ପ୍ରବଳ ବର୍ଷାରେ ଭାଙ୍ଗିଲା ଘର, ବିଭିନ୍ନ ସ୍ଥାନରେ ଭୁଶୁଡିଲା ଘରର କାନ୍ଥ
20/08/2022 at 2:39 PM

ଫୁଲବାଣୀ ୨୦।୮: ଲଗାଣ ବର୍ଷlରେ କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡ଼ି, ରାଇକିଆ ଓ ଫିରିଙ୍ଗିଆ ବ୍ଲକ ବିଶେଷ କ୍ଷତିଗ୍ରସ୍ତ ହୋଇଛି l ବିଭିନ୍ନ ସ୍ଥାନରେ କଲଭର୍ଟ ଆଦି ସମ୍ପୂର୍ଣ୍ଣ ଧୋଇ ହୋଇଯିବା ଫଳରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି l
ଫିରିଙ୍ଗିଆ ବ୍ଲକ ପବିଙ୍ଗିଆର ପବିଙ୍ଗିଆ-ଲାମ ପଦର ରାସ୍ତାର ପାଜିମାହା କଲଭର୍ଟ ଧୋଇ ହୋଇଯିବା ଫଳରେ ତବନି ପଦର, ଲାମ ପଦର, ପଥର ଖୋଲ ଗ୍ରାମକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡିଥିବା ବେଳେ ଦାରିଙ୍ଗବାଡ଼ି, ସୀମନବାଡୀ କଲଭର୍ଟ ଦବିଯାଇଛି l କେତକ ସ୍ଥାନରେ ମାଟି ଅତଡ଼ା ଖସି ଗମନାଗମନ ଠପ୍ ହୋଇଯାଇଛି l ସେହିପରି ରାଇକିଆ-କରଡା ରାସ୍ତାରେ ମାଟି ଅତଡ଼ା ଖସିବା ଫଳରେ ରଣବା, ଇନ୍ଦ୍ରଗଡକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି l
ସେହିପରି ଫୁଲବାଣୀ ସମେତ ଅନେକ ସ୍ଥାନରେ ଘର ଭାଙ୍ଗି ଯାଇଥିବା ଜଣାପଡ଼ିଛି l ଫୁଲବାଣୀ ସହର ନୂଆ ସାହିରେ ଚାରିଟି ଘର କାନ୍ଥ ଭୁଶୁଡି ପଡିଥିବା ବେଳେ ଜିଲ୍ଲାର ଅନେକ ସ୍ଥାନରେ ବହୁ ଘର ଭାଙ୍ଗି ଥିବା ଜଣାପଡିଛି l
ପ୍ରଶାସନ ସତର୍କ ନଜର ରଖିଥିବା କହିଛି l ବର୍ଷା କମିଲେ ରାସ୍ତା ମରାମତି କରାଯାଇ ଗମନାଗମନର ସୁବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ପୂର୍ତ୍ତ ଓ ଗ୍ରାମ୍ୟ ଉନ୍ନୟନ ନିର୍ବାହୀ ଯନ୍ତ୍ରୀ l