ଆଜି ବସିବ ଗୃହ କମିଟି ବୈଠକ ; କମିଟି ନିକଟରେ ହାଜର ହୋଇ ସତ୍ୟପାଠ ଦାଖଲ କରିପାରନ୍ତି ଅଭିଜିତ ଆୟାର ମିତ୍ର
2/11/2018 at 10:05 AM

ଭୁବନେଶ୍ବର ୨|୧୧: କୋଣାର୍କ ଓ ଓଡ଼ିଆ ବିଧାୟକଙ୍କୁ ନେଇ ଅଭିଜିତ ଆୟାର ଅରୁଚିକର ମନ୍ତବ୍ୟ ଦେବା ଘଟଣାରେ ଆଜି ପୁଣି ବସିବ ଗୃହ କମିଟି ବୈଠକ । କମିଟି ନିକଟରେ ହାଜର ହୋଇ ଅଭିଜିତ ସତ୍ୟପାଠ ଦାଖଲ କରି ପାରନ୍ତି । ସତ୍ୟପାଠ ଦାଖଲ ପରେ କମିଟି ସଦସ୍ୟ ଘଟଣାକୁ ନେଇ ଆଲୋଚନା କରିବେ । ସେପଟେ ତାଙ୍କ ବିରୋଧରେ ଯେଉଁ ଅଭିଯୋଗ ହୋଇଥିଲା ଓ କମିଟି ଯାହକୁ ନେଇ ତଦନ୍ତ କରୁଛି ସେହି ଘଟଣାରେ ସତ୍ୟତା ଥିବା ସ୍ବୀକାର କରିଛନ୍ତି ଅଭିଜିତ୍ । ସେ ନିଃସର୍ତ୍ତ କ୍ଷମା ଭିକ୍ଷା କରିଛନ୍ତି । ଯାହା ଉପରେ ଆଜି ସେ ସତ୍ୟପାଠ ଦାଖଲ କଲାପରେ ଗୃହ କମିଟି ବିଚାର କରିବ । ଏହା ପରେ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ସେ ନେଇ ଗୃହକୁ ସୁପାରିସ କରିବ କମିଟି।
Related Posts
ଇଂଲିସ୍ ମିଡିୟମ୍ ସ୍କୁଲ୍ରେ ବିସ୍ଫୋରଣ; ୩ ଛାତ୍ର ଗୁରୁତର
1 February 2023