ଖୋର୍ଦ୍ଧା ପରେ ଏବେ ରାଜଧାନୀର ୬ ଡ୍ରଗ୍ସ ମାଫିଆଙ୍କ ଘର ଉପରେ ବୁଲଡୋଜର ଚଳାଇଲା ପୋଲିସ

Published By : Prameya-News7 Bureau | July 29, 2019 IST

ଭୁବନେଶ୍ବର୨୯|୭; ନିଶା ବେପାରୀଙ୍କ ଘର ଉପରେ ଗଡିଲା ବୁଲଡୋଜର । ଆଜି ବିଡିଏ ବିଏମସି , ଓ  ସାଧାରଣ ପ୍ରସାଶନ ବିଭାଗ ପକ୍ଷରୁ ହଳଦି ପଡିଆରେ ଥିବା ୬ଜଣ ନିଶା ବେପାରୀଙ୍କ ଘର ଭଙ୍ଗା ଯାଇଛି । ଘରଭଙ୍ଗା ସମୟରେ ଚାରି ପ୍ଲାଟୁନ ପୋଲିସ ଫୋର୍ଷ ସୁରକ୍ଷା ପାଇଁ ନିୟୋଜିତ ହୋଇଥିଲେ । 

{"id":138736}

ରାଜଧାନୀର ନିଶା ବେପାରି ସାବଧାନ । ତୁମମାନଙ୍କ ଘରେ ମଧ୍ୟ ପହଁଚିବ ବୁଲଡୋଜର ଆଉ ପୋଲିସ ଟିମ । ଯାହାର ଏକ ଲମ୍ବା ତାଲିକା ପ୍ରସ୍ତୁତ କରିଛି କମିସନରେଟ ପୋଲିସ । ବାହାର ଜିଲ୍ଲାରୁ ଆସି ବିଭିନ୍ନ ବସ୍ତିରେ ରହି ଧଳା ଜହର  କରବାର କରି ଯୁବ ସମାଜକୁ ତଳି ତଳାନ୍ତ କରୁଥିବା ଏହି ବେପାରିଙ୍କ ଘର ଖାଲି ଭଙ୍ଗାଜିବ ନାହିଁ । ଏମାନଙ୍କ ମଧ୍ୟରୁ ଅନେକଙ୍କୁ ରାଜଧାନୀର ରାଜରାସ୍ତା ମଧ୍ୟ ଦେଖାଇ ଦେବନାହିଁ କମିସନରେଟ ପୋଲିସ । ସେମାନଙ୍କୁ ତଡିପାର କରିବା ପାଇଁ ସମସ୍ତ ଜୋଯନା କରିସାରିଛି ପୋଲିସ ।

{"id":138737}

 ସୋମବାର ହଳଦି ପଡିଆ ବସ୍ତିର ଛଜଣ ନିଶାବେପାରୀଙ୍କ ଘରକୁ ମାଟିରେ ମିଶାଇ ଦେଇଛି ଏନଫୋର୍ଷମୋଣ୍ଟ ଟିମ । ଯେଉଁଥିରେ ରହିଛି ବାରମ୍ବାର ଧଳା ଜହର ବିକ୍ରୀ କରି ଧରା ପଡିଥାବା ବେପାରୀଙ୍କ ନାଁ । ହଳଦି ପଡିଆର ନିଶା ବେପାରୀ  ଦିଲିପ ସିଂ  , ଆୟସା ବିବି , ସରିଫ ଖାନ , ରାଜା ବାରିକ , ସଂଜୟ ମହାନ୍ତି ଓ  ତୁଳଶି ଦାସ  ଙ୍କ ଘରକୁ ମାଟିରେ ମିଶାଇ ଦେଇଛି ଏନଫୋର୍ଷମେଣ୍ଟ ଟିମ ।

{"id":138738}

 ଆଗକୁ ଏହିଭଳି ରାଜଧାନୀରେ ଥିବା ନିଶା ବେପାରୀଙ୍କ ଘରକୁ ଭଙ୍ଗା ଝିବ ବୋଲି କହିଛନ୍ତି ପୋଲିସ କମିସନର ।ଏଥର ସାରା ହଳଦିପଡିଆର ଲୋକମାନେ ବାହାରିଥିଲେ ପୋଲିସ ସପକ୍ଷରେ । ସେ ଯାହା କିଛି ହେଉନା କାହିଁକି କେବଳ କେତେଜଣ ବ୍ରାଉନସୁଗାର ବେପାରୀଙ୍କ ପାଇଁ ସାରା ହଳଦି ପଡିଆ ବଦନାମ ହେଉଛି ।

{"id":138739}

ସବୁଠାରୁ ବଡକଥା ହେଉଛି ଏହି ଅଞ୍ଚଳର ଛୋଟ ଛୋଟ ପିଲାମାନେ ଧଳା ଜହର କବଳରେ ପଡି ନଷ୍ଠ ହେବାକୁ ବସିଲେଣି । କେବଳ ଏମାନଙ୍କର ନୁହେଁ ଏଠାରେ ଯିଏବି ନିଶା ବେପାର କରୁଛି ସେମାନଙ୍କର ଘର ଭାଙ୍ଗାଜିବା ଦରକାର ବୋଲି ସ୍ତାନିୟ ଲୋକେ କହିଛନ୍ତି ।

{"id":138740}

କେବଳ ହଳଦି ପଡିଆ ନୁହେଁ ରାଜଧାନୀର ଅନ୍ୟ ବସ୍ତି ମାନଙ୍କରେ ମଧ୍ୟ ଖୁବଶିଘ୍ର ନିଶା ବେପାରୀଙ୍କ ଘର ଭାଙ୍ଗିବ କମିସନରେଟ ପୋଲିସ । ଭଙ୍ଗାବେଳେ ୪ ପ୍ଲାଟୁନ ପୋଲିସ ଫୋର୍ସ ସହିତ ଦୁଇଜଣ ଏସିପି ଓ ତିନୋଟି ଥାନାର ଥାନା ଅଧିକାରୀ ଉପସ୍ଥିତ ରହି ଘଟଣା ଉପରେ ତିକ୍ଷ୍ମ ନଜର ରଖିଥିଲେ

{"id":138741}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.