ଉତ୍ତରପ୍ରଦେଶ, ବିହାର, ବେଙ୍ଗଲ ଓ ଗୁଜୁରାଟ୍କୁ ଛାଡ଼ି କପରି ସଫଳ ହେବ ଭାରତ ଯୋଡ଼ ଯାତ୍ରା, ବୁଝନ୍ତୁ ରାଜନୈତିକ କାରଣ

Published By : Prameya-News7 Bureau | September 08, 2022 IST

ନୂଆଦିଲ୍ଲୀ ୦୮/୦୯: ସେପ୍ଟେମ୍ୱର ୭ରୁ  ଭାରାତୀୟ ଜାତୀୟ କଂଗ୍ରେସ ଭାରତ ଯୋଡ଼ ଯାତ୍ରା ଆରମ୍ଭ କରିଛି। ଏହି ଯାତ୍ରା ତାମିଲ୍‌ନାଡ଼ୁରୁ ଆରମ୍ଭ ହୋଇ ମୋଟ୍ ୧୨ଟି ରାଜ୍ୟ ଦେଇ ଜାମମ୍ମୁ କଶ୍ମୀରରେ ପହଞ୍ଚିବ। ୩୫୭୦ କିମି ଏହି ଯାତ୍ରାକୁ ଅତିକ୍ରମ କରିବା ପାଇଁ କଂଗ୍ରେସ ନେତା ଓ କର୍ମୀମାନଙ୍କୁ ଦୀର୍ଘ ୫ ମାସ ସମୟ ଲାଗିବ। କଂଗ୍ରେସ ସାଂସଦ ତଥା ପୂର୍ବତନ କଂଗ୍ରେସ ଜାତୀୟ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏହାର ନେତୃତ୍ୱ ନେବେ।   

କଂଗ୍ରେସ କହିଛି ଯେ, ଏହି ଯାତ୍ରାରେ କଂଗ୍ରେସ୍‌ ନୂଆ ଫର୍ମରେ ଆସିବ। ଯାହାକୁ ମିତ୍ର ଦଳ ବା ବିରୋଧି ଦଳ ସାଧରଣ ଭାବେ ଗ୍ରହଣ କରିପାରିବେ ନାହିଁ। କଂଗ୍ରେସ ଏହି ଯାତ୍ରାକୁ ବଡ଼ ଆୟୋଜନ ସହିତ ଆରମ୍ଭ କରିଛି। କିନ୍ତୁ ଏହାକୁ ନେଇ ମଧ୍ୟ ଅନେକ ପ୍ରଶ୍ନ ଉଠିଛି। ଏହି ଯାତ୍ରାରେ କେବଳ ୧୨ଟି ରାଜ୍ୟକୁ କାହିଁକି ସାମିଲ୍‌ କରାଯାଇଛି? ଉତ୍ତରପ୍ରଦେଶରେ କିଛି ମାମୁଲି ଅଂଶକୁ କାହିଁକି ସାମିଲ୍‌ କରାଯାଇଛି। ଅନ୍ୟପଟେ ବିହାର, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ଭଳି ରାଜ୍ୟ ରାଜ୍ୟକୁ କାହିଁକି ଏଥିରେ ସାମିଲ୍‌ କରାଯାଇ ନାହିଁ ? ବୋଲି ପ୍ରଶ୍ନ କରାଯାଇଛି   

ଉପରୋକ୍ତ ପ୍ରଶ୍ନ କଂଗ୍ରେସ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। କାରଣ ଉତ୍ତରପ୍ରଦେଶରୁ ୮୦ଟି ଲୋକସଭା ଆସନ ଥିବା ବେଳେ ବିହାରରେ ୪୦ଟି ଆସନ ରହିଛି। ଏହାଛଡ଼ା ପଶ୍ଚିମବଙ୍ଗରେ ୪୨ଟି ଆସନ ରହିଛି। ଏପରି ଭାବେ ଏହିସବୁ ରାଜ୍ୟରେ ଭାରତ ଯୋଡ଼ ପଦଯାତ୍ରା ନଯିବା ଏକ ବଡ଼ ପ୍ରଶ୍ନବାଚି ସୃଷ୍ଟି କରିଛି। ଲୋକସଭା ନିର୍ବାଚନ ଦୃଷ୍ଟିରୁ ଗୁଜୁରାଟ୍‌ବି ଗୁରୁତ୍ୱ ବହନ କରୁଛି। ଏଠାରେ ୨୬ଟି ଲୋକସଭା ଆସନ ଥିବା ବେଳେ ଏହି ବର୍ଷ ଶେଷରେ ମଧ୍ୟ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। କଂଗ୍ରେସ ଯଦି ତାର ଭାରତଯୋଡ଼ ଯାତ୍ରାର ରୁଟ୍‌ରେ ଏହି ରାଜ୍ୟଗୁଡ଼ିକ ସାମିଲ୍‌ କରିଥାଆନ୍ତା ତାହେଲେ ଦଳ ପାଇଁ ଏହା ବହୁତ ଶୁଭଙ୍କର ହୋଇଥାଆନ୍ତା ଏବଂ ଗୁଜୁରାଟ୍‌ ଭଳି ଗୁରୁତ୍ୱପୂର୍ଣ୍ଣ ରାଜ୍ୟରେ ଏହା ଉତ୍ତମ ବାର୍ତ୍ତା ଦେଇଥାଆନ୍ତା।   

କିନ୍ତୁ କଂଗ୍ରେସ ରଣନୀତିକାରମାନେ କେରଳ ତାମିଲନାଡ଼ୁ ଓ ତେଲେଙ୍ଗାନା ଭଳି ରାଜ୍ୟକୁ ଏହି ଯାତ୍ରା କଭର କରିଛି। ଯେଉଁଠି ଏହାର ଜନାଧାର ଉତ୍ତରଭାରତର ରାଜ୍ୟମାନଙ୍କଠାରୁ ଅଧିକ ରହିଛି। କେବଳ ଏତିକି ନୁହେଁ କଂଗ୍ରେସ ଏହା ପୂର୍ବରୁ ମଧ୍ୟ ‘’ଦକ୍ଷିଣ ଭାରତ ଚାଲ’’ ରଣନୀତି ମଧ୍ୟ ଆପଣାଇଛି। ଇନ୍ଦିରା ଗାନ୍ଧୀ ୧୯୭୭ରେ ରାୟବରେଲିରୁ ହାରି ଚିକମଙ୍ଗଲୁର ସିଟ୍‌ରୁ  ଉପନିର୍ବାଚନ ଲଢ଼ିଥିଲେ, ସେହିପରି ସୋନିଆ ଗାନ୍ଧୀ ମଧ୍ୟ ଗୁଜୁରାଟର କର୍ଣ୍ଣାଟକର ବେଲ୍ଲୋରି ଆସନରୁ ନିର୍ବାଚନ ଲଢ଼ିସାରିଛନ୍ତି। ଏପରିଭାବେ କଂଗ୍ରସ୍ କହିଛି ଯେ, ଉତ୍ତରଭାରତରୁ ସେ ଅସ୍ଥିତ୍ୱ ରଖିବା ପାଇଁ ଲଢ଼େଇ କରୁଛି ଓ ଇଲେକ୍ସନ ଫର୍ମକୁ ଆସିବାକୁ ତାକୁ ବହୁତ ପରିଶ୍ରମ କରିବାକୁ ପଡ଼ିବ। ଅନ୍ୟପଟେ ଦକ୍ଷିଣ ଭାରତରେ ମଧ୍ୟ ପରିଶ୍ରମ କଲେ ଭଲ ସ୍ଥିତିକୁ ଆସିପାରିବେ। କାରଣ ସେମାନେ ଜିତିବାର ସ୍ଥିତିରେ ଅଛନ୍ତି। ଏହାଛଡ଼ା ଯେଉଁ ଆସନଗୁଡ଼ିକରେ ସେମାନେ ହାରିଥିଲେ ସେଠାରେ ତାଙ୍କର ବ୍ୟବଧାନ ବହୁତ କମ୍‌ ଥିଲା।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.