IPL 2024: ଆଇପିଏଲ୍ ବିଜେତା ଟିମ୍ ହେବ ମାଲାମାଲ୍, ହାରିବା ଟିମକୁ କେତେ ମିଳିବ ଜାଣନ୍ତୁ

Published By : Prameya-News7 Bureau | May 26, 2024 IST

ନୂଆଦିଲ୍ଲୀ: ଆଇପିଏଲ୍ ୨୦୨୪ର ଫାଇନାଲ୍ ମୁକାବିଲା ରବିବାର ଚେନ୍ନାଇରେ ଖେଳାଯିବ । ଆଇପିଏଲ୍ ବିଜୟୀ ଟିମ୍ ମାଲାମାଲ ହେବା ସହ ଉପବିଜେତା ଟିମ ଉପରେ ମଧ୍ୟ ଟଙ୍କା ବର୍ଷା ହେବ । ଏହା ବ୍ୟତୀତ ଖେଳାଳିଙ୍କୁ ମଧ୍ୟ ପୁରସ୍କାର ରାଶି ମିଳିବ । ଏପରି କି ତୃତୀୟ ଏବଂ ଚତୁର୍ଥ ସ୍ଥାନରେ ରହୁଥିବା ଟିମକୁ ମଧ୍ୟ ପୁରସ୍କାର ରାଶି ମିଳିବ। ଆଇପିଏଲ୍ ବିଜେତା ଟିମକୁ ୨୦ କୋଟି ଟଙ୍କା ମିଳିବ । ସେହିପରି ରନର୍ସ ଅପ୍ ଟିମକୁ ୧୩ କୋଟି ଟଙ୍କା ପୁରସ୍କାର ରାଶି ବାବଦକୁ ମିଳିବ । 

ଅଙ୍କ ତାଲିକାରେ ତୃତୀୟ ଏବଂ ଚତୁର୍ଥ ସ୍ଥାନରେ ଟିମକୁ ମଧ୍ୟ ମୋଟା ଅର୍ଥ ମିଳିଥାଏ । ରାଜସ୍ଥାନ ରୟାଲ୍ସ ତୃତୀୟ ସ୍ଥାନରେ ରହିଛି ଏବଂ ଟିମ୍ ଭାଗରେ ୭ କୋଟି ଟଙ୍କା ପଡ଼ିବ । ସେହିପରି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ୬.୫ କୋଟି ଟଙ୍କା ମିଳିବ।

ରବିବାର ଆଇପିଏଲ୍‌ର ଫାଇନାଲ ମୁକାବିଲା କୋଲକାତା ନାଇଟ୍ ରାଇଡର୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳାଯିବ । ଦୁଇଟି ଯାକ ଟିମ୍ ଲିଗ୍ ପର୍ଯ୍ୟାୟରେ ଦମଦାର ପ୍ରଦର୍ଶନ କରି ଫାଇନାଲରେ ପହଞ୍ଚିଛନ୍ତି । ତେବେ କେକେଆର ଲିଗ୍ ପର୍ଯ୍ୟାୟରେ ହାଇଦ୍ରାବାଦକୁ ହରାଇଥିବାରୁ ତାର ମନୋବଳ ଅଧିକ ରହିଛି । ସେପଟେ ଲିଗ୍ ପର୍ଯ୍ୟାୟରେ ପରାଜୟର ପ୍ରତିଶୋଧ ନେବା ସହ ଦ୍ୱିତୀୟ ଥର ଚାମ୍ପିୟନ ହେବାର ଆଶା ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.