ସିଲିଣ୍ଡର ବିସ୍ଫୋରଣରୁ ଲାଗିଲା ନିଆଁ, ଲିଭାଇବାକୁ ଯାଇ ୩ ଛାତ୍ରୀ ଗୁରୁତର

Published By : Prameya-News7 Bureau | December 01, 2023 IST

ଜଳେଶ୍ୱର ୦୧/୧୨: ସିଲିଣ୍ଡର ବିସ୍ଫୋରଣରୁ ଲାଗିଲା ନିଆଁ, ଲିଭାଇବାକୁ ଯାଇ ୩ ଛାତ୍ରୀ ଗୁରୁତର । ଚିକିତ୍ସା ପାଇଁ ଜଳେଶ୍ୱର ଜିକେ ଭଟ୍ଟର ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଗୁରୁତର ଛାତ୍ରୀମାନେ ହେଲେ ଖୁଲୁଡ଼ା ଶୀତଳା ଠାକୁରାଣୀ କଲେଜର +୨ ବର୍ଷର ଛାତ୍ରୀ । ଜଳେଶ୍ୱର ଥାନା ଖୁଲୁଡ଼ା ଗ୍ରାମରେ ଘଟିଛି ଅଭାବନୀୟ ଘଟଣା ।

ସୂଚନା ଥାଉକି, ଗ୍ୟାସ ଟାଙ୍କି ବ୍ଲାଷ୍ଟ ହେବାରୁ ତିନିବଖରା ଘର ନିଆଁ ଲାଗିଯାଇଥିଲା । ଫଳରେ ଘର ପୋଡି ପାଉଁଶ ହୋଇଯାଇଥିଲା । ସେପଟେ ନିଆଁ ଲାଗିଥିବା ଦେଖି ଲିଭେଇବାକୁ ଆଗେଇ ଆସିଥିଲେ ୩ କଲେଜ ଛାତ୍ରୀ । ଏମାନେ ସମସ୍ତେ ଅଗ୍ନିକାଣ୍ଡରେ ଗୁରୁତର ହୋଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.