scan steel
web-baneer-728x90
krs-728-90-banner (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ପୁଲଓ୍ଵାମା ହମଲାରେ ସହିଦ ୪୦ CRPF ଯବାନଙ୍କୁ କେତେ ମିଳିଛି କ୍ଷତିପୂରଣ, ବିସ୍ତୃତ ତଥ୍ୟ ଦେଲେ କେନ୍ଦ୍ର ମନ୍ତ୍ରୀ

26/07/2023 at 6:00 PM

ନୂଆଦିଲ୍ଲୀ: ୨୦୧୯ ପୁଲଓ୍ଵାମା ଆତଙ୍କୀ ହମଲାରେ ସହିଦ ହୋଇଥିଲେ ୪୦ ସିଆରପିଏଫ ଯବାନ। ପ୍ରତ୍ୟେକ ସହିଦ ଯବାନଙ୍କ ପରିବାରକୁ ୧ କୋଟି ୫୬ ଲକ୍ଷରୁ ୨ କୋଟି ୯୪ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କ୍ଷତିପୂରଣ ଦିଆଯାଇଛି। ଗୃହ ମନ୍ତ୍ରଣାଳୟ ପକ୍ଷରୁ ବୁଧବାର ସଂସଦରେ ଏ ସଂପର୍କରେ ସୂଚନା ଦିଆଯାଇଛି। ସଂସଦରେ ଏକ ପ୍ରଶ୍ନର ଉତ୍ତର ଦେଇ ଗୃହ ରାଷ୍ଟ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାୟ ଏହି ବିଷୟରେ ବିସ୍ତୃତ ତଥ୍ୟ ରଖିଛନ୍ତି। ସେ ସହିଦଙ୍କ ପରିଜନଙ୍କୁ ଦିଆଯାଇଥିବା ଚାକିରି କିମ୍ବା ପ୍ରସ୍ତାବିତ ଚାକିରିର ତାଲିକା ମଧ୍ୟ ଦେଖାଇଛନ୍ତି। ଅନୁକମ୍ପାମୂଳକ ସହାୟତା ରାଶିରେ କେନ୍ଦ୍ର, ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ରାଶି ଏବଂ ବ୍ୟକ୍ତି ଓ କର୍ପୋରେଟ୍ସ ଦ୍ଵାରା ପଠାଯାଇଥିବା ଦାନ ମଧ୍ୟ ସାମିଲ୍।

Also read- ପୁଲଓ୍ଵାମାରେ ଆତଙ୍କବାଦୀଙ୍କ ଟାର୍ଗେଟ୍‌ରେ ଥିଲେ ୪୦୦ ଯବାନ, ଷଡଯନ୍ତ୍ର ରଚିଥିଲା ଜଙ୍ଗ-ଏ-ବଦର

କେନ୍ଦ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାୟ କହିଛନ୍ତି ଯେ, ସହିଦ ଯବାନଙ୍କ ପରିଜନଙ୍କୁ ଭିନ୍ନ ଭିନ୍ନ ସେକ୍ଟରରେ ଚାକିରି ଦିଆଯାଇଛି। ଉଦାହରଣ ଭାବେ ସେ କହିଛନ୍ତି ଯେ, ୨ ସୈନିକଙ୍କ ପତ୍ନୀଙ୍କୁ ପଶ୍ଚିମବଙ୍ଗ, ଉତ୍ତର ପ୍ରଦେଶ ଓ ବିହାର ସରକାରରେ ଲଓର ଡିଭିଜନ ଚାକିରି ମିଳିଛି। ଅନେକ ସହିଦଙ୍କ ପରିଜନ ଅନୁକମ୍ପା ନିଯୁକ୍ତି ଆଧାରରେ ନିଜ ପିଲାଙ୍କ ୧୮ ବର୍ଷ ପୂରା  ହେଲେ ସେନାରେ ନିଯୁକ୍ତି ଦେବାକୁ ଅପିଲ୍ କରିଛନ୍ତି। ରାୟ କହିଛନ୍ତି, ଜଣେ ଯବାନଙ୍କ ପତ୍ନୀଙ୍କୁ ପଞ୍ଜାବ ପୋଲିସରେ କନଷ୍ଟେବଲ ପଦରେ ଚାକିରି ମିଳିଛି। ଅନ୍ୟ ଜଣେ ସହିଦଙ୍କ ପତ୍ନୀଙ୍କୁ ହିମାଚଳ ପ୍ରଦେଶରେ କାଙ୍ଗଡ଼ାରେ ଡିସି କାର୍ଯ୍ୟାଳୟରେ କିରାଣୀ ଭାବେ ନିଯୁକ୍ତି ମିଳିଛି।

PM leads nation in paying homage on third anniversary of Pulwama attack |  MorungExpress | morungexpress.com

ସୂଚନାଯୋଗ୍ୟ, ୨୦୧୯ ଫେବୃଆରୀ ୧୪ ତାରିଖରେ ପୁଲଓ୍ଵାମା ଜିଲ୍ଲାର ଲେଥପୋରା ଅତିକ୍ରମ କରିବା ବେଳେ ଆତଙ୍କବାଦୀଙ୍କ ଆତ୍ମଘାତୀ ଆକ୍ରମଣରେ ୪୦ ସିଆରପିଏଫ ଯବାନ ସହିଦ ହୋଇଥିଲେ। ପୁଲଓ୍ଵାମା ଆକ୍ରମଣ ଜାମ୍ମୁ-କାଶ୍ମୀରରେ ଆତଙ୍କବାଦୀଙ୍କ ଆକ୍ରମଣର ସବୁଠୁ ବଡ଼ ଘାତକ ଆକ୍ରମଣ ଥିଲା। ଯେତେବେଳେ ଏହି ଦୁର୍ଘଟଣା ଘଟିଲା ସେତେବେଳେ ୨୫୦୦ରୁ ଅଧିକ ସିଆରପିଏଫ ଯବାନଙ୍କ ସହିତ ୭୮ ବାହାନର କାରକେଡ୍ ହାଇଓ୍ଵେ ଉପରେ ଥିଲା।

ଅଧିକ ପଢନ୍ତୁ- ସ୍ଵୀକାର କଲା ପାକିସ୍ତାନ, ପୁଲଓ୍ଵାମା ଆକ୍ରମଣରେ ଥିଲା ତାରି ହାତ, ସଂସଦରେ ମନ୍ତ୍ରୀ କହିଲେ- ଇମ୍ରାନ ସରକାରଙ୍କ ଏହା ବଡ ସଫଳତା

ଜମ୍ମୁ-କାଶ୍ମୀରର ପୁଲଓ୍ଵାମାରେ ପାହାଡ଼ର ଶୀର୍ଷରେ ୪୦ ସିଆରପିଏଫ ଯବାନଙ୍କ ସ୍ମୃତିରେ ସହିଦ ସ୍ମାରକ ନିର୍ମାଣ କରାଯାଉଛି। ଏଥିପାଇଁ ୨ ଏକର ଜମି ଚିହ୍ନଟ ହୋଇ ସାରିଛି। ଅଧିକାରୀ କହିଛନ୍ତି, ପ୍ରସ୍ତାବିତ ଏହି ସ୍ମାରକୀ କାଶ୍ମୀରର ସବୁଠୁ ବଡ଼ ସ୍ମାରକ ମଧ୍ୟରୁ ଏକ ହେବ, ଯେଉଁଠି ଯବାନ ମୁତୟନ ଥିଲେ ଏବଂ ଆକ୍ରମଣ ସମୟରେ ପୁଣି ଥରେ ଡ୍ୟୁଟି ପାଇଁ ବାହାରି ଥିଲେ।

   Related Posts