ଜାଣନ୍ତୁ କିପରି କରୋନା ଭାଇରସକୁ ନେଇ ମିଛ କହିଥିଲା ଚୀନ, ବିଶ୍ୱକୁ ଦେଇଥିଲା ଭ୍ରମାତ୍ମକ ତଥ୍ୟ

Published By : Prameya-News7 Bureau | March 27, 2020 IST

ବେଜିଂ, ୨୭|୦୩:   କରୋନା ଭାଇରସ ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଛି । ଚୀନରୁ ଅନ୍ୟ ଦେଶକୁ ବ୍ୟାପିଥିବା ଏହି ଭାଇରସ ଏବେ ସୁଦ୍ଧା ୨୧ ହଜାରରୁ ଅଧିକ ଜୀବନ ନେଲାଣି । ୫ ଲକ୍ଷରୁ ଅଧିକ ଲୋକ ଏହି ଭାଇରସରେ ସଂକ୍ରମିତ ହୋଇ ମୃତ୍ୟୁ ସହ ଲଢେଇ କରୁଛନ୍ତି । ବିଶ୍ୱର ୧୫୦ରୁ ଅଧିକ ଦେଶରେ ଏହି ଭାଇରସ କାୟା ବିସ୍ତାର କରିଛି । ତେବେ ଚୀନରୁ ଅଧିକ ସ୍ପେନ ଓ ଇଟାଲୀରେ ଏହି ଭାଇରସ ଜୀବନ ନେଇଛି । ଯାହାକୁ ଆମେରିକା, ବ୍ରିଟେନ ଭଳି ଦେଶ ଗ୍ରହଣ କରିପାରୁ ନାହାଁନ୍ତି । କେବଳ ୟୁରୋପରେ ୧୦ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି ।

ଆମେରିକାର ଏକ ମାଗାଜିନ ‘ନ୍ୟାଶନାଲ ରିଭ୍ୟୁ’ରେ କିପରି ଏହି ଭାଇରସ ଚୀନରେ ପଶୁପକ୍ଷୀଙ୍କ ଠାରୁ ମଣିଷକୁ ବ୍ୟାପିଲା ତାହା ପ୍ରକାଶ ପାଇଛି । ଡିସେମ୍ବର ୧ର ଚାଇନାରେ ପ୍ରଥମ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ । ତାଙ୍କୁ ଆଇସୋଲେସନରେ ରଖାଯାଇଥିଲା । ଡିସେମ୍ବର ୨୫ ତାରିଖକୁ ଚୀନ ବୁହାନ ସହରରେ ଥିବା ୨ଟି ମେଡିକାଲର କର୍ମଚାରୀ କରୋନା ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଯାଇଥିଲେ । ପ୍ରଥମେ ସେଠାକାର କିଛି ଡାକ୍ତର ଏହାକୁ ସାର୍ସ୍ ଭୂତାଣୁ ବୋଲି କହିଥିଲେ । ଡିସେମ୍ବର ୩୧ରେ ବୁହାନର ବିଶେଷଜ୍ଞ ଦଳ ଏହି ଭାଇରସ ମଣିଷରୁ ମଣିଷକୁ ବ୍ୟାପିନଥାଏ ବୋଲି କହିଥିଲେ । ଚୀନ ଏହାକୁ ନଜରରେ ରଖି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସାହାଯ୍ୟ ନେଇଥିଲା । ସେତେବେଳକୁ ବୁହାନରେ ୫୯ରୁ ଅଧିକ ଲୋକ ଏହି ଭାଇରସରେ ସଂକ୍ରମିତ ହୋଇ ସାରିଥିଲେ । ଜାନୁଆରୀ ୮ରେ ମଧ୍ୟ ଚୀନ ମେଡିକାଲ ଅଧିକାରୀ ଏହି ଭାଇରସ ମଣିଷରୁ ମଣିଷକୁ ବ୍ୟାପିନଥାଏ ବୋଲି କହିଥିଲେ ।

{"id":244990,"width":747,"height":560,"sizeSlug":"large"}

ଜାନୁଆରୀ ୧୩ ତାରିଖରେ ଚୀନ ବାହାରେ ଏହି ଭାଇରସ ଠାବ ହୋଇଥିଲା । ଥାଇଲାଣ୍ଡର ଜଣେ ୬୧ ବର୍ଷୀୟ ମହିଳା ଉହାନରୁ ଫେରିବା ପରେ କରୋନାରେ ସଂକ୍ରମିତ ହୋଇଥିଲେ । ଥାଇଲାଣ୍ଡ ଜନସ୍ୱାସ୍ଥ୍ୟ ବିଭାଗ ମହିଳା ଜଣଙ୍କ ବୁହାନର ମାଂସ ବଜାରକୁ ଯାଇନଥିବା କହିଥିଲା । ସେହିପରି ଜାପାନର ଜଣେ ନାଗରିକ ମଧ୍ୟ କରୋନାରେ ସଂକ୍ରମିତ ହୋଇଥିଲେ । ସେ ମଧ୍ୟ କେବେ ବୁହାନ ମାଂସ ବଜାର ଯାଇନଥିଲେ ।  ଏହାପୂର୍ବରୁ ୧୩ ତାରିଖରେ ଚୀନ ବିଶ୍ୱବ୍ୟାଙ୍କକୁ ଦେଇଥିବା ରିପୋର୍ଟରେ ଏହି ଭାଇରସ ମଣିଷରୁ ମଣିଷକୁ ବ୍ୟାପିନଥାଏ ବୋଲି ପୁଣି କହିଥିଲା । ଫଳରେ ବୁହାନରେ ୪୦ ହଜାର ଏକାଠି ହୋଇ ଏକ ଉତ୍ସବ ପାଳନ କରିବାକୁ ଅନୁମତି ପାଇଥିଲେ ।

{"id":244993,"width":748,"height":412,"sizeSlug":"large"}

ଏହାର ଗୋଟିଏ ଦିନ ପରେ ଚୀନରେ ୨ ଜଣ ବ୍ୟକ୍ତି ମଣିଷରୁ ମଣିଷ ସଂକ୍ରମଣରେ ସଂକ୍ରମିତ ହୋଇଥିବା ସୂଚନା ଦିଆଯାଇଥିଲା । ଜାନୁଆରୀ ୧୯ରେ ଚୀନର ନ୍ୟାଶନାଲ ହେଲଥ୍ କମିନ ଏହି ଭାଇରସକୁ ମୁକାବିଲା କରିବା ସମ୍ଭବ ଓ ନିୟନ୍ତ୍ରଣ କରିହେବ ବୋଲି ରିପୋର୍ଟ ଦେଇଥିଲା । ଜାନୁଆରୀ ୨୧ରେ ଆମେରିକାରେ ପ୍ରଥମ କରୋନା ମାମାଲା ସାମ୍ନାକୁ ଆସିଥିଲା । ସଂକ୍ରମିତଜଣଙ୍କ ଚୀନରୁ ୬ ଦିନ ପୂର୍ବରୁ ଫେରିଥିଲେ । ଜାନୁଆରୀ ୨୨ର ବିଶ୍ୱ  ସ୍ୱାସ୍ଥ୍ୟ ସଂଗଠନର ଏକ ଟିମ୍ ଉହାନ ଗସ୍ତ କରିଥିଲେ। ସେତେବେଳକୁ କରୋନା ଭୟାବହ ରୂପ ନେଇସାରିଥିଲା । ଚୀନରେ ପ୍ରଥମ ମାମଲା ଆସିବାର ୨ ମାସ ପରେ ବୁହାନକୁ ଲକଡାଉନ କରାଯାଇଥିଲା । ସେତେବେଳକୁ ଅନେକ ଚୀନ ନାଗରିକ ବିଶ୍ୱର ଅନ୍ୟ ଦେଶକୁ ଗସ୍ତ କରିସାରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.