲୋକଙ୍କୁ ୫ ମିନିଟ୍ ସମୟ ଲାଗିଥାନ୍ତା। କିନ୍ତୁ ସେ ମାତ୍ର ଦେଢ଼ ମିନିଟ୍ରେ କରିଦେଇଥିଲେ।”
ଏମିତିରେ ନିଲେକାନୀଙ୍କ ଉପରେ ଖୁସୀ ହୋଇ ଶ୍ରୀ ମୂର୍ତ୍ତୀ ତାଙ୍କୁ ପିସିଏସ୍ରେ ନିଯୁକ୍ତି ଦେଇଥିଲେ। ପରେ ୧୯୮୧ର ଇନ୍ଫୋସିସ୍ ଗଠନ ପରେ ସେ ଇନ୍ଫୋସିସ୍କୁ ଚାଲିଆସିଥିଲେ। ବର୍ତ୍ତମାନ ପର୍ଯ୍ୟନ୍ତ ସେ ଏହି କମ୍ପାନୀର ଅଣକାର୍ଯ୍ୟନିର୍ବାହୀ ଅଧିକ୍ଷକ ଭାବେ କାର୍ଯ୍ୟରତ ଅଛନ୍ତି। ବର୍ତ୍ତମାନ ସେ ତାଙ୍କ ସ୍ଥାନରେ ଉପଯୁକ୍ତ ବ୍ୟକ୍ତିଙ୍କ ସନ୍ଧାନରେ ଅଛନ୍ତି।

ଏନେଇ ସେ ମଜାରେ ମଜାରେ କହିଥିଲେ ଯେ ବର୍ତ୍ତମାନ ସମୟରେ ନିଜ ସ୍ଥାନରେ ଆଉ ଏକ ଉତ୍ତରାଧିକାରୀ ଖୋଜିବା ବର୍ତ୍ତମାନ ପାଇଁ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ପାଲଟିଛି। ବର୍ତ୍ତମାନ ସମୟରେ ସହସଂସ୍ଥାପକ ଭାବରେ ସେ ଜଣେ ମାତ୍ର ସଦସ୍ୟ କମ୍ପାନୀରେ କାର୍ଯ୍ୟରତ ଥିବା ବେଳେ ଅନ୍ୟମାନେ ଅବସର ନେଇଗଲେଣି ବୋଲି ନିଲେକାନୀ କହିଛନ୍ତି।