କଟକ ୨୫।୭: ଭୁଶୁଡି ଗଲା ପୁରୁଣା ଘରର ଛାତ । ଅଳ୍ପକେ ବର୍ତ୍ତିଗଲେ ବୃଦ୍ଧ ଦମ୍ପତ୍ତି । କଟକ ଓଡିଆ ବଜାରରେ ଘଟିଛି ଏଭଳି ଅଭାବନୀୟ ଘଟଣା ।
ସୂଚନାଯୋଗ୍ୟ ଯେ, କଟକ ଓଡିଆ ବଜାରରେ ଏକ ପୁରୁଣା ଘର ଭୁଶୁଡି ଯାଇଛି । ଦୁର୍ଘଟଣା ଫଳରେ ଅଳ୍ପକେ ବର୍ତ୍ତିଯାଇଛନ୍ତି ଦମ୍ପତ୍ତି । ବହୁ ପୁରୁଣା ଘର ହୋଇଥିବାରୁ ଛାତ ଭୁଶୁଡି ପଡିଥିବା ସୂଚନା ମିଳିଛି ।