ଗୋଟିଏ ପ୍ରବଚନ ପାଇଁ କେତେ ଟଙ୍କା ନିଅନ୍ତି ଜୟା କିଶୋରୀ ? ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ
10/05/2023 at 7:16 PM

ନୂଆଦିଲ୍ଲୀ, ୧୦/୦୫: ଲୋକପ୍ରିୟ ପ୍ରବଚକ ଜୟା କିଶୋରୀ କେବଳ ଦେଶ ନୁହେଁ, ବରଂ ବିଦେଶରେ ମଧ୍ୟ ତାଙ୍କର ଖୁବ୍ ଲୋକପ୍ରିୟତା ରହିଛି। ୧୯୯୬ ମସିହାରେ ରାଜସ୍ଥାନ ସୁଜାନଗଡ଼ରେ ଜନ୍ମିତ ଜୟା, ମାତ୍ର ୯ ବର୍ଷରୁ ହିଁ ଆଧ୍ୟାତ୍ମିକତା ଆଡ଼କୁ ଆକୃଷ୍ଟ ହୋଇଥିଲେ।
ତାଙ୍କର ପୂରା ପରିବାର ଏବେ କୋଲକାତାରେ ରହୁଛନ୍ତି। ଜୟାଙ୍କ ବିବାହକୁ ନେଇ ବେଶ୍ ଚର୍ଚ୍ଚା ହୋଇଆସୁଛି। ତେବେ ବିବାହ ବ୍ୟତୀତ ଲୋକେ ଜୟାଙ୍କ ଆୟ ଜାଣିବାକୁ ବେଶ୍ ଉତ୍ସାହିତ। ସେ ଗୋଟିଏ ପ୍ରବଚନ ପାଇଁ କେତେ ଟଙ୍କା ନେଇଥାନ୍ତି ତାହା ଜାଣିବାକୁ ଅନେକ ଚାହାନ୍ତି।
ଗଣମାଧ୍ୟରେ ରିପୋର୍ଟରେ ଜୟା କିଶୋରୀଙ୍କ ପ୍ରବଚନ ବୁକିଂ ଅଫିସ୍ର ଅଧିକାରୀଙ୍କ ଅନୁଯାୟୀ, ଜୟା ଗୋଟିଏ ପ୍ରବଚନ ପାଇଁ ସାଢ଼େ ୯ ଲକ୍ଷ ଟଙ୍କା ଚାର୍ଜ କରନ୍ତି। ଜୟା କିଶୋରୀ ସାମାଜିକ କାର୍ଯ୍ୟକ୍ରମରେ ମଧ୍ୟରେ ଭାଗ ନେଇଥାନ୍ତି।
ସେ ଦାନ-ପୁଣ୍ୟ କରିବାରେ ମଧ୍ୟ ବେଶ୍ ଆଗୁଆ। ନିଜ ଆୟର ଏକ ତୃତୀୟାଂଶ ଜୟ ଦିବ୍ୟାଙ୍ଗଙ୍କ ପାଇଁ ସାହାଯ୍ୟ କରିବା ପାଇଁ ଖର୍ଚ୍ଚ କରିଥାନ୍ତି। ଜୟା କିଶୋରୀଙ୍କ ପ୍ରକୃତ ନାମ ଜୟା ଶର୍ମା ଏବଂ ସେ ଅଳ୍ପ ବୟସରେ ପ୍ରବଚକ ଏବଂ ମୋଟିଭେସନାଲ ସ୍ପିକର ପାଲଟିଥିଲେ।