ଟ୍ରମ୍ପଙ୍କୁ ଝଟକା : ଆମେରିକାର ପ୍ରତିନିଧି ସଭାରେ ମହାଭିଯୋଗ ପ୍ରସ୍ତାବ ଗୃହୀତ, ଏବେ ସିନେଟ ଉପରେ ନଜର

Published By : Prameya-News7 Bureau | December 19, 2019 IST

ୱାଶିଂଟନ ୧୯।୧୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ବଡ ଝଟକା । ତାଙ୍କ ବିରୋଧରେ ଆଗତ ମହାଭିଯୋଗ ପ୍ରସ୍ତାବ ସପକ୍ଷରେ ଅଧିକ ସିନେଟର ରଖିଛନ୍ତି ମତ । କ୍ଷମତାର ଦୂରପୋଯୋଗ ଏବଂ  ଆମେରିକାନ କଂଗ୍ରେସକୁ ବିଭ୍ରାନ୍ତ କରୁଥିବା ଅଭିଯୋଗ ନେଇ ୪୩୫ ସଦସ୍ୟ ବିଶିଷ୍ଟ ଯୁଏସ୍ ହାଉସ ଅଫ୍ ରିପ୍ରେଜେଣ୍ଟେଟିଭ୍ ବା ପ୍ରତିନିଧିସଭାରେ ଆଗତ ମହାଭିଯୋଗ ପ୍ରସ୍ତାବକୁ ସମର୍ଥନ କରିଛନ୍ତି ସଂଖ୍ୟାଧିକ ସଦସ୍ୟ । ପ୍ରତିନିଧି ସଭାରେ ଟ୍ରମ୍ପଙ୍କ ବିରୋଧରେ ଆଗତ  ଦୁଇଟି ମହାଭିଯୋଗ ପ୍ରସ୍ତାବ ୨୩୦-୧୯୭ ଏବଂ  ୨୨୯- ୧୯୮ ଭୋଟରେ ଗୃହୀତ ହୋଇଛି ।ଏହା ଫଳରେ ଆମେରିକାର ୨୪୩ ବର୍ଷର ଇତିହାସରେ ଟ୍ରମ୍ପ ହେଉଛନ୍ତି ତୃତୀୟ ରାଷ୍ଟ୍ରପତି ଯାହାଙ୍କ ବିରୋଧରେ ସାଂଘାତିକ ଅପରାଧ ତଥା ଅନୁଚିତ ବ୍ୟବହାରର ଅଭିଯୋଗ ଆସିଛି । ପୂର୍ବରୁ ବିଲ୍‌ କ୍ଲିଣ୍ଟନ ଏବଂ ଆଣ୍ଡ୍ରିୟୁ ଜନସନଙ୍କ ବିରୋଧରେ ଏପରି ଇମ୍ପିଚମେଣ୍ଟ ଆସିଥିଲା ।

{"id":199648,"sizeSlug":"large"}

 ଏବେ ପାରମ୍ପରିକ ପଦ୍ଧତି ଅନୁଯାୟୀ ଏହି ମହାଭିଯୋଗଟି ୧୦୦ ସଦସ୍ୟ ବିଶିଷ୍ଟ ସିନେଟକୁ ଯିବ । ସେଠାରେ ଅଭିଯୋଗର ବିଚାର ସହ ସେ ଦୋଷ ମୁକ୍ତ ହେବେ କିମ୍ବା କ୍ଷମତାରୁ ବିଦାହେବେ ତାହାର ନିଷ୍ପତ୍ତି ହେବ । ଯଦିଓ ଟ୍ରମ୍ପଙ୍କ ବିରୋଧରେ ହାଉସ ଅଫ୍ ରିପ୍ରେଜେଣ୍ଟେଟିଭ୍ ରେ ମହାଭିଯୋଗ ପ୍ରସ୍ତାବ ଆଣିଥିବା ଡେମୋକ୍ରାଟ ସଦସ୍ୟମାନେ ସିନେଟରେ ରିପବ୍ଲିକାନଙ୍କ ସଂଖ୍ୟା ଗରିଷ୍ଠତା ସତ୍ତ୍ବେ ମହାଭିଯୋଗରୁ ଟ୍ରମ୍ପ ଦୋଷମୁକ୍ତ ହେବାରେ ବିଫଳ ହେବେ ବୋଲି ଆଶା ରଖିଛନ୍ତି ।

{"id":199649,"sizeSlug":"large"}

ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ  କାରଣ ହେଲା କ୍ଷମତାର ଅପବ୍ୟବହାର ଏବଂ କଂଗ୍ରେସକୁ ବିଭ୍ରାନ୍ତ କରିଛନ୍ତି ସେ । ୨୦୨୦ ନିର୍ବାଚନରେ ତାଙ୍କ ପ୍ରତିଦ୍ବନ୍ଦୀ ହେବାକୁ ଥିବା ଜୋଏ ବିଡେନଙ୍କୁ ଅଟକାଇବା ଲାଗି ତାଙ୍କ ବିରୋଧରେ ତଦନ୍ତ ଲାଗି ଯୁକ୍ରେନ ଉପରେ ଚାପ ପକାଇଥିଲେ ଟ୍ରମ୍ପ । ତାସହ ୭୩ ବର୍ଷୀୟ ରିପବ୍ଲିକାନ କଂଗ୍ରେସକୁ ବିଭ୍ରାନ୍ତ କରିବା ସହ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାରେ ଥିଲେ । ହାଉସ ଅଫ୍ ରିପ୍ରେଜେଣ୍ଟେଟିଭ୍ ବାଚସ୍ପତି ତଥା ଡେମୋକ୍ରାଟ ସଦସ୍ୟ ନାନସି ପେଲୋସୀ ରାଷ୍ଟ୍ରପତିଙ୍କ ବିରୋଧରେ ଏହି ସବୁ ଅଭିଯୋଗ ସହ ମହାଭିଯୋଗ ବା ଇମ୍ପିଚିମେଣ୍ଟ ପ୍ରସ୍ତାବ ଆଣିଥିଲେ । କିନ୍ତୁ ଟ୍ରମ୍ପ ସବୁ ଅଭିଯୋଗକୁ ଅସ୍ବୀକାର କରିବାସହ, ତାହାକୁ ‘ୱିଚ୍‌ହଣ୍ଟ‘ ଆଖ୍ୟା ଦେଇଥିଲେ ।

{"id":199650,"sizeSlug":"large"}

ଏବେ ମହାଭିଯୋଗ ପ୍ରସ୍ତାବଟି ସିନେଟକୁ ଯିବ । ସେଠାରେ ରିପବ୍ଲିକାନ ପାର୍ଟିର ସଂଖ୍ୟା ଗରିଷ୍ଠତା ରହିଥିବାରୁ ଟ୍ରମ୍ପ ଦୋଷ ମୁକ୍ତ ହେବା ସମ୍ଭାବନା ବେଶି । କାରଣ ଅତିବେଶିରେ ୨୦ ଜଣ ରିପବ୍ଲିକାନ ସଦସ୍ୟ ଡେମୋକ୍ରାଟିକ ପାର୍ଟ ସଦସ୍ୟଙ୍କ ଆଗତ ଟ୍ରମ୍ପ ବିରୋଧି ପ୍ରସ୍ତାବକୁ ସମର୍ଥନ ଦେଇପାରନ୍ତି ।  ତଥାପି ରିପବ୍ଲିକାନ ଏବଂ ଟ୍ରମ୍ପ ସମର୍ଥକ ରାଷ୍ଟ୍ରପତିଙ୍କୁ ଦୋଷ ମୁକ୍ତ କରିବାରେ ସମର୍ଥ ହୋଇପାରନ୍ତି । ତାଛଡା ଆମେରିକାର ୨୪୩ ବର୍ଷର ଇତିହାସରେ କୌଣସି ରାଷ୍ଟ୍ରପତି ତାଙ୍କ ପଦବୀରୁ ବିଦା ହୋଇନଥିବାରୁ ଏବଂ ସେପରି ପରମ୍ପରା ନଥିବାରୁ ଟ୍ରମ୍ପ ବି ତାଙ୍କ ପଦବୀ ବଜାୟ ରଖିବାରେ ସମର୍ଥ ହେବେ ବୋଲି ଆଶା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.