ଦିନକୁ ଜଣେ ବ୍ୟକ୍ତି କେତୋଟି ଅଣ୍ଡା ଖାଇବା ଦରକାର, ଜାଣନ୍ତୁ ସଠିକ ପରିମାଣ
21/07/2019 at 7:44 PM

ଅଣ୍ଡା ଏକ ସ୍ୱାଦିଷ୍ଟ ବ୍ୟଞ୍ଜନ। ଏହାକୁ ବିଭିନ୍ନ ପ୍ରକାର ଖିଆଯାଇପାରେ। ଏଥିରେ ପ୍ରଚୁର ପରିମାଣରେ ପୋଷକ ତତ୍ୱ ଥାଏ। ଏହାକୁ ସଠିକ ମାତ୍ରାରେ ଓ ଢଙ୍ଗରେ ଖାଇଲେ ସ୍ୱାସ୍ଥ୍ୟପ୍ରତି ହିତକର ହୋଇଥାଏ। ତେବେ ପାଟି ସୁଆଦିଆ କାରଣରୁ ମନଇଛା ଖାଇବାଦ୍ୱାରା ବିଭିନ୍ନ ସ୍ୱାସ୍ଥ୍ୟଗତ ସମସ୍ୟା ସୃଷ୍ଟି କରିପାରେ। ତେବେ ଆସନ୍ତୁ ଜାଣିବା ଅଣ୍ଡା ଖାଇବାର ସଠିକ ପରିମାଣ ଓ ଉପାୟ ।

ଅଣ୍ଡା ଦୈନିନ୍ଦିନ ଆହାରରେ ନିଆଯାଇପାରେ। ତେବେ ଋତୁ ଅନୁସାରେ ଏହାର ପରିମାଣ ଓ ଖାଇବାର ସମୟ ନିର୍ଦ୍ଧାରଣ କରାଯାଇଛି । ଯଦିଗ୍ରୀଷ୍ମ ପ୍ରଧାନ ଅଞ୍ଚଳର ହୋଇଥାନ୍ତି ତେବେ ଦିନକୁ ୨ଟି ଖିଆଯାଇପାରେ। ଗୋଟିଏ ସକାଳ ଜଳଖିଆରେ ଓ ଆଉଗୋଟିଏ ମଧ୍ୟାହ୍ନ ଭୋଜନରେ। ସେହିପରି ଥଣ୍ଡା ଅଞ୍ଚଳରେ ରହୁଥିଲେ ବା ଶୀତିଦିନରେ ଆଉ ଗୋଟିଏ ବା ୨ଟି ଅଧିକ ଖିଆଯାଇପାରେ।

ଅଧିକ ଅଣ୍ଡା ଖାଇବାଦ୍ୱାରା ବିଭିନ୍ନ ପ୍ରକାର ସ୍ୱାସ୍ଥ୍ୟଗତ ସମସ୍ୟା ଉପୁଜି ଥାଏ। ଓଜନ ବଢିବା ସହ ଏଲର୍ଜିର ବି ସମ୍ଭାବନା ଥାଏ। ଏଣୁ ଅଣ୍ଡାକୁ ସଠିକ ପରିମାଣରେ ଓ ସଠିକ ସମୟରେ ଖାଇଲେ ଏହା ସ୍ୱାସ୍ଥ୍ୟ ନିମନ୍ତେ ହିତକର ହେବା ସହ ଶରୀରକୁ ପ୍ରଚୁର ଶକ୍ତି ପ୍ରଦାନ କରିଥାଏ। ସକାଳେ ୱାର୍କଆଉଟ୍ ପରେ ଜଳଖିଆରେ ଅଣ୍ଡା ଖାଇଲେ ଦିନ ତମାମ ଫୁର୍ତ୍ତି ରହିଥାନ୍ତି। ମଧ୍ୟାହ୍ନ ଭୋଜନରେ ଖାଇଲେ ଖାଦ୍ୟ ପାଚନ ସହଜ ହୋଇଥାଏ। ଶୀତ ଦିନେ ଦେହକୁ ଗରମ ରଖିବାରେ ଅଣ୍ଡା ସହାୟକ ହୁଏ । ଏହାକୁ କରି, ଭୁଜିଆ,ଅମଲେଟ୍, ପୋଚ୍ ଅଥବା ସିଝାଇକରି ମଧ୍ୟ ଖିଆଯାଇପାରେ।