କାହିଁକି ବିପଦଜ୍ଜନକ AI Chat ବୋଟ୍ସ ? କିପରି ଛଡେଇ ନେବ ଲୋକଙ୍କ ଚାକିରି, ଆସନ୍ତୁ ଜାଣିବା…
11/02/2023 at 5:51 PM

ନୂଆଦିଲ୍ଲୀ: ବିଗତ କିଛି ଦିନ ମଧ୍ୟରେ ଅନେକ ଆଟିଫିସିଆଲ୍ ଇଣ୍ଟେଲିଜେଣ୍ଟ ଟୁଲ୍ସ ସାମ୍ନାକୁ ଆସୁଛି, ଯାହା ମଣିଷର କାର୍ଯ୍ୟକୁ ସହଜ କରି ଦେଉଛି । ଯେଉଁ କାମକୁ ମଣିଷ ଘଣ୍ଟା ଘଣ୍ଟା ଧର କରିଥାଏ, ସେହି କାର୍ଯ୍ୟକୁ ଏହି ଟୁଲ୍ସ ଗୁଡିକ ମାତ୍ର କେଇ ମିନିଟରେ ସାରି ଦେଉଛି । ଏତେ ପରେ ବି ଏହି ଟୁଲ୍ସକୁ କାହିଁକି ବିପଦପୂର୍ଣ୍ଣ ବୋଲି କୁହାଯାଉଛି। କଣ ଲୋକମାନେ ଏହାକୁ ବୁଝିବାରେ ସକ୍ଷମ ନୁହଁନ୍ତି । ତେବେ ଅନେକ ଲୋକ ଏହାକୁ ବରଦାନ ଭଳି ବ୍ୟବହାର କରୁଥିବା ବେଳେ ବିଶେଷଜ୍ଞମାନେ ଏହାକୁ ଲୋକଙ୍କ ପାଇଁ ବିପଦ ବୋଲି କହୁଛନ୍ତି । ଗୋଟିଏ ପଟେ ଏହାର ଅନେକ ଫାଇଦା ରହିଥିବା ବେଳେ ଅନ୍ୟପଟେ ଏହାକୁ ନେଇ ଅସୁବିଧା ମଧ୍ୟ ସାମ୍ନାକୁ ଆସୁଛି। ତେବେ ଆସନ୍ତୁ ଜାଣିବା ଏହାକୁ ନେଇ କଣ ରହିଛି ବିପଦ…

ଟୁଲ୍ସର ଏପରି ସାମର୍ଥ୍ୟ ରହିଛି ଯେ, ଏହା ଏମିତି କାମ କରିପାରେ ଯାହା କେହି ଚିନ୍ତା ବି କରିପାରିବେନି। ଆଉ ଏଥିପାଇଁ ହିଁ ଏହାକୁ ସବୁଠାରୁ ବିପଜ୍ଜନକ ବୋଲି ବିବେଚନା କରାଯାଏ । ଆଗାମୀ ଦିନରେ AI ଟୁଲ୍ସ କାରଣରୁ କଲ ସେଣ୍ଟରରେ ଚାକିରି ମଧ୍ୟ ହରାଇ ପାରନ୍ତି କର୍ମଚାରୀ । ଏହାର କାରଣ ହେଉଛି ଏହି ଟୁଲ୍ସ ମଣିଷଙ୍କ ଭଳି ଲୋକଙ୍କ ସହ କଥାବାର୍ତ୍ତା ହୋଇ ପାରୁଛି । ଏହା ଏପରି କାର୍ଯ୍ୟ କରୁଛି ଯେ ଆପଣ ଅନୁମାନ କରିପାରିବେ ନାହିଁ ଏହା ମଣିଷ କି ଚାର୍ଟବଟ୍ସ |

ତେବେ ଆସନ୍ତୁ ଜାଣିବା କେଉଁ ଚାକିରୀ ଗୁଡିକରେ ଏହାକୁ ନେଇ କିପରି ବିପଦ ରହିଛି । କଣ୍ଟେଣ୍ଟ ରାଇଟିଙ୍ଗଠାରୁ ଆରମ୍ଭ କରି ଟାଇପିଙ୍ଗ୍ ଏବଂ କନସଲଟେନ୍ସିଂ ପରି ସେବା ଅନ୍ତର୍ଭୁକ୍ତ ରହିଛି ଯାହା ଅଧିକ ପ୍ରଭାବିତ ହୋଇପାରେ। ଫଳରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନସ ଏହି ଟୁଲ୍ସ ଗୁଡ଼ିକ ଦ୍ୱାରା ସିଧାସଳଖ ପ୍ରଭାବିତ ହେବ ଏବଂ ସଂପୂର୍ଣ୍ଣ କିମ୍ବା ଆଂଶିକ ଭାବେ ବିଲୋପ ହୋଇଯିବ । ଆପଣ ବିଶ୍ବାସ କରନ୍ତୁ କିମ୍ବା ନକରନ୍ତୁ, ଏହି ଚାଟବଟ୍ କିଛି ସମୟ ପରେ ନିଜର ପ୍ରକୃତ ରଙ୍ଗ ଦେଖାଇବା ଆରମ୍ଭ କରିପାରେ । ଏହି କାରଣରୁ ଲକ୍ଷ ଲକ୍ଷ ଲୋକଙ୍କୁ ମଧ୍ୟ ଚାକିରୀ ହରାଇବାକୁ ପଡିପାରେ ।

ଆର୍ଟିଫିସିଆଲ୍ ଇଣ୍ଟେଲିଜେନସ ଚାଟବଟ୍ ସବୁଠୁ ବିପଜ୍ଜନକ। କାରଣ ଏହି ଯନ୍ତ୍ରାଂଶ ସ୍ଵତଃପ୍ରବୃତ ଭାବେ ନିଜର ବୁଝାମଣା ବିକଶିତ କରୁଛନ୍ତି ଏବଂ ସେମାନଙ୍କୁ କିଛି ବି ଦେଖାଇବାକୁ ପଡେ ନାହିଁ ବରଂ ସେମାନେ ନିଜ ଗତିବିଧିରୁ ନୂଆ ନୂଆ ଜିନିଷ ଶିଖିଥାନ୍ତି । କୌଣସି ମେସିନ କିମ୍ବା ଟୁଲ୍ସର ଏପରି କ୍ଷମତା ରହିବା ମଣିଷ ପାଇଁ ପ୍ରକୃତରେ ବିପଜ୍ଜନକ ହୋଇପାରେ ।