ନୂଆଦିଲ୍ଲୀ: ଭାରତୀୟ ପତ୍ନତତ୍ତ୍ୱ ବିଭାଗ ଦ୍ୱାରା ସଂରକ୍ଷିତ ୫୦ ଐତିହାସିକ ସ୍ମାରକ ଗାୟବ ହୋଇଯାଇଛି ବୋଲି ସରକାର କହିଛନ୍ତି । ତେବେ କିପରି ଗାୟବ ହେଉଛି ସ୍ମାରକ ? ସଂସ୍ମୃତି ମନ୍ତ୍ରାଳୟ ନିକଟରେ ସଂସଦର ଏକ କମିଟିକୁ କହିଛି ଯେ ସାରା ଦେଶରେ ଏଏସଆଇ ଦ୍ୱାରା ସଂରକ୍ଷିତ ୩,୬୯୩ ଐତିହାସିକ କିର୍ତ୍ତୀରାଜି ମଧ୍ୟରୁ ୫୦ ସ୍ମାରକ ଗାୟବ ହୋଇଯାଇଛି । ତେବେ ସ୍ମାରକ ଗୁଡିକ କିପରି ଗାୟବ ହେଉଛି ଏହି ପ୍ରଶ୍ନ ଉଠିବା ସ୍ୱଭାବିକ ?
ଜାବବରେ ମନ୍ତ୍ରାଳୟ ପକ୍ଷରୁ ବିସ୍ତୃତ ସୂଚନା ଦିଆଯାଇଛି । ମନ୍ତ୍ରାଳୟ ଅନୁସାରେ ଏହି ୫୦ କୀର୍ତ୍ତିରାଜି ମଧ୍ୟରେ ୧୪ଟି ସହରକରଣ ଯୋଗୁଁ ଲୁପ୍ତ ହୋଇଗଲା, ୧୨ଟି ଜଳାଶୟ ଏବଂ ବନ୍ଧ ତଳେ ବୁଡି ଯାଇଛନ୍ତି ଏବଂ ୨୪ଟିର ସନ୍ଧାନ ମିଳିପାରୁ ନାହିଁ ।
ମନ୍ତ୍ରାଳୟ କହିଛି ଯେ ଏହି ବିଷୟ ଉପରେ ଗତ ୧୦ ବର୍ଷରେ କାର୍ଯ୍ୟ କରାଯାଉଛି । ୨୦୧୩ରେ ସିଏଜି ଏକ ରିପୋର୍ଟ ଦେଇଥିଲା, ଏହା ଅନୁସାରେ ସେହି ସମୟରେ ଦେଶରେ ୯୨ କୀର୍ତ୍ତିରାଜି ଗାୟବ ହୋଇଥିଲା । ଏହାପରେ ସ୍ମାରକ ଗୁଡିକୁ ଖୋଜିବା ପାଇଁ ଅନେକ ଉଦ୍ୟମ କରାଯାଇଥିଲା । ଏହାପରେ କିଛିର ସନ୍ଧାନ ମିଳିପାରିଛି ।
ଏହି ୯୨ ସ୍ମାରକ ମଧ୍ୟରୁ ୪୨ର ସନ୍ଧାନ ମିଳିପାରିଛି ଏବଂ ଅନ୍ୟ ୫୦ ଭିନ୍ନ ଭିନ୍ନ କାରଣରୁ ଗାୟବ ହୋଇଯାଇଛନ୍ତି । ଗାୟବ ୫୦ କୀର୍ତ୍ତିରାଜି ମଧ୍ୟରୁ ଯେଉଁ ୨୪ର କୌଣସି ସନ୍ଧାନ ନାହିଁ ସେଥିରେ ରାଜଧାନୀ ଦିଲ୍ଲୀର ମଧ୍ୟରେ ସ୍ଥିତ ବାରାଖମ୍ୱା କବ୍ରସ୍ତାନ ଏବଂ ଇଞ୍ଚଳା ବାଲି ଗୁମଟି ସାମିଲ ରହିଛି । କିଛି ପ୍ରାଚୀନ ମନ୍ଦିର, ଶିଳାଲେଖ ଏବଂ ପଶ୍ଚିମ ବଙ୍ଗର ନଦିଆ ଜିଲ୍ଲାରେ ଏକ କିଲର ଭଗ୍ନାବଶେଷ ସାମିଲ ଅଛି । କିନ୍ତୁ ମନ୍ତ୍ରାଳୟ ୨୦୧୩ ପରେ ଏହା ଜାଣିବାକୁ କୌଣସି ପଦକ୍ଷେପ ନେଇ ନାହିଁ ଯେ ଏଏସଆଇ ଦ୍ୱାରା ସଂରକ୍ଷିତ ମୋଟ ୩,୬୯୩ ସ୍ମାରକ ସୁରକ୍ଷିତ ଅଛି କି ନାହିଁ । ସବୁ ସଂରକ୍ଷିତ କୀର୍ତ୍ତିରାଜିର ସୁରକ୍ଷା ପାଇଁ ପ୍ରାୟ ୭ ହଜାର ସୁରକ୍ଷାକର୍ମୀଙ୍କ ଆବଶ୍ୟକତା ରହିଛି, କିନ୍ତୁ ବଜେଟ୍ ଅଭାବ ଯୋଗୁଁ ବିଭାଗ କେବଳ ୨,୫୭୮ ସୁରକ୍ଷାକର୍ମୀଙ୍କୁ ନିୟୋଜତ କରିଛି । ଏହି ସୁରକ୍ଷାକର୍ମୀ ମୋଟ ୩,୬୯୩ ସ୍ମାରକ ମଧ୍ୟକୁ କେବଳ ୨୪୮(୬.୭ ପ୍ରତିଶତ)ରେ ନିୟୋଜିତ ଅଛନ୍ତି ।