ଆପଣଙ୍କ ସ୍ୱାସ୍ଥ୍ୟ ଉପରେ କେତେ ଖର୍ଚ୍ଚ କରୁଛନ୍ତି ସରକାର, ଡାଟାରୁ ଜାଣନ୍ତୁ

Published By : Prameya-News7 Bureau | October 01, 2024 IST

ନୂଆଦିଲ୍ଲୀ: ଦେଶରେ ପ୍ରାୟ ୫୦ ଲୋକଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ସରକାର ଆୟୁଷ୍ମାନ ଭାରତ ଯୋଜନା କାର୍ଯ୍ୟକାରୀ ଅଛି । ଏବେ ସରକାର ଏହି ଯୋଜନାକୁ ବଢାଇ ୭୦ ବର୍ଷରୁ ଅଧିକ ବୟସର ସମସ୍ତ ବରିଷ୍ଠ ନାଗରିକଙ୍କୁ ସାମିଲ କରିଛନ୍ତି । ଏହି ସ୍ୱାସ୍ଥ୍ୟ କଭରେଜରେ ଲୋକଙ୍କୁ ୫ ଲକ୍ଷ ଟଙ୍କା ଯାଏ ମାଗଣା ଚିକିତ୍ସା ସୁବିଧା ମିଳିବ । ଏହା ବ୍ୟତୀତ ସରକାର ଏମ୍ସ ନିର୍ମାଣଠାରୁ ହସ୍ପିଟାଲ୍ ନିର୍ମାଣ କରି ସାଧାରଣ ଲୋକଙ୍କ ସ୍ୱାସ୍ଥ୍ୟ ପାଇଁ ଖର୍ଚ୍ଚ କରୁଛନ୍ତି । ତେବେ ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ସରକାର କେତେ ଟଙ୍କା ଖର୍ଚ୍ଚ କରନ୍ତି ତାହା ଜଣିଛନ୍ତି କି ?

କେନ୍ଦ୍ର ସରକାର ସାଧାରଣ ଲୋକଙ୍କ ଚିକିତ୍ସା ପାଇଁ ଆଜିର ସମୟରେ ସେମାନଙ୍କ ନିଜର କଷ୍ଟ ଅର୍ଜିତ ଆୟଠାରୁ ମଧ୍ୟ ଅଧିକ ଖର୍ଚ୍ଚ କରୁଛନ୍ତି । ଚଳିତ ବର୍ଷ ସେପ୍ଟେମ୍ୱର ୨୫ ସୁଦ୍ଧା ସରକାରୀ ଡାଟା ଅନୁସାରେ ଯଦି ଜଣେ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ପାଇଁ ମୋଟ ୧୦୦ ଟଙ୍କା ଖର୍ଚ୍ଚ ହୁଏ, ତେବେ ସେଥିରୁ ବ୍ୟକ୍ତିଙ୍କ ନିଜସ୍ୱ ଖର୍ଚ୍ଚ ୩୯.୪ ଟଙ୍କା । ଅନ୍ୟପଟେ ସରକାର ପ୍ରାୟ ୪୮ ଟଙ୍କା ଖର୍ଚ୍ଚ କରନ୍ତି । ଏହିପରି ସାଧାରଣ ଲୋକଙ୍କ ଖର୍ଚ୍ଚଠାରୁ ସରକାରଙ୍କ ଖର୍ଚ୍ଚ ଅଧିକ ହୋଇଛି ।

୨୦୧୩-୧୪ରେ ଦେଶରେ ସାଧାରଣ ଲୋକ ସ୍ୱାସ୍ଥ୍ୟ ପାଇଁ ନିଜ ପକେଟରୁ ୬୪.୨ ପ୍ରତିଶତ ଥିବା ବେଳେ ସରକାରୀ ଖର୍ଚ୍ଚ ୨୮.୬ ପ୍ରତିଶତ ଥିଲା । ମୋଦୀ ସରକାର ଆସିବା ପରେ ସରାକରୀ ଖର୍ଚ୍ଚ ଲଗାତାର ବଢି ଚାଲିଥିବା ବେଳେ ଲୋକଙ୍କ ଖର୍ଚ୍ଚ କମ ହୋଇଛି । ୨୦୧୭-୧୮ ମସିହା ବେଳକୁ ଏହି ଖର୍ଚ୍ଚ ପାଖାପାଖି ସମାନ ସ୍ତରକୁ ଚାଲି ଆସିଥିଲା ।

ନରେନ୍ଦ୍ର ମୋଦୀଙ୍କ ସରକାର ଆସିବା ପରଠୁ ଦେଶରେ ପ୍ରତି ବ୍ୟକ୍ତି ସ୍ୱାସ୍ଥ୍ୟ ଖର୍ଚ୍ଚ ପ୍ରାୟ ତିନି ଗୁଣା ବୃଦ୍ଧି ପାଇଛି । ୨୦୧୩-୧୪ରେ ସରକାରଙ୍କ ପ୍ରତି ବ୍ୟକ୍ତ ସ୍ୱାସ୍ଥ୍ୟ ଖର୍ଚ୍ଚ ୧୦୪୨ ଟଙ୍କା ଥିଲା, ଯାହା ୨୦୨୧-୨୨ ବେଳକୁ ଏହା ୩୧୬୯ ଟଙ୍କା ହୋଇଛି । ଦେଶ ଇତିହାସରେ ଏହା ପ୍ରଥମ ଥର ଯେତେବେଳେ ସରକାରଙ୍କ ସ୍ୱାସ୍ଥ୍ୟ ଖର୍ଚ୍ଚ ଏତେ ଅଧିକ ହୋଇଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.