ପରୀକ୍ଷଣ ପୂର୍ବରୁ ହିଁ ଭାରତର ପରମାଣୁ କାର୍ଯ୍ୟକ୍ରମକୁ ନେଇ ଭୟଭୀତ ଥିଲା ଆମେରିକା, ରିପୋର୍ଟରେ ଦାବି

Published By : Prameya-News7 Bureau | December 11, 2022 IST

ନୂଆଦିଲ୍ଲୀ: ଭାରତ ପରମାଣୁ ହତିଆର କ୍ଷେତ୍ରରେ ଆଗକୁ ବଢୁଛି, ଏହି ଖବର ଆମେରିକାକୁ ପ୍ରଥମ ପରମାଣୁ ପରୀକ୍ଷଣ ପୂର୍ବରୁ ଜଣାପଡିଥିଲା । ଭାରତର ଏହି ଅଭିଯାନକୁ ନେଇ ଆମେରିକାରରେ ଭୟର ବାତାବରଣ ଖେଳିଯାଇଥିଲା । ଆମେରିକାର ଆଂଶକା ଥିବା ଯେ କାଳେ ସାରା ବିଶ୍ୱରେ ପରିମାଣୁ ହତିଆର ପାଇଁ ନୂଆ ଦୌଡ ଆରମ୍ଭ ହୋଇଯିବ। ଉଲ୍ଲେଖଯୋଗ୍ୟ ଯେ ୧୯୬୮ରେ ଏକ କାନାଡାଇ ନ୍ୟୁକ୍ଲିୟର ଇନସ୍ପେକ୍ଟର କାନାଡା-ଇଣ୍ଡିଆ ରିଏକ୍ଟର ଟ୍ରୋମ୍ୱେ ପହଞ୍ଚିଥିଲେ । ଏଠାରେ ସେ ନାଭିକିୟ ଉପକରଣର ଡିଜାଇନ ଦେଖିବାକୁ ପାଇଥିଲେ । ଏହାପରେ ଯେଉଁ ରିପୋର୍ଟ ସାମନାକୁ ଆସିଥିଲା ସେଥିରେ ଆମେରିକା ମଧ୍ୟ ଡରି ଯାଇଥିଲା।

ୱାଶିଂଟନରେ ଶୁକ୍ରବାର ପ୍ରକାଶିତ ହୋଇଥିବା ରିପୋର୍ଟ ଅନୁସାରେ, ଆମେରିକୀୟ କୂଟନୀତିଜ୍ଞଙ୍କୁ କୁହାଯାଇଥିଲା ଯେ ଭାରତ ପ୍ଲୁଟୋନିୟମର ଉତ୍ପାଦନ ଦିଗରେ ଆଗକୁ ବଢୁଛି । ୟୁଏସ ନ୍ୟାସନାଲ ଆକାଇଭରୁ ମିଳିଥିବା ଦସ୍ତାବିଜରେ କୁହାଯାଥିଲା ଯେ ଭାରତ ଫ୍ଲୁଟୋନିୟମର ଉତ୍ପାଦନ କରି ପରିମାଣୁ ହତିଆର ବିକଶିତ କରିବାକୁ ଚାହୁଁଛି । ଏହି ଦସ୍ତାବିଜରେ କୁହାଯାଇଥିଲା ଯେ ଭାରତର ପରମାଣୁ ଅଭିଯାନ ଆମେରିକାର ପରମାଣୁ ଅପ୍ରସାର ନୀତିକୁ ଚ୍ୟାଲେଞ୍ଜ ଦେଇପାରେ ।

ଶୁକ୍ରବାର ପ୍ରକାଶିତ ହୋଇଥିବା ଦସ୍ତାବିଜ ଅନୁସାରେ କାନାଡାଇ ଆମେରିକାକୁ କହିଥିଲେ ଯେ ଭାରତ ପ୍ରତି ବର୍ଷ ୧୨ କିଲୋ ପ୍ଲୁଟୋନିୟମ ଉତ୍ପାଦନ କରୁଛି । ୧୯୭୦ ମସିହାରେ ଆମେରିକା ଭାରତକୁ କହିଥିଲା ଯେ ପ୍ଲୁଟୋନିୟମର ଉତ୍ପାଦନ ଆମେରିକା ଏବଂ ଭାରତ ମଧ୍ୟରେ ହୋଇଥିବା ସିଭିଲ ଏଗ୍ରିମେଣ୍ଟର ଉଲ୍ଲଂଘନ କରୁଛି। ଆମେରିକା କହିଥିଲା ଯେ ସେ ଭାରତର ଏହି ପରମାଣୁ ଅଭିଯାନର ବିରୋଧ କରିବ । ଭାରତ ମଧ୍ୟ ସ୍ପଷ୍ଟ କରିଥିଲା ଯେ ପରମାଣୁ ହତିଆର ନିର୍ମାଣର ଯୋଜନା ନାହିଁ ବରଂ ପରମାଣୁ ପ୍ରଯୁକ୍ତିର ବ୍ୟବାହର ଶାନ୍ତି ଉଦ୍ଦେଶ୍ୟରେ କରାଯିବ।

ପରେ ୧୯୭୪ରେ ଆମେରିକାରେ ସ୍ୱୀକାର କରିଥିଲା ଯେ ତା ନିକଟରେ ଏପରି କୌଣସି ପ୍ରମାଣ ନାହିଁ ଯେଉଁଥିରେ ଭାରତ ପରମାଣୁ ହତିଆର ନିର୍ମାଣ କରୁଥିବା ସ୍ପଷ୍ଟ ହେବ । ଏହାପରେ ଭାରତ ପାଇଁ ମାର୍ଗ ପ୍ରଶସ୍ତ ହୋଇଗଲା । ଶାନ୍ତି ପାଇଁ ପରମାଣୁ ପ୍ରଯୁକ୍ତିର ବିକାଶ କରିଥିଲା । ୧୯୭୪ ମେ ୧୮ରେ ରାଜସ୍ଥାନର ପୋଖରନରେ ସେନାର ନରୀକ୍ଷଣରେ ପରମାଣୁ ପରୀକ୍ଷଣ କରାଯାଇଥିଲା। ଏହି ଅପରେସନକୁ ସ୍ମାଇଲିଂ ବୁଦ୍ଧା ନାଁ ଦିଆଯାଇଥିଲା।      

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.