ରିଲିଜ ହେବା ପୂର୍ବରୁ ବିବାଦରେ ହାଉସଫୁଲ ୪, ଲାଗିଛି ଏହି ଅଭିଯୋଗ

Published By : Prameya-News7 Bureau | October 04, 2019 IST

ମୁମ୍ବାଇ୪|୧୦:ଅକ୍ଷୟ କୁମାରଙ୍କ ଫିଲ୍ମ ହାଉସଫୁଲ ୪ର ଟ୍ରେଲର ଏବେ କିଛି ଦିନ ତଳେ ରିଲିଜ ହୋଇଥିଲା। ଏହି ଟ୍ରେଲର ରିଲିଜ ହେବା ପରେ ଦର୍ଶକଙ୍କଠୁ ଭଲ ପ୍ରତିକ୍ରିୟା ମିଳିଛି। ଚଳିତ ବର୍ଷ ଅକ୍ଟୋବର ମାସ ୨୬ ତାରିଖରେ ଏହି ଫିଲ୍ମ ରିଲିଜ ହୋବାକୁ ଯାଉଛି। ହେଲେ ଫିଲ୍ମ ରିଲିଜ ହେବା ପୂର୍ବରୁ ଫିଲ୍ମ ସଦସ୍ୟଙ୍କୁ ଏକ ବଡ ଝଟକା ଲାଗିଛି।

{"id":166227}

ଡେକ୍କନ କ୍ରୋନିକଲଙ୍କ ରିପୋର୍ଟ ଅନୁସାରେ ହାଉସଫୁଲ ୪ର ଟ୍ରେଲର ରିଲିଜ ହେବା ଦିନ ଏହାର ବ୍ୟାକଗ୍ରାଉଣ୍ଡ ସ୍କୋର ଉପରେ ପ୍ରଶ୍ନ ଉଠାଯାଇଛି। ଫିଲ୍ମର ବ୍ୟାକଗ୍ରାଉଣ୍ଡ ସ୍କୋର ବା ସଙ୍ଗୀତ ଚିରଞ୍ଜୀବି ଅଭିନୀତ ଫିଲ୍ମ କୈଦୀ ନଂ ୧ ୫୦ରୁ ନିଆଯାଇଛି ବୋଲି କୁହାଯାଉଛି।

{"id":166228}

ରିପୋର୍ଟ ଅନୁସାରେ ଟ୍ରେଲରରେ ଯଉଁ ଗୀତ ଶୁଣା ଯାଉଛି ତାହା ସଂଗୀତ ନିର୍ଦ୍ଦେଶକ ଦେବୀ ଶ୍ରୀ ପ୍ରସାଦଙ୍କ ଦ୍ବାରା କୈଦୀ ନଂ୧୫୦ରୁ ନିଆଯାଇଛି। ହେଲେ ଏହାର କ୍ରେଡିଟ ଫିଲ୍ମ ସମ୍ବନ୍ଧୀୟ ଲୋକଙ୍କୁ ଦିଆଯାଇନାହିଁ। ଏହି ବିଷୟରେ ଏଯାଏଁ କୌଣସି ସ୍ପଷ୍ଟ ଖବର ମିଳିନାହିଁ।

{"id":166232}

ଅପରପକ୍ଷରେ ଫିଲ୍ମ ମେକର୍ସ ଏଯାଏଁ ଏନେଇ କୌଣସି ସଫେଇ ଦେଇନାହାନ୍ତି। ସଂଗୀତ ନିର୍ଦ୍ଦେଶକ ଦେବୀ ଶ୍ରୀ ପ୍ରସାଦ ଏବେ ୟୁରୋପ ଟୁରରେ ଅଛନ୍ତି। ଭାରତ ଫେରିଲେ ସେ ମାମଲାରେ ଦେଖାରଖା କରିବେ। ହାଉସଫୁଲ୪ରେ ଅକ୍ଷୟ କୁମାରଙ୍କ ସହ ବବି ଦେଓଲ, ରିତେଶ ଦେଶମୁଖ, କୃତି ସେନନ, କୃତି ଖରବନ୍ଦା ଓ ପୂଜା ହେଗଡେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି।  ଏହି ୬ ଜଣ କଳାକାର ଡବଲ ରୋଲରେ ନଜର ଆସିବେ।

wp:heading {"level":1}

 

/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.