ମୁମ୍ବାଇ ୧୨।୭: ମୁକେଶ ଅମ୍ବାନୀ ଓ ନୀତା ଅମ୍ବାନୀଙ୍କ ପୁଅ ଅନନ୍ତ ଅମ୍ବାନୀ ଓ ରାଧିକା ମର୍ଚାଣ୍ଟଙ୍କ ବିବାହର ଚର୍ଚ୍ଚା ଏବେ ସବୁଆଡେ। ଅନନ୍ତ ଓ ରାଧିକାଙ୍କ ଏହି ଖୁସିରେ ବଲିଉଡରୁ ଆରମ୍ଭ କରି ହଲିଉଡ ପର୍ଯ୍ୟନ୍ତ ସାମିଲ ହୋଇଛି। ଗତ ୩ ମାସ ହେଲା ଅନନ୍ତ ଓ ରାଧିକାଙ୍କ ବିବାହର ପ୍ରସ୍ତୁତି ଚାଲିଥିଲା। ଏହି ବିବାହ ପାଇଁ ମୁକେଶ ଅମ୍ବାନୀ ଓ ତାଙ୍କ ପତ୍ନୀ ନୀତା ଅମ୍ବାନୀ ତାଙ୍କ ସମ୍ପତ୍ତିର ଏକ ବହୁତ ବଡ଼ ଅଂଶ ଖର୍ଚ୍ଚ କରିଛନ୍ତି। ତେବେ ଆସନ୍ତୁ ଜାଣିବା ଅନନ୍ତ ଓ ରାଧିକାଙ୍କ ବିବାହରେ କେତେ ହୋଇଛି ଖର୍ଚ୍ଚ?
ରିପୋର୍ଟ ଅନୁସାରେ ଅମ୍ବାନୀ ପରିବାର ଅନନ୍ତ ଅମ୍ବାନୀଙ୍କ ବିବାହ ନିମନ୍ତେ ପାଖାପାଖି ୨,୫୦୦ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ଶେଷରେ ରାଧିକା ମର୍ଚ୍ଚାଣ୍ଟ ଅନନ୍ତଙ୍କର ହୋଇଛନ୍ତି। ଏହି ବିବାହ ଉତ୍ସବ ଜିଓ ୱାର୍ଲଡ କନଭେନସନ ସେଣ୍ଟରର ବାନ୍ଦ୍ରା-କୁର୍ଲା କମ୍ପ୍ଲେକ୍ସରେ ହେଉଛି। ଏହି କାର୍ଯ୍ୟକ୍ରମରେ ଭାରତର ରାଜନୀତିରୁ ଆରମ୍ଭ କରି ବଲିଉଡ ଓ ଉଦ୍ୟୋଗଜଗତ ସମେତ ସମଗ୍ର ବିଶ୍ୱର ଆମନ୍ତ୍ରିତ ଅତିଥି ଯୋଗ ଦେଇଛନ୍ତି। ଏହି ବିବାହ ଉତ୍ସବକୁ ଆମନ୍ତ୍ରିତ ସବୁ ଅତିଥି ୧୪ ଜୁଲାଇ ଶନିବାର ଅନୁଷ୍ଠିତ ହେବାକୁ ଥିବା ‘ଶୁଭ ଆଶିର୍ବାଦ’ରେ ଯୋଗ ଦେବେ ଓ ଜୁଲାଇ ୧୪ରେ ରିସେପସନ ସହିତ ବିବାହ ଉତ୍ସବ ସମାପ୍ତ ହେବ।