ଜାଣନ୍ତୁ ଲଙ୍କାପତି ରାବଣଙ୍କ କେତେ ପତ୍ନୀ ଥିଲେ : କିଏ ଥିଲେ ସବୁଠାରୁ ପବିତ୍ର

Published By : Prameya-News7 Bureau | April 18, 2020 IST

ନୂଆଦିଲ୍ଲୀ ୧୮/୦୪ : ଲଙ୍କାପତି ରାବଣ ମହାଜ୍ଞାନୀ ଥିଲେ ଏହା ଆମେ ସମସ୍ତେ ଜାଣିଛୁ | କିନ୍ତୁ ନିଜ ଅହଙ୍କାର ଯୋଗୁଁ ତାଙ୍କର ସର୍ବନାଶ ହୋଇଥିଲା | ରାବଣ ଶିବଙ୍କ ପରମ ଭକ୍ତ ଥିଲେ | ତପସ୍ୟା ବଳରେ ସେ ଅନେକ ଶକ୍ତି ଅର୍ଜନ କରିଥିଲେ | ରାବଣଙ୍କ ଭଳି ତାଙ୍କର ଅନ୍ୟ ଭାଇ ଓ ପୁତ୍ରମାନେ ମଧ୍ୟ ଶକ୍ତିଶାଳୀ ଥିଲେ | କିନ୍ତୁ ତାଙ୍କ ଆଚରଣ ଭଲ ନଥିଲା, ସେ ବହୁତ ଅତ୍ୟାଚାରୀ ଥିଲେ | ତାଙ୍କ ଅତ୍ୟାଚାର ଲଗାତାର ବଢି ବଢି ଚାଲିଥିଲା ଯେଉଁଥିପାଇଁ ଭଗବାନ ଶ୍ରୀ ରାମଙ୍କ ଅବତାର ନେଇ ରାବଣକୁ ବଧ କରିଥିଲେ |  

{"id":256184,"sizeSlug":"large"}

ବାଲ୍ମୀକି ରାମାୟଣରେ ରାବଣଙ୍କୁ ଅଧର୍ମୀ ଅତ୍ୟାଚାରୀ ବୋଲି କହିଛନ୍ତି | ରାବଣ ଜ୍ଞାନୀ ହୋଇ ମଧ୍ୟ କୌଣସି ଧର୍ମ ପାଳନ କରୁନଥିଲେ | ଏହା ତାଙ୍କର ସବୁଠାରୁ ଖରାପ ଗୁଣ ଥିଲା | ଯୁଦ୍ଧରେ ରାବଣଙ୍କ ମୃତ୍ୟୁ ପରେ ମନ୍ଦୋଦରୀ ବିଳାପ କରି କହିଥିଲେ ଯେ ଯେଉଁମାନେ ଅନେକ ଯଜ୍ଞ ନଷ୍ଟ କରିଥିବା ଯୋଗୁଁ, ଧାର୍ମିକ ବ୍ୟବସ୍ଥା ଭାଙ୍ଗିଥିବା ଯୋଗୁଁ, ଦେବ-ଅସୁର ଏବଂ ମଣିଷଙ୍କ କନ୍ୟାଙ୍କୁ ହରଣ କରିଥିବା ଯୋଗୁଁ , ନିଜର ସମସ୍ତ ପାପ କର୍ମ ଯୋଗୁଁ ହିଁ ଆଜି ତୋର ବଧ ହୋଇଛି |

{"id":256186,"width":592,"height":286,"sizeSlug":"large"}

ଲଙ୍କାପତି ରାବଣଙ୍କ ୩ ପତ୍ନୀ ଥିଲେ | ତୃତୀୟ ପତ୍ନୀଙ୍କ ନାଁ ଥିଲା ଅଜ୍ଞାତ | ତୃତୀୟ ପତ୍ନୀ ସମ୍ପର୍କରେ କିଛି ଉଲ୍ଲେଖ ନାହିଁ | ରାବଣଙ୍କ ପ୍ରଥମ ପତ୍ନୀ ଥିଲେ ମନ୍ଦୋଦରୀ | ମନ୍ଦୋଦରୀ ରାକ୍ଷସରାଜ ମାୟାସୁରଙ୍କ ପୁତ୍ରୀ ଥିଲେ | ରାବଣଙ୍କ ଦ୍ୱିତୀୟ ପତ୍ନୀ ଥିଲେ ଧନ୍ୟମାଳିନୀ | ରାବଣ ନିଜ ତୃତୀୟ ପତ୍ନୀଙ୍କୁ ହତ୍ୟା କରିଦେଇଥିଲେ ବୋଲି କୁହାଯାଏ | ଇନ୍ଦ୍ରଜିତ, ମେଘନାଦ, ମହୋଦର, ପ୍ରହସ୍ତ, ବିରୁପାକ୍ଷ ଭିକମ ବୀର ମନ୍ଦୋଦରୀଙ୍କ ପୁତ୍ର ଥିଲେ | ଅତିକ୍ୟା ଓ ତ୍ରିଶିସାର ଧନ୍ୟମାଳିନୀଙ୍କ ଦୁଇ ପୁତ୍ର ଥିଲେ | ତୃତୀୟ ପତ୍ନୀଙ୍କ ଠାରୁ ଜନ୍ମ ହୋଇଥିଲେ ପ୍ରହସ୍ଥା ନରନ୍ତକା ଓ ଦେବତାକା |

wp:preformatted
 
/wp:preformatted

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.