ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମପୁର: କୋର୍ଟରେ ଜଜ୍‌ଙ୍କୁ ଛୁରାମାଡ ଉଦ୍ୟମ, କାବୁ କଲା ପୋଲିସ
  • ||
  • ଭୁବନେଶ୍ୱର: ICMRର ପରାମର୍ଶ, ସାମାନ୍ୟ ଜ୍ୱର ହେଲେ ଖାଅନି ଆଣ୍ଟିବାୟୋଟିକ୍
  • ||
  • ଶିକ୍ଷକ ନିଯୁକ୍ତି ପ୍ରସଙ୍ଗରେ ଗୃହରେ ହଙ୍ଗାମା, ଗୃହ ମୁଲତବୀ କଲେ ବାଚସ୍ପତି
  • ||
  • ପଦ୍ମପୁରରେ କେନ୍ଦ୍ରୀୟ ଟିମ୍‌ର ରେଡ୍, ୩ ବ୍ୟବସାୟୀଙ୍କ ଘରେ ଚଢାଉ
  • ||

୧.୫ ଡିଗ୍ରୀ ଭିତରେ ନ ରହିଲେ, ‘ବଞ୍ଚି ପାରିବନି ମଣିଷ’

15/11/2022 at 5:16 PM

ନୂଆଦିଲ୍ଲୀ: ଦୁନିଆର ତାପମାତ୍ର ବୃଦ୍ଧିକୁ ୧.୫ ଡିଗ୍ରୀ ସୀମା ଭିତରେ କିପରି ରାଖିଯିବ ? ଇଜିପ୍ଟର ଶର୍ମ ଉଲ ଶେଖରେ ଚାଲିଥିବା ମିଳିତ ଜାତିସଂଘ ଜଳବାୟୁ ସମ୍ମିଳନୀରେ ସାରା ଦୁନିଆର ନୀତି ନିର୍ମାତା, ବୈଜ୍ଞାନିକ ଏବଂ ପରିବେଶବିଦ୍ ଏହା ଉପରେ ମନ୍ଥନ କରୁଛନ୍ତି ।

ମଣିଷଙ୍କ ଜୀବନରେ ମେସିନର ପ୍ରବେଶ ପରଠୁ ଜଳବାୟୁ ପରିବର୍ତ୍ତନର ସଂକଟ ଆରମ୍ଭ ହୋଇଛି । ୧୮୫୦ ମସିହା ପରଠୁ ଏହାର ଆରମ୍ଭ । ପ୍ରଥମେ ମେସିନ ଗୁଡିକ କୋଇଲା କିମ୍ୱା ବିଜୁଳିରୁ ପରିଚାଳିତ ହେଉଥିଲା । ଏହା ପରେ ପ୍ରାକୃତିକ ଗ୍ୟାସ ଏବଂ ଅଶୋଧିତ ତେଲ ମଧ୍ୟ ଉଦ୍ୟୋଗ ଗୁଡିକ ଆଧାର ହେଲେ । ଏ ସବୁ ମାଟି ତଳୁ ବାହାରେ, ଏଥିପାଇଁ ଏହାକୁ ଜୀବାସ୍ମ ଇନ୍ଧନ କହୁଯାଏ, କିନ୍ତୁ ଏହି ଇନ୍ଧନ ଜଳିବା ଯୋଗୁଁ ପ୍ରଚୁର ମାତ୍ରାରେ ଅଙ୍ଗାରକାମ୍ଲ ନିର୍ଗମନ ହୋଇଥାଏ । ଏଥିପାଇଁ ଆମ ପୃଥିବୀ ଲାଗାତର ଗରମ ହେବାରେ ଲାଗିଛି ।

ଜଳବାୟୁ ବୈଜ୍ଞାନିକଙ୍କ କହିବା ଅନୁସାରେ, ଯଦି ୧୮୫୦ ମସିହାକୁ ଆଧାର କରାଯାଏ ତେବେ ଚଳିତ ଶତାବ୍ଦୀ ଶେଷ ସୁଦ୍ଧା ପୃଥିବୀର ତାପମାତ୍ରା ବୃଦ୍ଧି ୧.୫ ଡିଗ୍ରୀରୁ ଅଧିକ ହେବ ନାହିଁ । ଏହି କାରଣରୁ ୧.୫ ଡିଗ୍ରୀ ସେଲସିୟସକୁ ନେଇ ବଡ ମନ୍ଥନ ଚାଲିଛି । ଏହି ତାପମାତ୍ରା ବୃଦ୍ଧିକୁ ୧.୫ ଡିଗ୍ରୀ ଭିତରେ ହିଁ ରଖିବା ପାଇଁ ସମସ୍ତେ ଜୋର ଦେଉଛନ୍ତି । ଶର୍ମ ଅଲ ଶେଖ ଜଳବାୟୁ ସମ୍ମିଳନୀରେ ଯୋଗ ଦେବା ପାଇଁ ନୂଆ ଦିଲ୍ଲୀରୁ ପହଞ୍ଚିଥିବା ବିଶେଷଜ୍ଞ ଏମ.ରମେଶ ବାବୁ କହିଛନ୍ତି, ୧.୫ ଡିଗ୍ରୀ ଅସମ୍ଭବ ପରି ଲାଗୁଛି, କିନ୍ତୁ ପୂରା ଅସମ୍ଭବ ନୁହେଁ । ଏହା ସମ୍ଭବ ହୋଇପାରିବ, ଯଦି ଏଥିପାଇଁ ଟଙ୍କାର ଅଭାବ ନ ରୁହେ, ସେଚତନତା, ଅଙ୍ଗାରକାମ୍ଲ କମ କରିବା ପାଇଁ ଆବଶ୍ୟକୀୟ ଟେକ୍ନୋଲଜି ଉପଲବ୍ଧ ରୁହେ ।  

ଭାରତରେ ଚଳିତ ବର୍ଷର ଗରମ, ୟୁରୋପରେ ୫୦୦ ବର୍ଷର ସବୁଠୁ ବଡ଼ ଜଳସଂକଟ ଏବଂ ପାକିସ୍ତାନରେ ହୋଇଥିବା ବିନାଶକାରୀ ବନ୍ୟା, ଏହି ସବୁ ଜଳବାୟୁ ପରିବର୍ତ୍ତନର ପରିମାଣ । ଦ୍ରୁତ ଗତିରେ ତରଳୁଥିବା ଗ୍ଲାସିୟର ସମୁଦ୍ରର ଜଳସ୍ତରକୁ ବଢାଇଛି । ଦୁନିଆର ଅନେକ ଅଞ୍ଚଳ ଧିରେଧିରେ ସମୁଦ୍ର ଗର୍ଭରେ ଲୀନ ହେବାରେ ଲାଗିଛି । ପୃଥିବୀର ତାପମାତ୍ରାରେ ୧.୨ ଡିଗ୍ରୀ ବୃଦ୍ଧିରୁ ଏହି ସ୍ଥିତି ଘଟିଛି । ଏହାର ଅର୍ଥ ସ୍ପଷ୍ଟ ଯେ, ଯଦି ଦୁନିଆ କୌଣସି ପଦକ୍ଷେପ ନ ନିଏ ତେବେ ସ୍ଥିତି ଆହୁରୀ ସଙ୍ଗୀନ ହେବ ।

ଶର୍ମ ଅଲ ଶେଖ ଜଳବାୟୁ ପରିବର୍ତ୍ତନରେ ସାମିଲ ହେବା ପାଇଁ ଦୁନିଆର କୋଣ ଅନୁକୋଣରୁ ଲୋକେ ସାମିଲ ହୋଇଛନ୍ତି । ସମସ୍ତେ ନିଜ ଅଞ୍ଚଳରେ ଜଳବାୟୁ ପରିବର୍ତ୍ତନର ମାଡ ମଧ୍ୟ ସହୁଛନ୍ତି । ଆଇପିସିସିର ଅନୁମାନ ଅନୁସାରେ, ଯଦି ଦୁନିଆର ତାପମାତ୍ରା ବୃଦ୍ଧି ୧.୭ ଡିଗ୍ରୀରୁ ୧.୮ ଯାଏଁ ହୋଇଯାଏ ତେବେ ଦୁନିଆର ଅଧା ଜନସଂଖ୍ୟା ମହାବିନାଶର ସାମନା କରିବେ ।

ଏହା ସ୍ପଷ୍ଟ ଯେ, ମଣିଷର ଗତିବିଧି ଯୋଗୁଁ ଜଳବାୟୁରେ ଘଟୁଥିବା ପରିବର୍ତ୍ତନ ପ୍ରାକୃତିକ ବିପର୍ଯ୍ୟୟ ରୂପ ନେଇ ମଣିଷଙ୍କ ଉପରେ ହିଁ ଭାରି ପଡୁଛି । ତେଣୁ ଅନ୍ୟ ବିକଳ୍ପକୁ ଆପଣାଇବାକୁ ପଡିବ ଯେଉଁଥିରେ ଉର୍ଜା ସଂକଟ ଦୂର ହେବା ସହ ପରିବେଶକୁ କ୍ଷତି ପହଞ୍ଚୁ ନଥିବ ।

   Related Posts