previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ଉପରତଳ ସଂକ୍ରମଣ : ୨୪ ଘଣ୍ଟାରେ ବାହାରିଲେ ୧୬୧୬୭ କରୋନା ପଜିଟିଭ୍
  • ||
  • ବିହାରରେ ବିଜେପିଠୁ ଅଲଗା ହେବ ଜେଡିୟୁ ! ଗୋଟିଏ-ଦୁଇ ଦିନରେ ହୋଇପାରେ ଘୋଷଣା
  • ||
  • ଝାରସୁଗୁଡା ଉପକାରାଗାରରେ ଅଘଟଣ, ଗଳାକାଟି କଏଦୀଙ୍କ ଆତ୍ମହତ୍ୟା ଉଦ୍ୟମ
  • ||
  • ଜଙ୍ଗଲର ରାଜାକୁ ପାଳିବା ପାଇଁ ଟଙ୍କା ନାହିଁ : ଚିଡିଆଖାନାର ସିଂହକୁ ବିକ୍ରି କରିଦେବ ପାକିସ୍ତାନ
  • ||

ଜ୍ଞାନକୌଶଳର ଚମତ୍କାରିତା, ୪ ଫୁଟ୍ ଉପରକୁ ଉଠିଲା ୧୫ ବର୍ଷ ପୁରୁଣା ଘର

4/07/2022 at 9:19 AM

ରାୟଗଡ଼ା ୦୪/୦୭: ନୂତନ ଜ୍ଞାନକୌଶଳ ପ୍ରୟୋଗ କରି ୧୫ ବର୍ଷ ପୁରୁଣା ଘରକୁ ୪ ଫୁଟ ଉପରକୁ ଉଠାଯାଇଛି । ଏହା ଶୁଣିବା ପାଇଁ ଟିକିଏ ଅଡ଼ୁଆ ଲାଗୁଥିଲେ ମଧ୍ୟ ସମ୍ଭବ ହୋଇଛି । ରାୟଗଡ଼ା ବ୍ଲକ ଅମଳାଭଟା ଗ୍ରାମରେ ଜଣେ ବ୍ୟକ୍ତି ରବି ଶେଖର ନିଜ ଘରେ ଆଧୁନିକ ଜ୍ଞାନକୌଶଳ ପ୍ରୟୋଗ କରି ଘରର ଉଚ୍ଚତା ବଢାଇଛନ୍ତି ।

ସୂଚନାରୁ ପ୍ରାପ୍ତ ଯେ, ୨୦୧୫ ମସିହାରେ ରବି ତାଙ୍କର ୧୨୦୦ ବର୍ଗଫୁଟ ବିଶିଷ୍ଟ ବାସଗୃହ ନିର୍ମାଣ କରିଥିଲେ । ସମୟକ୍ରମେ ରାସ୍ତା ଉଚ୍ଚତା ବଢିଥିଲା । ଫଳରେ ତାଙ୍କୁ ସମସ୍ୟା ହେବା ସହିତ ପିଇବା ପାଣି ପାଇଁ ଅଧିକ ଅସୁବିଧା ହୋଇଥିଲା । ଏହି ସମସ୍ୟାର ସମାଧାନ ବାଟ ସେ ଖୋଜିଥିଲେ । ଏହାପରେ ହରିୟାଣା ରାଜ୍ୟରେ ନୂତନ ଜ୍ଞାନକୌଶଳ ପ୍ରୟୋଗ କରି ଘରର ଉଚ୍ଚତା ଅନେକ ଜଣ ବଢାଇଥିବା ଜାଣିବାକୁ ପାଇଥିଲେ ।

ସୂଚନା ମିଳିବା ପରେ ସେ ହରିୟାଣା ରାଜ୍ୟ ରୋହତାକ ସହରର ଗୋଟିଏ ଯନ୍ତ୍ରୀ ଓ ତାଙ୍କ ଟିମ ସହିତ ଯୋଗାଯୋଗ କରିଥିଲେ । ସେମାନେ ସମସ୍ୟାର ସମାଧାନ କରିବାରେ ସମର୍ଥ ବୋଲି ପ୍ରତିଶ୍ରୁତି ଦେବା ପରେ ନିର୍ମାଣ ପାଇଁ କହିଲେ । ଏକ ଇଞ୍ଜିନିୟର ଟିମ୍ ଅମଳାଭଟା ଆସି ଆରମ୍ଭ କରିଥିଲେ କାମ । ୨୨୦ ଟି ଜକ୍ ବ୍ୟବହାର କରି ଘରର ଚାରିପଟେ ଖୋଳି ଧିରେଧିରେ ଉପରକୁ ଉଠାଇ ଥିଲେ ।

୧ ମାସ ୩ ଦିନ ଧରି କାମ କରିବା ପରେ ଘରକୁ ୪ ଫୁଟ ଉପରକୁ ଉଠାଯାଇଛି । ଆଉ ଏକ ସପ୍ତାହ ମଧ୍ୟରେ ନିର୍ମାଣ କାର୍ଯ୍ୟ ଶେଷ କରିବା ପାଇଁ ଧାର୍ଯ୍ୟ ହୋଇଛି । ଆଉ ଏହି ଜ୍ଞାନକୌଶଳ ପ୍ରୟୋଗ ଯିଏ ଦେଖୁଛି ସିଏ ତାଜୁବ ହୋଇଯାଇଛି । କାରଣ ଏକ ମାସ ପୂର୍ବରୁ ଯେଉଁ ଘର ତଳୁଆ ରହିଥିଲା ଆଜି ୪ ଫୁଟ ଉଚ୍ଚତାରେ ପ୍ରଦର୍ଶିତ ହୋଇଛି । ଏହା ଦେଖିବା ରବିଙ୍କ ଘରେ ଭିଡ ଜମାଇଛନ୍ତି ଲୋକ । ଏଭଳିକି କିଛି ରାଜମିସ୍ତ୍ରୀ ମଧ୍ୟ ଏହା ଦେଖିବା ପାଇଁ ସୁଅ ଛୁଟାଇଛନ୍ତି ।

   Related Posts