ଭୁଶୁଡିଲା ଘରର ଟାଇଲ ଛପର, ଅଳ୍ପକେ ବର୍ତ୍ତିଲେ ପରିବାର
16/08/2022 at 3:10 PM

ଦେବଗଡ ୧୬।୮: ଗତ ୫ ଦିନ ଧରି ଲଗାଣ ବର୍ଷା ଯୋଗୁଁ ଦେବଗଡ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଘର ଭାଙ୍ଗିଥିବା ଜଣାପଡିଛି । ଦେବଗଡ ସହର ୪ ନମ୍ବର ୱାର୍ଡ ଗୁରୁସାହିରେ ଜଣେ ବ୍ୟକ୍ତିଙ୍କ ଘର ଭୁଶୁଡି ପଡିଥିବା ବେଳେ ପରିବାର ଲୋକ ଅଳ୍ପକେ ବର୍ତ୍ତିଯାଇଛନ୍ତି ।
ଗୁରୁସାହିର ପ୍ରଦୀପ କାରିଗରଙ୍କ ଘରେ ସୋମବାର ରାତିରେ ସ୍ବାମୀ, ସ୍ତ୍ରୀ ଓ ତିନି ସନ୍ତାନ ଶୋଇଥିଲେ। ଲଗାଣ ବର୍ଷା ଯୋଗୁଁ ଘରୁ ପାଣି ଗଳିବାରୁ ସେମାନେ ମଧ୍ୟ ରାତ୍ରିରେ ନିକଟସ୍ଥ ଘରକୁ ଆସବାବପତ୍ର ସ୍ଥାନାନ୍ତରିତ କରିଥିଲେ । ସ୍ଥାନାନ୍ତରିତ କରିବାର କିଛି ସମୟ ପରେ ହଠାତ ତାଙ୍କ ଘରର ଟାଇଲ ଛପର ଭୁଶୁଡି ପଡିଥିଲା। ପରିବାର ସଦସ୍ୟ ସ୍ଥାନାନ୍ତରିତ ହୋଇଥିବା ଯୋଗୁଁ ଅଳ୍ପକେ ରକ୍ଷା ପାଇଯାଇଛନ୍ତି । ଘରଟି ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଛି ।
Related Posts
ପାଖରେ ନଥିଲା ସମ୍ୱଳ, ୪୦ କିଲୋମିଟର ମୃତଦେହ ଧରି ଚାଲିଲେ ସ୍ୱାମୀ
9 February 2023
ଝାରସୁଗୁଡ଼ା ଯିବେ ମୁଖ୍ୟମନ୍ତ୍ରୀ, ନବ ଦାସଙ୍କ ଦ୍ବାଦଶାହରେ ଯୋଗଦେବେ
9 February 2023