scan steel
web-baneer-728x90
WhatsApp Image 2023-12-06 at 12.52.17
krs-300-250-banner english-1
krs-728-90-banner english-2
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଘର କୋଣକୁ କରନ୍ତୁ ନାହିଁ ନଜର ଅନ୍ଦାଜ୍‌, କରିପାରିବେ ଏପରି ଡେକୋରେଟ୍‌

21/09/2023 at 1:34 PM

ମୁମ୍ଵାଇ ୨୧।୦୯: ପ୍ରାୟ ଲୋକ ଘର ସଜାଇବା ସମୟରେ  ଘରର କୋଣକୁ ହିଁ ସର୍ବାଧିକ ଅବହେଳା  କରିଥାନ୍ତି । ଏପରିକି ଘରକୋଣକୁ ଖାଲି  ଛାଡି ଦେଇଥାନ୍ତି । ଫଳରେ ଘରେ ଥିବା  ସ୍ଥାନର ଉପଯୁକ୍ତ ସ୍ପେଶ୍‌ ମ୍ୟାନେଜ୍‌ମେଣ୍ଟ  ହୋଇପାରେନା । କେହି କେହି  କୋଣରେ ଅତି ବେଶିରେ ଗଛଟିଏ  ରଖି ଦେଇଥାନ୍ତି । ଯଦି ଉପଯୁକ୍ତ ଭାବେ  ସ୍ପେଶ୍‌ ମ୍ୟାନେଜ୍‌ କରିବାକୁ ଚାହୁଁଥାନ୍ତି,  ତେବେ ଘରର କୋଣକୁ ଖୁବ୍‌ ସୁନ୍ଦର  ଭାବେ ଡେକୋରେଟ୍‌ କରିପାରିବେ ।  ଯାହା ଲୋକଙ୍କର ଖୁବ୍‌ ଦୃଷ୍ଟି ଆକର୍ଷଣ  କରିପାରିବ ।

ଛୋଟ ଲାଇବ୍ରେରୀ : ଯଦି ଆପଣ  ପଢାପଢିକୁ ବେଶି ଗୁରୁତ୍ୱ ଦେଉଥାନ୍ତି, ତେବେ  ଘରର ଲିଭିଙ୍ଗ୍‌ ଏରିଆରେ ଥିବା କୋଣକୁ ଛୋଟ  ଲାଇବ୍ରେରୀର ରୂପ ଦେଇପାରିବେ । ଘରର କୋଣରେ  ଥାକ ବ୍ୟବସ୍ଥା କରି ସେଥିରେ କିଛି ଭଲ ବହି ରଖି  ଦେଇପାରିବେ, ଯାହାକୁ ଆପଣ ଯେକୌଣସି ସମୟରେ  ନେଇ ପଢାପଢି କରିପାରିବେ । ଏହା ଘରର ଲୁକ୍‌ରେ  ପରିବର୍ତ୍ତନ ଆଣି ଦେଇଥାଏ । 

ମିନି ଅଫିସ୍‌: ଯଦି ଆପଣ ସମ୍ପୂର୍ଣ୍ଣ ଘରୁ କାମ  କରୁଥାନ୍ତି କିମ୍ବା କେବେ କେବେ ଘରୁ ଅଫିସ୍‌ କାମ  କରୁଥାନ୍ତି, ତେବେ ଘରର ଖାଲି କୋଣକୁ ମିନି ଅଫିସ୍‌  ଭାବେ ବ୍ୟବହାର କରିପାରିବେ । କୋଣରେ ୱାର୍କ  ଟେବଲ୍‌ ରଖି ତା’ ଉପରେ ଫ୍ଲୋଟିଙ୍ଗ୍‌ ସେଲ୍ଫ ରଖି  ଅଫିସ୍‌ ଫାଇଲ୍‌ ରଖିପାରିବେ । 

ବସିବା ପାଇଁ ସ୍ଥାନ: ଘରର ଖାଲି କୋଣକୁ ବସିବା  ପାଇଁ ସ୍ଥାନ ବା ସିଟିଙ୍ଗ ଏରିଆ ଭାବେ ବ୍ୟବହାର  କରିପାରିବେ । କେବେ କେବେ ଆମେ ନିଜ ସହ ସମୟ  ବିତାଇବାକୁ ପସନ୍ଦ କରିଥାଉ । ଏହି ସମୟରେ ଘରର  କୋଣକୁ ବ୍ୟବହାର କରିପାରିବେ । 

ଫଟୋ କର୍ଣ୍ଣର୍‌: ଯଦି ଚାହିଁବେ ଘରର କୋଣକୁ ଫଟୋ  ଏରିଆ ଭାବେ ଡେକୋରେଟ୍‌ କରିପାରିବେ । ପରିବାରର  ସମସ୍ତଙ୍କ ଫଟୋକୁ ନେଇ ଏହି କୋଣର କାନ୍ଥକୁ ସୁନ୍ଦର  ଭାବେ ସଜାଇପାରିବେ । ସୁନ୍ଦର ଫଟୋଗୁଡିକ ସମସ୍ତଙ୍କ  ଦୃଷ୍ଟି ଆକର୍ଷଣ କରିବ ନିଶ୍ଚୟ । ଯଦି ଆପଣଙ୍କ ଘର  ଛୋଟ ହୋଇଥାଏ, ତେବେ ଏହି କୋଣକୁ ଖାଲି ନ  ପକାଇ ସୁବିନିଯୋଗ ନିଶ୍ଚୟ କରନ୍ତୁ ।

   Related Posts