ଲଗାତାର ବର୍ଷା ଯୋଗୁଁ ଧସିଗଲା ଘର, ଦେଖୁ ଦେଖୁ ପାଣିରେ ଭାସିଗଲା ସମ୍ପୂର୍ଣ ଘର

Published By : Prameya-News7 Bureau | July 19, 2020 IST

ନୂଆଦିଲ୍ଲୀ ୧୯/୦୭ : ଦିଲ୍ଲୀ ଏନସିଆରର ଅନେକ ଅଞ୍ଚଳରେ ରବିବାର ସକାଳୁ ଲଗାତାର ଭୀଷଣ ବର୍ଷା ହେଉଛି | ଦିଲ୍ଲୀ ତଥା ଏନସିଆରର ଅନେକ ଅଞ୍ଚଳ ଜଳମଗ୍ନ ହୋଇରହିଛି | ପ୍ରବଳ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି | ବର୍ଷା ଯୋଗୁଁ ଆଇଟିଓ ନିକଟସ୍ଥ ଅନ୍ନା ନଗରରେ ଏକ ଘର ଭାସି ଯାଇଛି | ଲଗାତାର ଭୀଷଣ ବର୍ଷା ଯୋଗୁଁ ଘର ଧସି ଯାଇଥିଲା ଓ ବର୍ଷା ପାଣିରେ ଭାସି ଯାଇଥିଲା | ମୁକେଶ ସିଂହ ସେଙ୍ଗର ଟ୍ୱିଟରରେ ଏହାର ଭିଡିଓ ସେୟାର କରିଛନ୍ତି | ଭିଡିଓ ଟ୍ୱିଟ କରି ସେ କହିଛନ୍ତି ଅନ୍ନା ନଗରରେ ରବିବାର ସକାଳୁ ବର୍ଷା ଯୋଗୁଁ ଏକ ଘର ଧସି ଯାଇଛି ଏବଂ ବର୍ଷା ପାଣିରେ ଭାସି ଯାଇଛି | ସୌଭାଗ୍ୟବଶତ ସେତେବେଳେ ଘର ଭିତରେ କେହି ନଥିଲେ |

wp:core-embed/twitter {"url":"https://twitter.com/mukeshmukeshs/status/1284761865877204992","type":"rich","providerNameSlug":"twitter","className":""}
https://twitter.com/mukeshmukeshs/status/1284761865877204992
/wp:core-embed/twitter

ସୂଚନାଯୋଗ୍ୟ ଯେ, ରାଜଧାନୀ ଦିଲ୍ଲୀରେ ରବିବାର ସକାଳୁ ବର୍ଷା ଲାଗିରହିଛି | ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି | ଅନେକ ଅଞ୍ଚଳ ଜଳମଗ୍ନ ରହିଥିବାରୁ ଯାତାୟାତ ଠପ ହୋଇଯାଇଛି | ଆଇଟିଓ ମେଣ୍ଟୋ ବ୍ରିଜ ଆଦି ଅନେକ ଜାଗା ଜଳମଗ୍ନ ହୋଇ ରହିଛି | ଆଗାମୀ ୩ ଦିନ ଦିଲ୍ଲୀରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ଚେତାବନୀ ଜାରି କରିଛନ୍ତି |

{"id":302554,"sizeSlug":"large"}

ସୂଚନାଯୋଗ୍ୟ ଯେ, ଦେଶର ଅନେକ ରାଜ୍ୟରେ ମୌସୁମୀ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି | ବିହାର ଆସାମରେ ଲଗାତାର ବର୍ଷା ଯୋଗୁଁ ବନ୍ୟା ହୋଇଛି | ଲୋକେ ନାନା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି | ଜିଲ୍ଲା ପ୍ରଶାସନ ସାହାଯ୍ୟରେ ଜଳମଗ୍ନ ଅଞ୍ଚଳରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରାଯାଉଛି | ବନ୍ୟା ଯୋଗୁଁ ଆସାମ ପରିସ୍ଥିତି ଅତ୍ୟନ୍ତ ସଙ୍କଟାପନ୍ନ ହୋଇଛି | ବନ୍ୟା ଯୋଗୁଁ ଆସାମରେ ଏବେ ସୁଦ୍ଧା ୧୦୦ ଜଣ ପ୍ରାଣ ହରାଇ ସାରିଛନ୍ତି | 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.