ମୁକେଶ ଅମ୍ବାନୀଙ୍କ ରୋଷେୟାଙ୍କୁ ମିଳୁଛି କେତେ ବେତନ, ଆନୁଷଙ୍ଗିକ ସୁବିଧା ସୁଯୋଗରେ ମିଳେ କ'ଣ ?

Published By : Prameya-News7 Bureau | August 26, 2022 IST

ମୁମ୍ବାଇ ୨୬।୮: ଭାରତର ସବୁଠୁ ବଡ଼ ଧନୀ ବ୍ୟବସାୟୀ ମୁକେଶ ଅମ୍ବାନୀ ତାଙ୍କ ଲାଇଫଷ୍ଟାଇଲ ପାଇଁ ବେଶ ଚର୍ଚ୍ଚିତ। ଅମ୍ବାନୀ ଆଣ୍ଟିଲିଆରେ ରହନ୍ତି, ଯାହା ବିଶ୍ୱର ସବୁଠୁ ମହଙ୍ଗା ଘର ଭିତରେ ଅନ୍ୟତମ। ତାଙ୍କ ଘରେ ସବୁଜିନିଷ ପ୍ରତି ଧ୍ୟାନ ଦେବାକୁ ୬୦୦ ଜଣ କର୍ମଚାରୀ କାମ କରୁଛନ୍ତି। ଏଥିରୁ ଯେ କେହିବି ଅନୁମାନ କରିପାରୁଥିବେ ମୁକେଶ ଅମ୍ବାନୀ ସେମାନଙ୍କୁ ମାସିକ କେତେ ବେତନ ଦେଉଥିବେ।

ମୁକେଶ ଅମ୍ବାନୀଙ୍କ ଘରେ କାମ କରୁଥିବା ଜଣେ ସାଧାରଣ କର୍ମଚାରୀଙ୍କୁ ବେଶ୍  ବେତନ ମିଳିଥାଏ । ବେତନରେ କର୍ମଚାରୀଙ୍କ ଜୀବନ ବୀମା ଓ ପିଲାଙ୍କ ଶିକ୍ଷା ଭତ୍ତା ମଧ୍ୟ ସଲଗ୍ନ। ଅମ୍ବାନୀଙ୍କ ଘରେ କାମ କରୁଥିବା କର୍ମଚାରୀଙ୍କ ମଧ୍ୟରୁ ୨ ଜଣଙ୍କ ପିଲା ଏବେ ଆମେରିକାରେ ରହି ପାଠ ପଢୁଛନ୍ତି। ଭାରତରେ କାହା ଘରେ ରୋଷେୟା ୨ ଲକ୍ଷ ଟଙ୍କା ଆୟ କରିପାରୁଥିବା ଶୁଣିଲେ ତାଜ୍ଜୁବ ଲାଗିବ ନିଶ୍ଚିତ। ତେବେ ମୁକେଶ ଅମ୍ବାନୀ ତାଙ୍କ ସେଫଙ୍କୁ ଏତିକି ବେତନ ଦେଉଛନ୍ତି।

{"id":676434,"width":840,"height":600,"sizeSlug":"full","linkDestination":"none"}

ମୁକେଶ ଅମ୍ବାନୀଙ୍କ ସରଳତା ଓ ବିନମ୍ରତାକୁ ଲୋକେ ପ୍ରାୟ ପସନ୍ଦ କରନ୍ତି। ମୁକେଶ ଅମ୍ବାନୀ ସାକାହାରୀ ଓ ଘରେ ତିଆରି ଗୁଜରାଟି ଖାଦ୍ୟ ତାଙ୍କୁ ବେଶ ପସନ୍ଦ। ମୁକେଶଙ୍କ ଅମୃତ ଭଣ୍ଡା ଜୁସରେ ଦିନ ଆରମ୍ଭ କରିଥାନ୍ତି । ମଧ୍ୟାହ୍ନ ଭୋଜନରେ ସେ ସୁପ୍ ଓ ସାଲାଡ ଖାଇବାକୁ ପସନ୍ଦ କରନ୍ତି। ସେହିପରି ସେ ରାତ୍ର ଭୋଜନରେ ସାଧାରଣ ରୁଟି ଓ ଡାଲି ଖାଆନ୍ତି।

ମୁକେଶ ଅମ୍ବାନୀଙ୍କ ପରି ତାଙ୍କ ପତ୍ନୀ ନୀତା ଅମ୍ବାନୀ ମଧ୍ୟ ଆଜିକାଲି ବେଶ ପ୍ରସିଦ୍ଧ। ଆଜିର ସମୟରେ ନୀତା ଅମ୍ବାନୀଙ୍କୁ ପ୍ରାୟ ସମସ୍ତେ ଜାଣନ୍ତି। ନିକଟରେ ଘରର କାମ ଧନ୍ଦା ପାଇଁ ନୀତା ଅମ୍ବାନୀ ଏକ ରୋବଟ ଆଣିଛନ୍ତି। ଘରର ଅଧିକାଂଶ କାମ ସେ ଏବେ ରୋବଟ ଦ୍ୱାରା କରାଉଛନ୍ତି। ଏଣୁ କିଛି କର୍ମଚାରୀଙ୍କ କାମ ଏବେ ରୋବଟ କରି ଦେଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.