ହସିବା ପାଇଁ ନିଅନ୍ତି ଲକ୍ଷ ଲକ୍ଷ ଟଙ୍କା, ଜାଣନ୍ତୁ ମିସ୍ ବ୍ରିଗେଞ୍ଜାଙ୍କ ବିଷୟରେ…
27/09/2023 at 2:05 PM

ନୂଆଦିଲ୍ଲୀ ୨୭।୦୯: ମିସ୍ ବ୍ରିଗେଞ୍ଜା । କିଏ ଏହି ବ୍ୟକ୍ତିତ୍ବ ? ପ୍ରାୟ ଅନେକ ଏହି ନାଁକୁ ଜାଣିନଥିବେ । ଏ ହେଉଛନ୍ତି ଜଣେ ଏମିତି ମହିଳା, ଯିଏକି ନିଜ ହସ ପାଇଁ ପରିଚିତ । ନିଜ ସ୍ବତନ୍ତ୍ର ହସ ପାଇଁ ସେ ହୋଇଛନ୍ତି କୋଟିପତି । ଏକଥା ଶୁଣି ଭାବୁଥିବେ ହସିବା ପାଇଁ କିଏ ଫି ନିଏ ? ହଁ ଏମିତି ଜଣେ ଅଭିନେତ୍ରୀ ଅଛନ୍ତି ଯିଏକି ହସିବା ପାଇଁ ନିଅନ୍ତି ଟଙ୍କା । ସେ ହେଉଛନ୍ତି ଅର୍ଚ୍ଚନା ପୁରନ ସିଂ । ‘ଦି କପିଲ ଶର୍ମା ସୋ’ରେ ଅର୍ଚ୍ଚନା ଜଣେ ଜଜ୍ ଭାବରେ ନଜର ଆସନ୍ତି ।

ସେ ଏହି ଶୋ’ରୁ କରିଥାନ୍ତି ମୋଟା ଅଙ୍କର ରୋଜଗାର । ଏବେ ଅର୍ଚ୍ଚନା ଧନୀ ତାରକାମାନଙ୍କ ମଧ୍ୟରେ ଗଣାଯାଆନ୍ତି । ଶୋ’ରେ ଲୋକମାନେ ତାଙ୍କ ହସକୁ ବହୁତ ପସନ୍ଦ କରନ୍ତି । କପିଲ ଶର୍ମା ନିଜ ଜୋକ୍ସରେ ଅର୍ଚ୍ଚନାଙ୍କୁ ଥଟ୍ଟା କରିଥାନ୍ତି । ତେବେ ଶୋରେ ଜୋର୍ ଜୋର୍ରେ ହସିବା ପାଇଁ ଅର୍ଚ୍ଚନା ନେଇଥାନ୍ତି ମୋଟା ଅଙ୍କର ଫି ।

ବାସ୍ତବରେ ଅର୍ଚ୍ଚନା ପ୍ରତି ଏପିସୋଡ୍ ପିଛା ୧୦ ଲକ୍ଷ ଟଙ୍କା ଫି ଆଦାୟ କରିଥାନ୍ତି । ଏକ ରିପୋର୍ଟ ଅନୁଯାୟୀ ଦି କପିଲ ଶର୍ମା ଶୋ’ର ତୃତୀୟ ସିଜିନରେ ଅର୍ଚ୍ଚନା ମୋଟ ୮ କୋଟି ଟଙ୍କା ଆଦାୟ କରିଛନ୍ତି । ତେବେ ‘ଦି କପିଲ ଶର୍ମା ସୋ’ରେ ନବଜୋତ ସିଂ ସିଦ୍ଧୁଙ୍କ ସ୍ଥାନରେ ରହିଛନ୍ତି ଅର୍ଚ୍ଚନା ପୁରାଣ ସିଂ । ଶୋ’ରେ ତାଙ୍କର କାମ ହେଉଛି କମେଣ୍ଟ କରିବା, ଅଡିଅନ୍ସଙ୍କୁ ଚିୟର୍ କରିବା, ମଜାଳିଆ ଲାଇନ୍ କହିବା ଏବଂ ଶୋ’ରେ ଆସୁଥିବା ସେଲିବ୍ରିଟିମାନଙ୍କୁ ଖୁସି କରିବା ।

ଅର୍ଚ୍ଚନା ତାଙ୍କର ଚମତ୍କାର ଅଭିନୟ ମାଧ୍ୟରେ ଲକ୍ଷ ଲକ୍ଷ ଫ୍ୟାନ୍ସଙ୍କ ହୃଦୟ ଜିତିଛନ୍ତି । ମିସ୍ ବ୍ରିଗେଞ୍ଜା ୧୯୮୭ରେ ଅଭିନୟ ଜଗତରେ ଡେବ୍ୟୁ କରିଥିଲେ । ସେବେଠାରୁ ସେ ପଛକୁ ବୁଲି ଚାହିଁନାହାନ୍ତି । ଅର୍ଚ୍ଚନା ନିଜଠାରୁ ୭ ବର୍ଷ ସାନ ପରମିତ ସେଟ୍ଟୀଙ୍କୁ ବିବାହ କରିଛନ୍ତି ।

ରିପୋର୍ଟ ଅନୁଯାୟୀ, ଅର୍ଚ୍ଚନା ପୁରନ ସିଂଙ୍କ ମୋଟ ସମ୍ପତ୍ତି ପ୍ରାୟ ୩୧ ନିୟୁତ ଡଲାର ଅର୍ଥାତ୍ ୨୫୪ କୋଟି ଟଙ୍କା । ମୁମ୍ବାଇର ମଡ୍ ଆଇଲ୍ୟାଣ୍ଡରେ ଅର୍ଚ୍ଚନା ପୁରନ ସିଂଙ୍କର ନିଜର ଏକ ଲଗଜୁରୀ ବଙ୍ଗଳା ରହିଛି । ଏହି ବିଳାସପୂର୍ଣ୍ଣ ବଙ୍ଗଳାରେ ଅର୍ଚ୍ଚନା ତାଙ୍କ ପରିବାର ସହିତ ରୁହନ୍ତି ।
You Can Read: