ଘରେ ବା ମନ୍ଦିରରେ ଏହି ପଞ୍ଚଦେବଙ୍କ ମୂର୍ତ୍ତି ସ୍ଥାପନା କରନ୍ତୁ, ସମସ୍ତ ବାଧା ବିଘ୍ନ ଓ ଅସୁବିଧା ହେବ ଦୂର…
18/07/2019 at 6:04 PM

ପରିବାର ମଙ୍ଗଳ ଓ ଶାନ୍ତି ନିମନ୍ତେ ଭଗବାନଙ୍କୁ ଆମେ ପୂଜାର୍ଚ୍ଚନା କରିଥାନ୍ତି। ଯେକୌଣସି ଶୁଭକାମ କରିବା ପୂର୍ବରୁ ଇଷ୍ଟଦେବତାଙ୍କୁ ମଧ୍ୟ ପୂଜାର୍ଚ୍ଚନା କରିଥାଉଁ। ଭଗବାନଙ୍କ ଆର୍ଶୀବାଦ ପାଇବା ପାଇଁ ମନ୍ଦିର କିମ୍ବା ଘରେ ଲୋକେ ବିଭିନ୍ନ ଦେବାଦେବୀଙ୍କ ପ୍ରତିମୂର୍ତ୍ତି ରଖି ପୂଜା କରିଥାନ୍ତି। ଜ୍ୟୋତିଷ ଓ ବାସ୍ତୁ ଶାସ୍ତ୍ରଅନୁସାରେ ଘରେ ପଞ୍ଚ ଦେବାଦେବୀଙ୍କ ମୂର୍ତ୍ତି ରଖି ପୂଜା କରିବା ଦ୍ବାର ବହୁ ସମସ୍ୟାର ସମାଧାନ ହୋଇଥାଏ। ଏହି ଦେବାଦେବୀଙ୍କ ମୂର୍ତ୍ତିକୁ ପଞ୍ଚାୟତନ କୁହାଯାଏ।
ଭାରତରେ ସନାତନ ଧର୍ମର ଲୋକମାନେ ପଞ୍ଚାୟତନ ପୂଜାକୁ ସର୍ବଶ୍ରେଷ୍ଠ ପୂଜା ବୋଲି ମାନିଥାନ୍ତି। ଜ୍ୟୋତିଷ ଓ ବାସ୍ତୁ ଶାସ୍ତ୍ରନୁଯାୟୀ, ଘରେ କିମ୍ବା ମନ୍ଦିରରେ ଗଣେଷ, ଶିବ, ବିଷ୍ଣୁ, ଦୁର୍ଗା ଓ ସୂର୍ଯ୍ୟଙ୍କ ପ୍ରତିମୂର୍ତ୍ତି ରହିବା ଆବଶ୍ୟକ । ମନ୍ଦିର କିମ୍ବା ଘରେ ଏହି ପାଞ୍ଚଟି ପ୍ରତିମୂର୍ତ୍ତିକୁ ସ୍ଥାପନା କରିବା ଆବଶ୍ୟକ। ଆସନ୍ତୁ ଜାଣିବା ପଞ୍ଚାୟତନ ସିଂହାସନରେ କେଉଁ ଦେବତାଙ୍କୁ କିପରି ରଖିବା।
ଗଣେଷ ପଞ୍ଚାୟତନ
ଯଦି ଆପଣଙ୍କ ଇଷ୍ଟ ଦେବତା ଗଣେଷ ତେବେ ମନ୍ଦିରରେ ଗଣେଷ ପଞ୍ଚାୟତନ ସ୍ଥାପିତ କରନ୍ତୁ। ଏଥିସହ ସିଂହାସନର ଐଶାନ୍ୟ କୋଣରେ ବିଷ୍ଣୁ ଓ ମଧ୍ୟମ କୋଣରେ ଗଣେଷ, ଅଗ୍ନି କୋଣରେ ଶିବ ଓ ନୈଋତ କୋଣରେ ସୂର୍ଯ୍ୟ ଓ ଅନ୍ୟ କୋଣରେ ମଧ୍ୟ ଭଗବାନଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରନ୍ତୁ।
ଶିବ ପଞ୍ଚାୟତନ
ଆପଣଙ୍କ ଇଷ୍ଟ ଦେବତା ଯଦି ଶିବ ତେବେ ମନ୍ଦିରେ ଶିବ ପଞ୍ଚାୟତନ ସିଂହାସନ ସ୍ଥାପିତ କରିପାରିବେ। ଏଥିପାଇଁ ସିଂହାସନର ଐଶାନ୍ୟ କୋଣରେ ଶିବ, ଅଗ୍ନିକୋଣରେ ଗଣେଷ, ମଧ୍ୟମ କୋଣରେ ବିଷ୍ଣୁ ଓ ନୈଋତ କୋଣରେ ସୂର୍ଯ୍ୟଙ୍କୁ ସ୍ଥାପନା କରବା ସହ ଅନ୍ୟ କୋଣରେ ମଧ୍ୟ ଦେବତାଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରନ୍ତୁ।
ବିଷ୍ଣୁ ପଞ୍ଚାୟତନ
ଆପଣଙ୍କ ଇଷ୍ଟ ଦେବତା ଯଦି ବିଷ୍ଣୁ ତେବେ ମନ୍ଦିରେ ବିଷ୍ଣୁ ପଞ୍ଚାୟତନ ସିଂହାସନ ସ୍ଥାପିତ କରିପାରିବେ। ପଞ୍ଚାୟତନ ସିଂହାସନର ଐଶାନ୍ୟ କୋଣରେ ଶିବ, ଅଗ୍ନିକୋଣରେ ଗଣେଷ, ମଧ୍ୟମ କୋଣରେ ବିଷ୍ଣୁ ଓ ନୈଋତ ଦିଗରେ ସୂର୍ଯ୍ୟଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରନ୍ତୁ।
ଦୁର୍ଗା ପଞ୍ଚାୟତନ
ଆପଣଙ୍କ ଇଷ୍ଟ ଦେବତା ଯଦି ଦୁର୍ଗା ତେବେ ମନ୍ଦିରେ ଦୁର୍ଗା ପଞ୍ଚାୟତନ ସିଂହାସନ ସ୍ଥାପିତ କରିପାରିବେ। ପଞ୍ଚାୟତନ ସିଂହାସନାର ଐଶାନ୍ୟ କୋଣରେ ବିଷ୍ଣୁ, ଅଗ୍ନିକୋଣରେ ଶିବ, ମଧ୍ୟମ କୋଣରେ ଦୁର୍ଗା ଓ ନୈଋତ ଦିଗରେ ଗଣେଷଙ୍କ ପ୍ରତିମୂର୍ତ୍ତି ସ୍ଥାପିତ କରନ୍ତୁ। ଏଥିସହ ଅନ୍ୟ ଦିଗରେ ମଧ୍ୟ ଦେବତାଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରନ୍ତୁ।
ସୂର୍ଯ୍ୟ ପଞ୍ଚାୟତନ
ଆପଣଙ୍କ ଇଷ୍ଟ ଦେବତା ଯଦି ସୂର୍ଯ୍ୟ ତେବେ ମନ୍ଦିରେ ସୂର୍ଯ୍ୟ ପଞ୍ଚାୟତନ ସିଂହାସନ ସ୍ଥାପିତ କରିପାରିବେ। ପଞ୍ଚାୟତନ ସିଂହାସନାର ଐଶାନ୍ୟ କୋଣରେ ଶିବ, ଅଗ୍ନିକୋଣରେ ଗଣେଷ, ମଧ୍ୟମ କୋଣରେ ସୂର୍ଯ୍ୟ ଦୁର୍ଗା ଓ ନୈଋତ କୋଣରେ ବିଷ୍ଣୁଙ୍କ ପ୍ରତିମୂର୍ତ୍ତି ସ୍ଥାପିତ କରନ୍ତୁ। ଏଥିସହ ଅନ୍ୟ କୋଣରେ ମଧ୍ୟ ଦେବତାଙ୍କ ପ୍ରତିମୂର୍ତ୍ତି ସ୍ଥାପିତ କରନ୍ତୁ।