ଥମୁନି ଲୋହିତ ସାଗର ସଂକଟ: ମହଙ୍ଗା ହେଇପାରେ ଟିଭି, ୱାଶିଂମେସିନ ଓ ଏସି

Published By : Prameya-News7 Bureau | May 25, 2024 IST

business standard

ନୂଆଦିଲ୍ଲୀ: ମହଙ୍ଗା ହେଇପାରେ ଟିଭି, ୱାଶିଂମେସିନ ଓ ଏସି ଭଳି ଇଲେକ୍ଟ୍ରୋନିକ୍ ସାମଗ୍ରୀ। କାରଣ ଲୋହିତ ସାଗର ଯେଉଁ ସମସ୍ୟା ଦେଖା ଦେଇଛି ତାହା ମହଙ୍ଗା ମାର୍କେଟ୍ ଆଡ଼କୁ ଇସାରା କରୁଛି। ମଧ୍ୟ ପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ଥମିବାର କୌଣସି ସଙ୍କେତ ଦେଖା ଦେଉନାହିଁ। ଏହାର କୁ ପରିଣାମ ବ୍ୟବସାୟ ଉପରେ ପଡ଼ିଛି। ସିପିଂ କଣ୍ଟେନରଗୁଡ଼ିକର ଅଭାବ ଏବଂ ଚାଇନାରୁ ଆସୁଥିବା ସାମଗ୍ରୀ ଉପରେ ମାଲ ପରିବହନ ଶୁଳ୍କ ବୃଦ୍ଧି ହେତୁ ଆଇଟି ହାର୍ଡୱେର୍, ଟିଭି, ୱାଶିଂ ମେସିନ୍ ଏବଂ ଏସି ପରି ବାଦ୍ୟୁତିକ ସାମଗ୍ରୀର ମୂଲ୍ୟ ବୃଦ୍ଧି ହେବାର ସମ୍ଭାବନା ରହିଛି। ଏହା ଭାରତୀୟ ଗ୍ରାହକଙ୍କୁ ପ୍ରଭାବିତ କରିବ। ବିଶେଷ କରି ଇରାନ- ଇସ୍ରାଏଲ୍ ବିବାଦ ଓ ହୁତି ବିଦ୍ରୋହୀଙ୍କ ଆକ୍ରମଣ ଲୋହିତ ସାଗରକୁ ବ୍ୟବସାୟ ପାଇଁ ନିରାପଦ କରୁଛି।  

ବଜାର ବିଶେଷଜ୍ଞଙ୍କ ଅନୁଯାୟୀ, ଗତ ଦୁଇ ମାସ ମଧ୍ୟରେ କେତେକ ସ୍ଥାନରେ ମାଲ ଭଡ଼ା ପ୍ରାୟ ଚାରି ଗୁଣ ବୃଦ୍ଧି ପାଇଛି। ଏହାପୂର୍ବରୁ ଜାହାଜଗୁଡ଼ିକ ଆମେରିକା ଏବଂ ୟୁରୋପରେ ପହଞ୍ଚିବା ପାଇଁ ପୂର୍ବରୁ ଜାହାଜଗୁଡ଼ିକ ସୁଏଡ କେନାଲ ଦେଇ ଯାଉଥିଲେ। ହେଲେ ଏବେ ସଂକଟରୁ ବଞ୍ଚିବା ପାଇଁ ଜାହାଜଗୁଡ଼ିକ ୮୫୦୦ କିମି ବୁଲିଯିବାକୁ ପଡ଼ୁଛି। ଏହି ମାର୍ଗରେ ୧୨ ହଜାର କଣ୍ଟେନ୍‌ର ଲୋଡ୍ ଥିବା ପ୍ରାୟ ୩୩୦ ଜାହାଜ ଯାଉଛି। ଏହି କାରଣରୁ, ମେ ମାସରୁ ଚୀନ୍ ବନ୍ଦରରେ ଜାହାଜର ଅଭାବ ଦେଖାଦେଇଛି। ଏହା ବ୍ୟତୀତ କମ୍ପାନୀଗୁଡିକୁ ମଧ୍ୟ ସେମାନଙ୍କର ମ୍ୟାନୁଫେକ୍ଚରିଂ ପ୍ରକ୍ରିୟାକୁ ପରିବର୍ତ୍ତନ କରିବାକୁ ପଡ଼ୁଛି।

ଇକୋନୋମିକ୍ ଟାଇମ୍ସ ରିପୋର୍ଟ ଅନୁଯାୟୀ, ବଡ଼ ଇଲେକ୍ଟ୍ରୋନିକ୍ ସାମଗ୍ରୀର ମୂଲ୍ୟରେ ଲଜିଷ୍ଟିକ୍ ମୂଲ୍ୟ ପ୍ରାୟ ୨ ରୁ ୩ ପ୍ରତିଶତ  ହୋଇଥାଏ। ଆଶଙ୍କା କରାଯାଉଛି ଯେ ଯଦି ସମାନ ପରିସ୍ଥିତି ଜାରି ରହେ ତେବେ ଗ୍ରାହକଙ୍କଠାରୁ ଏହି ମୂଲ୍ୟ ଆଦାୟ କରାଯିବା ସୁନିଶ୍ଚିତ। ଏହା ବ୍ୟତୀତ ଏକ ଜାହାଜ ଦ୍ୱାରା ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ପାଇଁ ସମୟ ମଧ୍ୟ ୩୫ ରୁ ୪୦ ପ୍ରତିଶତକୁ ବୃଦ୍ଧି ପାଇଛି। ଲୋହିତ ସାଗର ସଙ୍କଟ ଯୋଗୁଁ ସମଗ୍ର ବିଶ୍ୱରେ ୨୦ ଏବଂ ୪୦ ଫୁଟ କଣ୍ଟେନରର ମୂଲ୍ୟ ମଧ୍ୟ ବଢ଼ିଛି। ଅନ୍ୟପଟେ କମ୍ପାନୀମାନେ ସାମଗ୍ରୀକୁ ସ୍ଥାନାନ୍ତର କରିବା ପାଇଁ ୨୦ ଫୁଟ କଣ୍ଟେନରକୁ ଅଧିକ ପସନ୍ଦ କରୁଛନ୍ତି।

ବିଶେଷଜ୍ଞମାନେ କହିଛନ୍ତି ଯେ ସୁଇଜ୍ କେନାଲ ଦେଇ ବାଣିଜ୍ୟ ଆରମ୍ଭ ହେବା ପରେ ହିଁ ସ୍ଥିତିରେ ସୁଧାର ଆସିବ ବୋଲି ଆଶା କରାଯାଉଛି। ବର୍ତ୍ତମାନ କଣ୍ଟେନରଗୁଡ଼ିକର ମୂଲ୍ୟ ୨୪୦୦ ରୁ ୨୯୦୦ ଡଲାରରେ ପହଞ୍ଚିଛି। ଲୋହିତ ସାଗର ସଙ୍କଟ ପୂର୍ବରୁ ଏହା ୮୫୦ରୁ ରୁ ୧୦୦୦ ଡଲାରରେ ମଧ୍ୟରେ ଥିଲା। ତେବେ ଏହି ପରିସ୍ଥିତି ମୋବାଇଲ୍ ଫୋନର ମୂଲ୍ୟ ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ। ଯେହେତୁ ଏହାର ପାର୍ଟ ହାଲୁକା ଓ ସୂକ୍ଷ୍ମ, ତେଣୁ ସେଗୁଡିକ ବିମାନ ଯୋଗେ ପରିବହନ କରାଯାଇଥାଏ। ତେଣୁ ଏହାର ମୂଲ୍ୟ ଉପରେ କୌଣସି ପ୍ରଭାବ ପଡ଼ବି ନାହିଁ। 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.