ବାଲିଗୁଡାରେ ବର୍ଷା ଓ ପବନ ଯୋଗୁଁ ଭାଙ୍ଗିଲା ଘର ; ଧୋଇଗଲା ଦାରିଙ୍ଗବାଡିର ଗଦଡି ପୋଲ

Published By : Prameya-News7 Bureau | October 12, 2018 IST

କନ୍ଧମାଳ ୧୨|୧୦: କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳରେ ତିତଲିର ପ୍ରଭାବ ଦେଖାଦେଇଛି । କୋଟଗଡ଼ ନୂଆଗାଁ ବ୍ଲକରେ ଉପାନ୍ତ ଅଞ୍ଚଳରେ ବିଭିନ୍ନ ସ୍ଥାନରେ ବଡ ବଡ ଗଛ ଉପୁଡିପଡିଛି । ଅଞ୍ଚଳର ଅନେକ ଗାଁରେ ଲୋକମାନଙ୍କର ଘରଦ୍ବାର ଭାଙ୍ଗି ମଧ୍ୟ ଯାଇଛି । ବର୍ଷା ଓ ପବନ ବହିବା ଯୋଗୁଁ ଲୋକେ ଘରୁ ପଦାକୁ ବାହାରି ପାରୁନାହାନ୍ତି । ଦାରିଙ୍ଗବାଡିର ଗଦଡି ପୋଲ ନିକଟରେ ରାସ୍ତା ଧୋଇଯାଇଥିବାରୁ ଦାରିଙ୍ଗବାଡିରୁ ରାଇକିଆ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି । ଘରେ ପାଣି ପସିଯିବାରୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏକର ଏକର ଚାଷ ଜମିରେ ମଧ୍ୟ ପାଣି ପସିଯିବାରୁ ବ୍ୟାପକ ଫସଲ ନଷ୍ଟ ହୋଇଯାଇଛି । ଫଳରେ ଚାଷୀମାନେ ଚିନ୍ତାରେ ଅଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.