LIFESTYLE
suno sunao
Aao Nxt
LIFESTYLE_728X90_B
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

IPLରେ ଇମ୍ପାକ୍ଟ ପକାଇବ କି ‘ଇମ୍ପାକ୍ଟ ପ୍ଲେୟାର’; ବିସିସିଆଇ ପରିବର୍ତ୍ତନ କରିଛି ନିୟମ, ସଂଘର୍ଷପୂର୍ଣ୍ଣ ହେବ ମ୍ୟାଚ୍

24/03/2023 at 10:26 AM

ମୁମ୍ବାଇ,୨୩/୩(ଏଜେନ୍ସି): ଦିନ କେଇଟା ପରେ ଆଇପିଏଲ୍‌ର ୧୬ତମ ସଂସ୍କରଣ । ଆରମ୍ଭ ହେବ ଫଟାଫଟ୍ କ୍ରିକେଟର ମହାକୁମ୍ଭ । ଏନେଇ ବିଭିନ୍ନ ଦଳ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ପୂର୍ବ ସିଜନ ଅପେକ୍ଷା ଚଳିତ ଆଇପିଏଲ୍‌ ସ୍ୱତନ୍ତ୍ର ଓ ରୋମାଞ୍ଚପୂର୍ଣ୍ଣ ହେବ । କାରଣ ବିସିସିଆଇ ଏଥର ଆଇପିଏଲରେ କିଛି ନୂଆ ନିୟମ ଲାଗୁ କରିଛି । ନୂଆ ନିୟମଗୁଡ଼ିକ ମଧ୍ୟରେ ‘ଇମ୍ପାକ୍ଟ ପ୍ଲେୟାର’ ନିୟମଟି ସବୁଠୁ ଚର୍ଚ୍ଚିତ ରହିଛି । ଇମ୍ପାକ୍ଟ ପ୍ଲେୟାର ନିୟମ ବଳରେ ପ୍ରତି ମ୍ୟାଚ୍‌ ସଂଘର୍ଷପୂର୍ଣ୍ଣ ହେବ ବୋଲି ଅନୁମାନ କରାଯାଉଛି ।

 କ’ଣ ଏହି ଇମ୍ପାକ୍ଟ ପ୍ଲେୟାର’ ନିୟମ?

ଏହି ‘ଇମ୍ପ୍ୟାକ୍ଟ ପ୍ଲେୟାର’ ନିୟମକୁ ସରଳ ଭାଷାରେ ‘ଟାକ୍‌ଟିକଲ ସବ୍‌ଷ୍ଟିଟ୍ୟୁସନ’ କୁହାଯାଉଛି । ଏହି ନିୟମ ଅନୁଯାୟୀ, କୌଣସି ମ୍ୟାଚ୍‌ର ଟସ୍‌ ପରେ ଉଭୟ ଦଳ ସେମାନଙ୍କ ଚୂଡ଼ାନ୍ତ ଏକାଦଶ ତାଲିକା ଦେବେ । ଏହା ସହିତ ୪ଜଣ ସବ୍‌ଷ୍ଟିଟ୍ୟୁଟ୍‌ ଖେଳାଳିଙ୍କ ନାମ ଘୋଷଣା କରିବେ । ମ୍ୟାଚ୍‌ ଚାଲିଥିବା ସମୟରେ ଦଳ ଚାହିଁଲେ ଅତିରିକ୍ତ ୪ ଜଣଙ୍କ ମଧ୍ୟରୁ ଯେକୌଣସି ଜଣେ ଖେଳାଳିଙ୍କୁ ଆବଶ୍ୟକତା ଅନୁଯାଇ ବଦଳ କରିପାରିବେ । ଚୂଡ଼ାନ୍ତ ଏକାଦଶରୁ ଜଣେ ଖେଳାଳିଙ୍କୁ ବାଦ୍ ଦେଇ ଅତିରିକ୍ତ ଖେଳାଳିଙ୍କ ମଧ୍ୟରୁ ଜଣଙ୍କୁ ଚୂଡାନ୍ତ ଏକାଦଶରେ ସାମିଲ କରିପାରିବେ । ଉଭୟ ଇନିଂସର ୧୪ ଓଭର ମଧ୍ୟରେ ଏହି ଖେଳାଳିଙ୍କୁ ସାମିଲ କରିପାରିବେ । ଶେଷ ୬ ଓଭର ମଧ୍ୟରେ କୌଣସି ଖେଳାଳିଙ୍କୁ ପରିବର୍ତ୍ତନ କରାଯାଇପାରିବ ନାହିଁ । ମ୍ୟାଚ୍‌ ମଧ୍ୟରେ କୌଣସି ଦଳ ଥରେ ମାତ୍ର ଖେଳାଳି ବଦଳ କରିପାରିବ ।

ମ୍ୟାଚ୍‌ ସମୟରେ ଟସ୍‌ ଯୋଗୁ ମିଳୁଥିବା ଅତିରିକ୍ତ ଫାଇଦାକୁ ‘ଇମ୍ପାକ୍ଟ ପ୍ଲେୟର’ ନିମୟ ବଳରେ ଚ୍ୟାଲେଞ୍ଜ କରିହେବ । ଭାରତୀୟ ଜଳବାୟୁରେ ରାତ୍ରି ସମୟରେ ଖେଳ ହେଲେ ଟସ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେଉଛନ୍ତି । କାରଣ ଦ୍ୱିତୀୟ ଭାଗରେ କାକର ପଡ଼ି ଗ୍ରାଉଣ୍ଡ ଓ ବଲ୍‌ ଓଦା ହୋଇଯାଉଥିବାରୁ ବ୍ୟାଟିଂ ସହଜ ହୋଇଯାଉଛି । ଏଭଳି ସ୍ଥଳରେ ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ଦଳ ଦ୍ୱିତୀୟ ଭାଗରେ ବୋଲିଂ କରୁଥିବାବେଳେ ଏକାଦଶରୁ ଜଣଙ୍କୁ ବାଦ ଦେଇ ଅତିରିକ୍ତ ବୋଲରଙ୍କୁ ସାମିଲ କରିପାରିବ । ସେହିଭଳି ଆଗ ବୋଲିଂ କରିଥିବା ଦଳ ଆବଶ୍ୟକ ସ୍ଥଳେ ବ୍ୟାଟିଂ ଶକ୍ତି ବୃଦ୍ଧି ପାଇଁ ଅତିରିକ୍ତ ବ୍ୟାଟ୍ସମ୍ୟାନ୍‌ଙ୍କୁ ଏକାଦଶରେ ସାମିଲ କରିପାରିବ । କିନ୍ତୁ ଏଭଳି ସ୍ଥଳେ କେବଳ ୧୧ଜଣ ଖେଳାଳି ହିଁ ବ୍ୟାଟିଂ କରିପାରିବେ ।

‘ସୁପର ସବ୍‌’ ନିୟମଠୁ ଏହା ଭିନ୍ନ:

୨୦୦୫ ଓ ୨୦୦୬ରେ ଦିନିକିଆ କ୍ରିକେଟ୍‌ରେ ଆଇସିସି ଲାଗୁ କରିଥିବା ‘ସୁପର ସବ୍‌’ ନିୟମ ସହ ମଧ୍ୟ ‘ଇମ୍ପାକ୍ଟ ପ୍ଲେୟାର’ ନିୟମ ସମାନ ନୁହେଁ । ‘ସୁପର ସବ୍‌’ ନିୟମ ଅନୁଯାୟୀ ମ୍ୟାଚ୍‌ ବେଳ କୌଣସି ଦଳ ଜଣେ ବ୍ୟାଟରଙ୍କ ସ୍ଥାନରେ ଆଉ ଜଣେ ଖେଳାଳିଙ୍କୁ ସାମିଲ କରିପାରୁଥିଲେ । ଫଳ ସ୍ୱରୂପ ମ୍ୟାଚ୍‌ ଅଧାରୁ ବାଦ ପଡ଼ିଥିବା ବ୍ୟାଟର ଆଉଟ୍‌ ହୋଇଥିଲେ ତାଙ୍କ ସ୍ଥାନରେ ଆସିଥିବା ଖେଳାଳି ବ୍ୟାଟିଂ କରିପାରିବେ ନାହିଁ । ସେହିପରି ବୋଲିଂ କରି ବ୍ୟୟ ବହୁଳ ସାବ୍ୟସ୍ତ ହୋଇଥିବା ଖେଳାଳିଙ୍କ ସ୍ଥାନରେ ଦଳକୁ ଆସିଥିବ ଖେଳାଳି ଜଣଙ୍କ ସମ୍ପୂର୍ଣ୍ଣ ୧୦ ଓଭର ବୋଲିଂ କରିପାରିବେ ନାହିଁ । ବାଦ ପଡ଼ିଥିବା ବୋଲରଙ୍କ ବାକି ଥିବା ଓଭରକୁ ନୂଆ ଖେଳାଳି ସମ୍ପୂର୍ଣ୍ଣ କରିପାରିବେ । ଆଇପିଏଲରେ ‘ଇମ୍ପାକ୍ଟ ପ୍ଲେୟର’ ଇମ୍ପାକ୍ଟ ପକାଇବ ବୋଲି କୁହାଯାଉଛି ।

   Related Posts