କେନ୍ଦ୍ର ସରକାରଙ୍କ ଟଙ୍କାରେ ବାହାବାହା ନେଉଛନ୍ତି ରାଜ୍ୟ ସରକାର, ଯୋଜନାରେ କେତେ ପଇସା ଦେଉଛ ଜଣାଇବ କି ?- ବିଜେପି
8/01/2023 at 4:07 PM

ନିଶ୍ଚିତକୋଇଲି: କେନ୍ଦ୍ର ସରକାରଙ୍କ ଯୋଜନାକୁ ହାଇଜ୍ୟାକ କରୁଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱରରୁ ରାଉରକେଲାକୁ ଉଡିଲା ବିମାନ। ହେଲେ ରାଜ୍ୟ ସରକାର ବିଜ୍ଞାପନ ରାଜନୀତି କରୁଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଯୋଗୁଁ ବିମାନ ସେବା ଆରମ୍ଭ ହୋଇଛି, ହେଲେ ରାଜ୍ୟ ସରକାର ପ୍ରଧାନମନ୍ତ୍ରୀଙ୍କ ଫଟୋ ଲଗେଇଲେ ନାହିଁ। ରାଜ୍ୟ ସରକାର କେତେ ପଇସା ଦେଇଛନ୍ତି କୁହନ୍ତୁ ବୋଲି ରାଜ୍ୟ ବିଜେପି ମୁଖପାତ୍ର ତେଜେଶ୍ଵର ପରିଡ଼ା ସାମ୍ବାଦିକ ସମ୍ମିଳନୀରେ ପ୍ରଶ୍ନ କରିଛନ୍ତି।
ସେ ଶାଣିତ ସ୍ଵରରେ ବିଜେଡି ସରକାରକୁ ସମାଲୋଚନା କରି କହିଛନ୍ତି ଉଡାନ ସେବା କେନ୍ଦ୍ର ସରକାରଙ୍କ। କୁଆଡେ ଗଲା ରାଜ୍ୟ ସରକାରଙ୍କ ବିଶାଳ ହୃଦୟ। କେନ୍ଦ୍ର ସରକାର ବିଭିନ୍ନ କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରାଯାଉଛି। ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ମନ୍ତବ୍ୟକୁ ବିଜେପିର ଦୃଢ଼ ବିରୋଧ କରିଛି। ତେଜେଶ୍ଵର କହିଛନ୍ତି କେନ୍ଦ୍ର ସରକାରଙ୍କ ଟଙ୍କାରେ ବାହାବାହା ନେଉଛି ରାଜ୍ୟ ସରକାର।
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉଦ୍ୟମରେ ରାଉରକେଲାରେ ବିମାନବନ୍ଦର ହୋଇପାରିଲା। ଓଡ଼ିଶାରେ ଆୟୁଷ୍ମାନ ଭାରତ ଯୋଜନା ରାଜ୍ୟ ସରକାର କଣ ପାଇଁ ଲାଗୁ କରୁନାହାନ୍ତି। ରାଜ୍ୟ ସରକାର କୁହନ୍ତୁ ତାଙ୍କର କେତେ ଇଞ୍ଚର ଛାତି। ରାଜ୍ୟ ସରକାରଙ୍କ ସୌଜନ୍ୟା ଓ ସିଷ୍ଟାଚର କଥା ହାସ୍ୟାସ୍ପଦ ବୋଲି ତେଜେଶ୍ଵର କହିଛନ୍ତି।