କିପରି ଦିଆଯାଏ ନିର୍ବାଚନୀ ସଙ୍କେତ ? କେଉଁ ଚିହ୍ନକୁ କରାଯାଇଛି ବ୍ୟାନ୍‌ ? ଆସନ୍ତୁ ଜାଣିବା...

Published By : Prameya-News7 Bureau | December 03, 2023 IST

ନୂଆଦିଲ୍ଲୀ ୦୩।୧୨: ନିର୍ବାଚନୀ ସଙ୍କେତ । ଏହା ବିନା କୌଣସି ବି ନିର୍ବାଚନ ହେବା ଅସମ୍ଭବ । ଦଳକୁ ନିର୍ବାଚନୀ ଚିହ୍ନ ଦେଇଥାନ୍ତି ନିର୍ବାଚନ ଆୟୋଗ । ବର୍ତ୍ତମାନ ପ୍ରଶ୍ନ ଆସୁଛି କଣ ଯେକୌଣସି ବି ଜିନିଷକୁ ନିର୍ବାଚନୀ ଚିହ୍ନ ଭାବେ ବ୍ୟବହାର କରାଯାଏ । ଯଦି ଏପରି ନୁହେଁ ତେବେ କେଉଁ  ଚିହ୍ନ ବ୍ୟବହାର ଉପରେ ରୋକ ଲଗାଯାଇଛି । ଆସନ୍ତୁ ଜାଣିବା...

{"id":877982,"sizeSlug":"full","linkDestination":"none"}

୧୯୬୮ରେ ନିର୍ମିତ ଆଇନ୍ ଅନୁଯାୟୀ ଆଞ୍ଚଳିକ ରାଜନୈତିକ ଦଳମାନଙ୍କୁ ନିର୍ବାଚନୀ ଚିହ୍ନ ବଣ୍ଟନର କ୍ଷମତା ନିର୍ବାଚନ ଆୟୋଗଙ୍କର ରହିଛି । ଏହା ଅଧୀନରେ ନିର୍ବାଚନ ଆୟୋଗର ୧୦୦ରୁ ୧୨୫ ମାଗଣା ଚିହ୍ନ ରହିଥାଏ ।  ଏହି ଚିହ୍ନକୁ କୌଣସି ପାର୍ଟିକୁ ଦିଆଯାଇନଥାଏ । ଏଗୁଡିକୁ ନୂଆ ଦଳ କିମ୍ବା କୌଣସି ସ୍ବାଧୀନ ପାର୍ଥୀଙ୍କୁ ଏହି ଚିହ୍ନ ଦିଆଯାଇଥାଏ । ଏହି ଚିହ୍ନରେ ହିଁ ସାରା ଦେଶରେ ପରିଚିତ ହୋଇଥାଏ ଏହି ଦଳ ।

{"id":877983,"sizeSlug":"full","linkDestination":"none"}

ତେବେ ଅନେକ ଚିହ୍ନ ଏପରି ଅଛି ଯାହାକୁ ନିର୍ବାଚନୀ ସଙ୍କେତ କରାଯାଇପାରିବନି । ନିର୍ବାଚନୀ ସଙ୍କେତରେ ପଶୁ ଓ ପକ୍ଷୀଙ୍କ ଫଟୋ ଦିଆଯାଇପାରିବନି । ପଶୁ ଅଧିକାରକର୍ମୀଙ୍କ ବିରୋଧ ପରେ ଏହି ସଙ୍କେତ ଦେବା ବନ୍ଦ କରିଦିଆଯାଇଛି । ବର୍ତ୍ତମାନ କେବଳ ନିର୍ଜୀବ ଜିନିଷର ଦିଆଯାଉଛି ନିର୍ବାଚନ ସଙ୍କେତ ।

{"id":877984,"width":839,"height":472,"sizeSlug":"full","linkDestination":"none"}

ଯେପରିକି ଜୋତା, ଚପଲ, ଏୟାର କଣ୍ଡିସନର, କୋବି, ନେଲକଟର, ଏକ୍ସଟେନ୍ସନ୍ ବୋର୍ଡ, କଫି ଇତ୍ୟାଦି । ନିର୍ବାଚନ ଆୟୋଗ ଲୋକସଭା, ରାଜ୍ୟସଭା, ରାଜ୍ୟ ବିଧାନସଭା, ଭାରତରେ ରାଷ୍ଟ୍ରପତି ଏବଂ ଉପ-ରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ କରିଥାଏ।

You Can Read:

wp:embed {"url":"https://www.prameyanews7.com/meet-the-youngest-indian-tattoo-collector-sidharth-gusai/","type":"wp-embed","providerNameSlug":"prameya-news-7"}
https://www.prameyanews7.com/meet-the-youngest-indian-tattoo-collector-sidharth-gusai/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.