ଜଣେ ସୁସ୍ଥ ବ୍ୟକ୍ତି କେତେ ଲୁଣ ଖାଇବା ଉଚିତ୍‌ ? ଜାଣନ୍ତୁ କଣ କୁହନ୍ତି ବିଶେଷଜ୍ଞ...

Published By : Prameya-News7 Bureau | June 04, 2024 IST

ନୂଆଦିଲ୍ଲୀ ୦୪।୦୬: ଲୁଣ ବିନା ଖାଦ୍ୟ ସ୍ୱାଦହୀନ । ଲୁଣ କେବଳ ଖାଦ୍ୟର ସ୍ୱାଦକୁ ବଢାଏ ନାହିଁ, ଏହା ଶରୀର ପାଇଁ ମଧ୍ୟ ଜରୁରୀ । ଯଦି ଲୁଣ ଠିକ ପରିମାଣରେ ଖାଆନ୍ତି, ତେବେ ଏହା ସ୍ୱାସ୍ଥ୍ୟକୁ ଅନେକ ଲାଭ ଦେଇଥାଏ। କିନ୍ତୁ ଏହାକୁ ଅଧିକ ପରିମାଣରେ ଖାଇବା କ୍ଷତିକାରକ ହୋଇପାରେ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁଯାୟୀ, ଅଧିକାଂଶ ଲୋକ ଦୈନିକ ଆବଶ୍ୟକତା ଠାରୁ ଅଧିକ ବା ୯ରୁ ୧୨ ଗ୍ରାମ ଲୁଣ ଖାଇଥା’ନ୍ତି, ଯାହା ସ୍ୱାସ୍ଥ୍ୟ ପାଇଁ ବିପଦଜନକ । ଏବେ ପ୍ରଶ୍ନ ଆସୁଛି ଗୋଟିଏ ଦିନରେ କେତେ ଲୁଣ ଖାଇବା ଉଚିତ ? ଆସନ୍ତୁ ଜାଣିବା...

ବୟସ୍କମାନେ ପ୍ରତିଦିନ ୫ ଗ୍ରାମରୁ କମ୍ ବା ୧ ଚାମଚ ଲୁଣ ଖାଇବା ଉଚିତ । ବାସ୍ତବରେ, ଅଧିକ ଲୁଣ ଖାଇବା ଦ୍ୱାରା ଉଚ୍ଚ ରକ୍ତଚାପ ଏବଂ ହୃଦ୍‌ରୋଗ ହେବାର ଆଶଙ୍କା ବଢିଯାଏ । ଏଭଳି ପରିସ୍ଥିତିରେ ଲୋକମାନେ ସେମାନଙ୍କର ଲୁଣ ଖାଇବାକୁ ନିୟନ୍ତ୍ରଣ କରିବା ଉଚିତ। ବିଶେଷଜ୍ଞଙ୍କ ଅନୁଯାୟୀ ୬ ମାସ ଭିତରେ ପିଲାମାନଙ୍କୁ ଲୁଣିଆ ଖାଦ୍ୟ ଦେବାର କୌଣସି ଆବଶ୍ୟକତା ନାହିଁ । ଯଦି ପିଲା ଖାଦ୍ୟ ନଖାଏ ତେବେ ଅଳ୍ପ ପରିମାଣର ଲୁଣ ମିଶାଇବା ଉଚିତ ।

ପିଲାମାନଙ୍କୁ ୬ ମାସ ହେବା ପରେ ହିଁ ଖାଦ୍ୟରେ ଲୁଣ ଦେବା ଉଚିତ୍‌ ।  କିନ୍ତୁ ପିଲାଙ୍କୁ ଏକ ବର୍ଷ ନ ହେବା ପର୍ଯ୍ୟନ୍ତ ପ୍ରତିଦିନ କେବଳ ୧ ଗ୍ରାମ ଲୁଣ ଖାଇବାକୁ ଦିଆଯିବା ଉଚିତ। ଏହାଠାରୁ ଅଧିକ ହେଲେ କ୍ଷତିକାରକ ହୋଇପାରେ ।

ବିଶେଷଜ୍ଞ ଅନୁଯାୟୀ, ୧ ରୁ ୩ ବର୍ଷର ପିଲାଙ୍କୁ ପ୍ରତିଦିନ ୨ ଗ୍ରାମ ପର୍ଯ୍ୟନ୍ତ ଲୁଣ ଦିଆଯାଇପାରେ । ସେହିପରି ୪ ବର୍ଷ ପିଲାଙ୍କର ଖାଦ୍ୟରେ ଲୁଣର ପରିମାଣ ବଢିବା ଉଚିତ । କିନ୍ତୁ ୧୦ ବର୍ଷ ବୟସ ପର୍ଯ୍ୟନ୍ତ ଲୁଣର ପରିମାଣ ୩ ଗ୍ରାମରୁ ଅଧିକ ହେବା ଉଚିତ ନୁହେଁ। ୧୦ ବର୍ଷରୁ ଅଧିକ ବୟସ୍କଙ୍କ ପାଇଁ ପ୍ରତିଦିନ ୫ ଗ୍ରାମ ବା ଗୋଟିଏ ଚା’ ଚାମଚ ଲୁଣ ଖାଇପାରିବେ । ଏହାଠାରୁ ଅଧିକ ଲୁଣ ଖାଇବା ସ୍ୱାସ୍ଥ୍ୟକୁ କ୍ଷତି ପହଞ୍ଚାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.