ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ରାଉରକେଲାରେ ହାଇଓ୍ୱାକୁ ପିଟିଲା ବସ୍‌ : ୨ ମୃତ, ୨୫ ଆହତ
  • ||

ନିବେଶକଙ୍କୁ ବୁଡ଼ାଇ ରୋଜଗାର କରୁଛନ୍ତି ହିଣ୍ଡେନବର୍ଗ, ୧୬ଟି କମ୍ପାନୀ ବିରୋଧରେ ପ୍ରକାଶ କରିଛି ରିପୋର୍ଟ

4/02/2023 at 11:11 AM

ନୂଆଦିଲ୍ଲୀ: ଗୋଟିଏ ରିପୋର୍ଟରେ ଧରାଶାୟୀ ଆଦାନୀ ଗ୍ରୁପ୍ । ହେଣ୍ଡେନବର୍ଗ ରିସର୍ଚ୍ଚ ରିପୋର୍ଟ ପରେ ଏସିଆ ଟପ୍ ଧନୀ ତାଲିକାରୁ ତଳକୁ ଖସିଛି ଗୌତମ ଆଦାନୀଙ୍କ କମ୍ପାନୀ । ସେ ଆଦାନୀ ଗ୍ରୁପ୍‌କୁ ନେଇ ବିସ୍ଫୋରକ ତଥ୍ୟ ପ୍ରକାଶ କରିଛନ୍ତି । ଆଦାନୀ ଗ୍ରୁପ ସେୟାର ଓଭରପ୍ରାଇଜ୍ଡ କରୁଥିବା ଅଭିଯୋଗ ଆଣିଛନ୍ତି । କମ୍ପାନୀ ସେୟାର ବଜାରରେ ଆକାଉଣ୍ଟ ହେର୍‌ପେର୍‌ କରୁଥିବା ଗମ୍ଭୀର ଅଭିଯୋଗ କରିଛନ୍ତି ହିଣ୍ଡେନବର୍ଗ । ରିସର୍ଚ୍ଚ ରିପୋର୍ଟ ପରେ କମ୍ପାନୀରେ କମ୍ପନ ସୃଷ୍ଟି ହୋଇଛି । ଆଦାନୀ ଗ୍ରୁପ୍ ସେୟାର ଲଗାତାର ହ୍ରାସ ପାଇବାରେ ଲାଗିଛି । ଗତ କିଛି ମଧ୍ୟରେ ପ୍ରାୟ ୫.୫ ଲକ୍ଷ କୋଟି କ୍ଷତି ହୋଇଥିବା ଜଣାପଡ଼ିଛି । କେବଳ ଆଦାନୀ ଗ୍ରୁପ ନୁହେଁ ୧୬ଟି ନିବେଶକ କମ୍ପାନୀ ବିରୋଧରେ ରିପୋର୍ଟ ପ୍ରକାଶ କରିଛନ୍ତି ହିଣ୍ଡେନବର୍ଗ

ଏହାରି ଭିତରେ ହିଣ୍ଡେନବର୍ଗ କମ୍ପାନୀକୁ ନୂଆ ତଥ୍ୟ ସାମ୍ନାକୁ ଆସିଛି । କମ୍ପାନୀର ରୋଜଗାରକୁ ନେଇ ପ୍ରଶ୍ନ କରିଛନ୍ତି ସାଧାରଣ ଲୋକ । ତେବେ ଏହି ରିସର୍ଚ୍ଚ କମ୍ପାନୀର ରୋଜଗାରର ମାଧ୍ୟମ କ’ଣ ? ସାମାନ୍ୟ ରିସର୍ଚ୍ଚ ରିପୋର୍ଟରେ କିପରି କୋଟି କୋଟି ଟଙ୍କା ଆୟରେ କରିନେଇଥାଏ ?

ହିଣ୍ଡେନବର୍ଗ ଆୟ ରିପୋର୍ଟ

ହିଣ୍ଡେନବର୍ଗ ଏକ ସର୍ଟ ସେଲିଂ କମ୍ପାନୀ । ଏହି ରିସର୍ଚ୍ଚ କମ୍ପାନୀ ଇନଭେଷ୍ଟମେଣ୍ଟ କରିଥାଏ । କମ୍ପାନୀ ପ୍ରୋଫାଇଲ୍ ମୁତାବକ, ହିଣ୍ଡେବର୍ଗ ରିସର୍ଚ୍ଚ ଫାର୍ମ ଏକ ଆକ୍ଟିଭିଷ୍ଟ ସର୍ଟ ସେଲର । କମ୍ପାନୀକୁ ବୁଝିବା ପୂର୍ବରୁ ପ୍ରଥମେ ସର୍ଟ ସେଲର କ’ଣ ବୁଝିବାକୁ ପଡିବ । କୌଣସି ସେୟାରକୁ କମ୍ ଦାମ୍‌ରେ କିଣି ତାକୁ ଉଚ୍ଚା ଦାମ୍‌ରେ ବିକ୍ରି କରିବାକୁ ସେୟାର ବଜାରରେ ଆୟର ହିଟ୍ ଫର୍ମୁଲା ବୋଲି କୁହାଯାଏ । ସେୟାର ବଜାର କାରବାରରେ ଏହାକୁ  ଲଙ୍ଗ୍ ପୋଜିସନ କୁହାଯାଏ ।

ଯେତେବେଳେ ମାର୍କେଟ୍ ଉର୍ଦ୍ଧ୍ବଗାମୀ ହେବାର ସମ୍ଭାବନା ରହିଥାଏ, ସେତେବେଳେ ଏହି ସୂତ୍ରରେ ଆପଣାଇଥାନ୍ତି  ନିବେଶକ ମାନେ । ଏହାର ଓଲଟା ତଥା ମନ୍ଦି କିମ୍ବା କୌଣସି କମ୍ପାନୀର ସେୟାର ନିମ୍ନଗାମୀ ହେଉଥିଲେ  ସର୍ଟ ପୋଜିସନ୍ ଫର୍ମୁଲା ଆପଣାଇଥାନ୍ତି ନିବେଶକ କମ୍ପାନୀ । ଯେତେବେଳେ କମ୍ପାନୀ ମାନଙ୍କୁ ସୂଚନା ମିଳିଥାଏ କି ଅନ୍ୟ କାମ୍ପାନୀର ସେୟାର କ୍ରାସ୍ କରିବାକୁଯାଉଛି, ସେତେବେଳେ ସର୍ଟ ସେଲିଂ ସୂତ୍ର ଆପ୍ଲାଏ କରିଥାନ୍ତି କମ୍ପାନୀମାନେ । ଯେଉଁ ମାନେ ଆକ୍ଟିଭିଷ୍ଟ ସର୍ଟ ସେଲର ହୋଇଥାନ୍ତି, ସେମାନେ ନିବେଶକ ଓ କମ୍ପାନୀଙ୍କ ବିଷୟରେ ଅଧ୍ୟୟନ କରିଥାନ୍ତି । କମ୍ପାନୀ ଓଭରବୈଲ୍ୟୁଡ୍ ବା ଋଣରେ ଡୁବିଯାଇଛି ବୋଲି ବୁଝାଯାଏ । ସେହି କମ୍ପାନୀ ଉପରେ ସର୍ଟ ସେଲର ଫୋକସ୍ କରିଥାନ୍ତି । ନିବେଶକ ଓ କମ୍ପାନୀର ଋଣ ଓ ଓଭର ପ୍ରାଇସିଂ କାରବାରରେ ହେରଫେର ହୋଇଥାଏ ବୋଲି ଆଶଙ୍କା ପ୍ରକାଶ କରଥାନ୍ତି । ରିପୋର୍ଟ ପ୍ରକାଶ ପରେ କମ୍ପାନୀ ମାନଙ୍କର ସେୟାର ହ୍ରାସ ପାଇଥାଏ ଏବଂ ଅଧିକାଂଶ ସମୟରେ ଏହାର ଫାଇଦା ସର୍ଟ ସେଲିଂ କମ୍ପାନୀ ଉଠାଇଥାନ୍ତି ।  ହିଣ୍ଡେନବର୍ଗଙ୍କ କମ୍ପାନୀ ଏହି ପରି ଭାବେ ଆୟ କରିଥାଏ ।

ହିଣ୍ଡେନବର୍ଗ ଆମେରିକାରେ ଥିବା ଆଦାନୀ ଗ୍ରୁପ କମ୍ପାନୀର ବଣ୍ଡ୍‌ର ସର୍ଟ ପୋଜିସନ ନେଇଥିଲେ ଏବଂ ରିସର୍ଚ୍ଚ କରିବା ପରେ ତଥ୍ୟ ପ୍ରକାଶ କରିଥିଲେ । ଏଥିରୁ ବୁଝିବାକୁ ହେବ ଯେ ସର୍ଟ ସେଲରଙ୍କୁ କୌଣସି କମ୍ପାନୀର ସେୟାର ଦାମ୍ ହ୍ରାସ ପାଇବାର ସୂଚନା ମିଳିଲେ ବ୍ରୋକ୍‌ର ମାନେ ସେୟାର ଉଧାର ନେଇ ଅନ୍ୟ କମ୍ପାନୀଙ୍କୁ ବିକ୍ରି କରିଦେଇଥାନ୍ତି । ଏହି ଶସ୍ତା ଏବଂ ମହଙ୍ଗା ମଧ୍ୟରେ ସର୍ଟ ସେଲରଙ୍କ ଲାଭ ହୋଇଥାଏ ।

ହିଣ୍ଡେନବର୍ଗଙ୍କ ରିପୋର୍ଟରେ ଆଦାନୀ ଗ୍ରୁପ ପ୍ରଥମ କମ୍ପାନୀ ନୁହେଁ । ଏହା ପୂର୍ବରୁ ବଡ଼ ବଡ଼ କମ୍ପାନୀକୁ ନେଇ ରିସର୍ଚ୍ଚ ରିପୋର୍ଟ ପ୍ରକାଶ କରିଛି ଏହି ସର୍ଟ ସେଲିଂ କମ୍ପାନୀ । କୌଣସି କମ୍ପାନୀଙ୍କୁ ଟାର୍ଗେଟ୍ କରି କମ୍ପାନୀର ହେର୍‌ଫେର୍ ଖୋଲି ଦେଇଥାନ୍ତି । ଏହାର ପରେ ନିବେଶକଙ୍କ ସେୟାର ବଜାର କ୍ରାସ୍ କରିଥାଏ, ଏହାର ସୁଯୋଗ ନେଇ କମ୍ପାନୀ କମ୍ ଦାମ୍‌ରେ ସେୟାର କିଣି ଲାଭ କରିଥାନ୍ତି । ହିଣ୍ଡେନବର୍ଗ ରିପୋର୍ଟରେ ଏପର୍ଯ୍ୟନ୍ତ ଆଦାନୀ ଗ୍ରୁପର ୨୫ ପ୍ରତିଶତ ସେୟାର କ୍ରାସ୍ କରିଛି । ୨୦୨୦ରେ ହିଣ୍ଡେନବର୍ଗ ପ୍ରାୟ ୧୬ଟି କମ୍ପାନୀଙ୍କୁ ନେଇ ରିସର୍ଚ୍ଚ ରିପୋର୍ଟ ଜାରି କରିଛନ୍ତି । Nikola, SCWORX, Genius Brand, Ideanomic, ବିନ୍ସ ଫାଇନାନ୍ସ, SC Wrox, HF Food, Bloom Agency, Aphria  କମ୍ପାନୀ ବିରୋଧରେ ରିପୋର୍ଟ ପ୍ରକାଶ କରି ମୋଟା ଅଙ୍କର କମାଇ କରିଛନ୍ତି ହିଣ୍ଡେନବର୍ଗ ।

   Related Posts