ଅଗ୍ନିକାଣ୍ଡରେ ସଂପୂର୍ଣ୍ଣ ଜଳିଗଲା ୩ବଖରା ଘର ; ଖୋଲା ଆକାଶ ତଳେ ପରିବାର

Published By : Prameya-News7 Bureau | January 27, 2019 IST

ନିଶ୍ଚିନ୍ତକୋଇଲି ୨୭|୧: ନିଶ୍ଚିନ୍ତକୋଇଲି ବ୍ଲକ କଟିକଟା ପାଟସାଇଲୋ ଗାଁରେ ଅଗ୍ନିକାଣ୍ଡ । ବିଳମ୍ବିତ ରାତିରେ ଗାଁର ଜମିଲା ବିବିଙ୍କ ଘରେ ନିଆଁ ଲାଗି ୩ ବଖରା ଘର ଜଳି ପାଉଁଶ ହୋଇଯାଇଛି । ଚାହୁଁ ଚାହୁଁ ନିଆଁ ଚାରିଆଡକୁ ବ୍ୟାପି ଯାଇଥିଲା ଫଳରେ ଘର ଭିତରୁ କିଛି ଜିନିଷ ଉଦ୍ଧାର କରିବା ସମ୍ଭବ ହୋଇନଥିଲା । ଖବର ପାଇ ଦମକଳବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ସର୍ବସ୍ବ ହରାଇ ଏବେ ଖୋଲା ଆକାଶ ତଳେ ପଡିରହିଛନ୍ତି କ୍ଷତିଗ୍ରସ୍ତ ପରିବାର । ସେମାନଙ୍କୁ ତୁରନ୍ତ ସରକାରୀ ସହାୟତା ଯୋଗାଇଦେବାକୁ ଦାବି ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.