୨୦୨୪ର ପ୍ରଥମ ୬ ମାସରେ ରେକର୍ଡ ଘର ବିକ୍ରି: ୧୧ ବର୍ଷରେ ସର୍ବାଧିକ କିଣାକିଣି, ବିଳାଶପୂର୍ଣ୍ଣ ଘର କିଣିବା ଲୋକଙ୍କ ପସନ୍ଦ

Published By : Prameya-News7 Bureau | July 04, 2024 IST

internet

ନୂଆଦିଲ୍ଲୀ:୨୦୨୪ ଆର୍ଥିକ ବର୍ଷର ପ୍ରଥମ ୬ ମାସରେ ରେସିଡେନ୍ସିଆଲ୍ ମାର୍କେଟର ଜବରଦସ୍ତ ବୃଦ୍ଧି ହୋଇଛି। ଦେଶରେ ଟପ୍ ୮ ସହରରେ ଘର ବିକ୍ରି ଗତ ୧୧ ବର୍ଷରେ ସର୍ବାଧିକ ହୋଇଛି। ଯେଉଁଥିରେ ଦାମୀ ଏବଂ ବିଳାସପୂର୍ଣ୍ଣ ଘରର ଚାହିଦା ସର୍ବାଧିକ ରହିଛି। ୧ କୋଟିରୁ ଅଧିକ ମୂଲ୍ୟର ଘରଗୁଡ଼ିକ ବର୍ତ୍ତମାନ ପ୍ରିମିୟମ ହାଉସିଂରେ ସବୁଠାରୁ ବଡ ସେଗ୍‌ମେଣ୍ଟ ଭାବରେ ଉଭା ହୋଇଛି। ମୋଟ ହାଉସିଂ ସେଲ୍‌ରେ ୪୧ ପ୍ରତିଶତ ଶେୟାର କେବଳ ଏକ କୋଟିରୁ ଅଧିକ ମୂଲ୍ୟ ଯୁକ୍ତ ଘରର ହୋଇଛି। ଯାହା ଗତବର୍ଷ ଅପେକ୍ଷା ୫୧ ପ୍ରତିଶତ ଅଧିକ।  

ରିଏଲ୍ ଇଷ୍ଟେଟ୍ କନସଲଟାଣ୍ଟ ସଂସ୍ଥା ନାଇଟ୍ ଫ୍ରାଙ୍କ ଇଣ୍ଡିଆ ୨୦୨୪ ବର୍ଷର ପ୍ରଥମାର୍ଦ୍ଧ ପାଇଁ ଇଣ୍ଡିଆ ରିଏଲ୍ ଇଷ୍ଟେଟ୍ ଫ୍ଲାଗସିପ୍ ରିପୋର୍ଟ (ଇଣ୍ଡିଆ ରିଏଲ୍ ଇଷ୍ଟେଟ୍ H1 2024) ପ୍ରକାଶ କରିଛି। ରିପୋର୍ଟ ଅନୁଯାୟୀ ୨୦୨୪ ବର୍ଷର ପ୍ରଥମାର୍ଦ୍ଧରେ ଏହି ଶ୍ରେଷ୍ଠ ୮ ଟି ସହରରେ ମୋଟ ୧୮୩,୪୦୧ ହାଉସିଂ ୟୁନିଟ୍ ଲଞ୍ଚ କରାଯାଇଛି। ଯାହା ୨୦୨୩ ତୁଳନାରେ ୬ ପ୍ରତିଶତ ଅଧିକ। ୨୦୨୪ର ପ୍ରଥମାର୍ଦ୍ଧରେ ୧୭୩,୨୪୧ ଘର ବିକ୍ରି ହୋଇଛି। ଯାହା ୨୦୨୩ର ସମାନ ଅବିଧି ତୁଳନାରେ ୧୧ ପ୍ରତିଶତ ଅଧିକ। ରିପୋର୍ଟ ଅନୁଯାୟୀ, ୨୦୨୪ର ଦ୍ୱିତୀୟ ତ୍ରୟ ମାସରେ ସମୁଦାୟ ୮୬,୮୯୬ ହାଉସିଂ ୟୁନିଟ୍ ବିକ୍ରି ହୋଇଥିଲା। ଯାହା ୨୦୨୩ ଦ୍ୱିତୀୟ ତ୍ରୟ ମାସିକ ଅପେକ୍ଷା ୧୨ ପ୍ରତିଶତ ଅଧିକ।

ମହାମାରୀ ପରଠାରୁ ରେସିଡେନ୍ସିଆଲ ମାର୍କେଟରେ ଅଗ୍ରଗତି

ନାଇଟ୍ ଫ୍ରାଙ୍କ ଇଣ୍ଡିଆର ରିପୋର୍ଟ ଅନୁଯାୟୀ, କରୋନା ମହାମାରୀ ପରେ ଭାରତର ରିଅଲ୍ ଇଷ୍ଟେଟ୍ ଇଣ୍ଡଷ୍ଟ୍ରିର ସମସ୍ତ ବିଭାଗରେ ଜୋରଦାର ରିକଭରି ହୋଇଛି। କିନ୍ତୁ ରେସିଡେନ୍ସିଆଲ୍ ମାର୍କେଟ୍‌ରେ ସବୁଠାରୁ ଦ୍ରୁତ ରିକଭରି ଦେଖିବାକୁ ମିଳିଛି। ୨୦୨୦ ପରଠାରୁ, ପ୍ରାଇମେରି ମାର୍କେଟ୍‌ରେ ସେଲ୍ସ ଭଲ୍ୟୁମ ବାର୍ଷିକ ୨୯ ପ୍ରତିଶତ ବୃଦ୍ଧି ପାଇଛି। 2023 ମସିହାରେ ହାଉସିଂ ସେଲ୍ ସଂଖ୍ୟା ୧୦ ବର୍ଷର ସର୍ବୋଚ୍ଚ ସ୍ତରରେ ପହଞ୍ଚିଥିଲା। ଅର୍ଥନୀତିର ଅଭିବୃଦ୍ଧି ଏବଂ ଜିଡିପିର ଉତ୍କୃଷ୍ଟ ଆକଳନ ଯୋଗୁଁ ବଜାରର ସେଣ୍ଟିମେଣ୍ଟ ସକରାତ୍ମକ ରହିଛି। ରିପୋର୍ଟ ଅନୁଯାୟୀ, ଲକଡାଉନ୍ ସମୟରେ ସଞ୍ଚୟ ବୃଦ୍ଧି, ମିଡ୍ ଓ ହାଇକ ଇନ୍‌କମ ବ୍ରାକେଟରେ ଆସୁଥିବା ଲୋକଙ୍କ ଆୟ ଉପରେ ସର୍ବନିମ୍ନ ପ୍ରଭାବ ଏବଂ ଅର୍ଥନୈତିକ ଅଭିବୃଦ୍ଧିର ଭଲ ଆକଳନ ପାଇଁ ରେସିଡେନ୍ସିଆଲ୍ ରିୟଲଇଷ୍ଟେଟ୍ ବଜାରରେ ଡିମାଣ୍ଡ ବଢ଼ି ଯାଇଛି।

ରିପୋର୍ଟ ଅନୁସାରେ, ୨୦୨୪ରେ ପ୍ରିମିୟମ ହାଉସିଂ ସେଲ୍ସ ବଢ଼ିଛି। ପ୍ରଥମ ୬ ମାସରେ ହାଉସିଂ ସେଲ୍ସର ସଂଖ୍ୟା ୧୧ ବର୍ଷରେ ସର୍ବାଧିକ। ଘର କିଣିବା ଡିମାଣ୍ଡରେ ବୃଦ୍ଧି ଯୋଗୁ ଆଗକୁ ଦେଶର ଅର୍ଥନୀତି ପାଇଁ ଭଲ ସଂକେତ ବୋଲି ବିଶେଷଜ୍ଞ କହିଛନ୍ତି। ସେହିପରି ମୁମ୍ବାଇରେ ମହଙ୍ଗା ଘର ବିକ୍ରିରେ ୧୧୭ ପ୍ରତିଶତ ବୃଦ୍ଧି ଦେଖିବାକୁ ମିଳିଛି। ତେବେ ଦିଲ୍ଲୀ ଏନ୍‌ସିଆର୍‌ରେ ସେଲ୍ସରେ ୪ ପ୍ରତିଶତ କମିଛି। 

ହାଇଦ୍ରାବାଦରେ ୨୦୨୪ର ପ୍ରଥମାର୍ଦ୍ଧରେ ସର୍ବାଧିକ ୧୮,୫୭୩ ହାଉସିଂ ୟୁନିଟ୍ ବିକ୍ରି ହୋଇଛି। ସେହିପରି ମୁମ୍ବାଇରେ ୪୭,୨୫୯ ୟୁନିଟ୍ ବିକ୍ରି ହୋଇଛି, ଯାହାକି ୧୩ ବର୍ଷରେ ସର୍ବାଧିକ। ଗତବର୍ଷ ଅପେକ୍ଷା ଏହା ୧୬ ପ୍ରତିଶତ ଅଧିକ। ମୁମ୍ବାଇରେ ୧ କୋଟିରୁ ଅଧିକ ମୂଲ୍ୟର ଘର ବିକ୍ରିରେ ୧୧୭ ପ୍ରତିଶତ ବୃଦ୍ଧି ଘଟିଛି। ତେବେ ସୁଲଭ ମୂଲ୍ୟ ଅର୍ଥାତ ୫୦ ଲକ୍ଷରୁ ଏକ କୋଟି ମୂଲ୍ୟର ଘର ବିକ୍ରିରେ ୮ ପ୍ରତିଶତ ହ୍ରାସ ପାଇଛି। ସେହିପରି ୫୦ ଲକ୍ଷ ମୂଲ୍ୟ ଘରର ମୂଲ୍ୟ ୬ ପ୍ରତିଶତ ରହିଛି। ତେଣୁ ଘର କ୍ରେତାମାନଙ୍କ ଲକ୍ଷ ଏବେ ବିଳାଶପୂର୍ଣ୍ଣ ଘର ଉପରେ ଅଧିକ ରହିଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.