ଘର ମାଲିକ ପୁଅଙ୍କ ଆକ୍ରମଣରେ ମହିଳା କନେଷ୍ଟବଳ ଗୁରୁତର
25/09/2018 at 2:59 AM

ସମ୍ୱଲପୁର ୨୪/୯: ଘର ମାଲିକ ପୁଅଙ୍କ ଆକ୍ରମଣରେ ମହିଳା କନେଷ୍ଟବଳ ଗୁରୁତର । ସମ୍ବଲପୁର ଦାନୀପାଲ୍ଲିରେ ଆଜି ସନ୍ଧ୍ୟାରେ ଏମିତି ଘଟିଛି । ଘର ମାଲିକଙ୍କ ପୁଅ ସପନ ଚକ୍ରବର୍ତ୍ତୀଙ୍କ ଟାଙ୍ଗିଆ ଆକ୍ରମଣରେ ଗୁରୁତର ହୋଇ ବୁର୍ଲା ମେଡିକାଲରେ ଭର୍ତ୍ତି ହୋଇଛନ୍ତି କନେଷ୍ଟବଳ ରଶ୍ମୀରେଖା ଦୀକ୍ଷିତ । ସପନ ନିଶାସକ୍ତ ଥିବା ବେଳେ କୌଣସି କାରଣକୁ ନେଇ ରଶ୍ମୀରେଖାଙ୍କ ସହ ତାଙ୍କର ପାଟିତୁଣ୍ଡ ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ସପନ ଟାଙ୍ଗିଆ ଆଣି ତାଙ୍କୁ ଆକ୍ରମଣ କରିଥିଲା । ରଶ୍ମୀରେଖାଙ୍କ ଶରୀରରେ ଏକାଧିକ ଚୋଟ ଲାଗିଛି । ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ଟାଉନ୍ ଥାନା ଓ ଅଇଁଠାପାଲି ଥାନା ପୋଲିସ୍ ଘଟଣାର ତଦନ୍ତ କରୁଛନ୍ତି । ଅଭିଯୁକ୍ତ ସପନ ଚକ୍ରବର୍ତ୍ତୀକୁ ଥାନାରେ ଅଟକ ରଖାଯାଇଛି ।
Related Posts
ବାଳକ ପେଟରେ ପଶିଗଲା ବର୍ଚ୍ଛା, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
29 January 2023
ଏୟାରଲିଫ୍ଟ ହେଲେ ନବ ଦାସ, ଛାତିରେ ବାଜିଛି ଗୁଳି
29 January 2023