ରାଷ୍ଟ୍ରପତି ନିର୍ବାଚିତ ହେବାକୁ ଯାଉଛନ୍ତି ଜୋ ବିଡେନ୍, ପେନସିଲଭାନିଆ ବିଜୟ ପରେ ଘୋଷଣା କଲେ ହାଉସ ସ୍ପିକର ନାନ୍ସି ପେଲୋସି
7/11/2020 at 11:38 AM

ଓ୍ବାଶିଂଟନ ୦୭/୧୧ : ଆମେରିକା ନିର୍ବାଚନରେ ଜୋ ବାଇଡେନଙ୍କ ହ୍ବାଇଟହାଉସ ଯିବା ରାସ୍ତା ଧିରେ ଧିରେ ଉଜ୍ଜିବୀତ ହେବାରେ ଲାଗିଛି । ବାଇଡେନ ଏବଂ ଟ୍ରମ୍ପଙ୍କ ମଧ୍ୟରେ ଲାଗିରହିଥିବା ଛକା ପଞ୍ଝାରେ ବାଇଡେନ ବାଜିମାରିବା ଅପାତତ୍ ସ୍ପଷ୍ଟ ହୋଇସାରିଛି । ତେବେ ଏହାରି ମଧ୍ୟରେ ହାଉସ ସ୍ପିକର ନ୍ୟାନ୍ସି ପେଲୋସି ଡେମୋକ୍ରାଟିକ ପାର୍ଟି ନେତା ଜୋ ବାଇଡେନଙ୍କୁ ରାଷ୍ଟ୍ରପତି ଘୋଷଣା କରିଛନ୍ତି । ପେନ୍ସିଲ୍ଭାନିଆରେ ଟ୍ରମ୍ପଙ୍କୁ ପଛରେ ପକାଇ ବିଜୟ ପରେ ଜୋ ବାଇଡେନଙ୍କୁ ହାଉସ ସ୍ପିକର ନାନ୍ସି ପେଲୋସି ବିଜୟୀ ଘୋଷଣା କରିଛନ୍ତି । ତେବେ ପେନସିଲଭାନିଆ ଜୋ ବାଇଡେନଙ୍କୁ ବିଜୟ ମୁକୁଟ ପିନ୍ଧାଇବା ଏକ ପ୍ରକାର ସ୍ପଷ୍ଟ ହୋଇସାରିଛି । ମ୍ୟାଜିକ ନମ୍ବର ୨୭୦ ଇଲୋକ୍ଟୋରାଲ ଭୋଟ ପାଇଁ ପେନସିଲଭାନିଆରେ ବିଜୟ ବାଇଡେନଙ୍କୁ ବିଶେଷ ସହାୟକ ହୋଇଛି । ସେହିପରି ଜର୍ଜ୍ଜିଆରେ ମଧ୍ୟ ଟ୍ରମ୍ପଙ୍କୁ ପଛରେ ପକାଇ ବାଇଡେନ ଆଗକୁ ଚାଲି ଯାଇଛନ୍ତି । ଯେଉଁଠାରେ କି ଟ୍ରମ୍ପ ଜିତିବା ନେଇ ପୂର୍ବରୁ ଦ୍ରୁଢୋକ୍ତି ପ୍ରକାଶ କରିଥିଲେ ।
ତେବେ ପୂର୍ବରୁ ବାଇଡେନଙ୍କ ବିରୁଦ୍ଧରେ ଭୋଟ ଜାଲିଆତି ଅଭିଯୋଗ ଆଣି ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହେବାକୁ ଟ୍ରମ୍ପ କହିଥିଲେ। ଭୋଟ ଗଣତି ବନ୍ଦ କରିବାକୁ କୋର୍ଟଙ୍କୁ ଅପିଲ କରିଥିଲେ ରିପବ୍ଲିକାନ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ । ବାଇଡେନଙ୍କ ପ୍ରଦର୍ଶନ ଅନୂଯାୟୀ ପୂର୍ବାନୁମାନ କରାଯାଉଥିଲା ଯେ ଡେମୋକ୍ରାଟିକ ପ୍ରାର୍ଥୀମାନେ ଲୋକସଭାରେ ଅନେକ ଆସନ ହରାଇବେ, ଯାହା ଦଳ ପାଇଁ ଏକ ବଡ଼ ନିରାଶା, ଯାହା ଏହାର ସଂଖ୍ୟାଗରିଷ୍ଠତା ବୃଦ୍ଧି କରିବାକୁ ଆଶା କରିଥିଲା | କିନ୍ତୁ ଏହାର ସମ୍ପୂର୍ଣ୍ଣ ବିପରିତ ଦେଖିବାକୁ ମିଳିଛି । ଆଶ୍ଚର୍ଯ୍ୟଜନକ ଭାବେ ବାଇଡେନ ଆଶାଠାରୁ ଅଧିକ ଭୋଟ ପାଉଛନ୍ତି ।
ଅନେକ ସ୍ଥାନରେ ଟ୍ରମ୍ପଙ୍କୁ ଚକମା ଦେଖାଇ ବାଇଡେନ ଲିଡ କରିଛନ୍ତି । ଟ୍ରମ୍ପ ଯେଉଁ ରାଜ୍ୟ ମାନଙ୍କରେ ବିଜୟୀ ହେବେବୋଲି ଦ୍ରୁଢୋକ୍ତି ପ୍ରକାଶ କରୁଥିଲେ ସେଠାରେ ଗେମ ଚେଞ୍ଜର ପାଲଟିଛନ୍ତି ଜୋ ବାଇଡେନ । ତେବେ ଏଯାଏଁ ବାଇଡେନଙ୍କୁ ବିଜୟୀ ଘୋଷିତ କରିନି ଡେମୋକ୍ରେଟିକ ପାର୍ଟି । ଉପ-ରାଷ୍ଟ୍ରପତି ପ୍ରାର୍ଥୀ କାମାଲା ହାରିସଙ୍କ ବିଜୟକୁ ଅପେକ୍ଷା କରିଛି ପାର୍ଟି ।