ଭଦ୍ରକ ଧାମନଗରରେ ନିଆଁ ଲାଗି ଜଳିଗଲା ଘର ; ରାସ୍ତା ଖରାପ ଯୋଗୁଁ ଗାଁକୁ ଆସିପାରିଲାନି ଦମକଳ ଗାଡି
29/09/2018 at 10:25 AM

ଭଦ୍ରକ ୨୯|୯: ଭଦ୍ରକ ଜିଲ୍ଲା ଧାମନଗର ବରଗଡ଼ିଆ ଗାଁରେ ନିଆଁ ଲାଗି ଜଳିଗଲା ଘର । ରାସ୍ତା ଖରାପ ଯୋଗୁଁ ଗାଁକୁ ଆସିପାରିଲାନି ଦମକଳ ଗାଡି । ପ୍ରତିବାଦରେ ରାସ୍ତା ଅବରୋଧ କରିଛନ୍ତି ଗ୍ରାମବାସୀ । ନିଆଁଲାଗି ଗାଁର ଅଙ୍ଗନବାଡି କର୍ମୀଙ୍କ ୭ ବଖରା ଘର ଜଳିଯାଇଛି । ଏହାସହ ସରକାରୀ କାଗଜପତ୍ର ଓ ୨ଟି ବାଇକ୍ ମଧ୍ୟ ଜଳି ପାଉଁଶ ହୋଇଯାଇଛି । ବିଳମ୍ବିତ ରାତିରେ ହଠାତ୍ ନିଆଁଲାଗି ଚାରିଆଡେ ବ୍ୟାପିଯାଇଥିଲା । ନିଆଁକୁ ଆୟତ୍ତ ପାଇଁ ଅଗ୍ନିଶମ ବିଭାଗକୁ ଫୋନ୍ କରାଯାଇଥିଲେ ମଧ୍ୟ ରାସ୍ତା ଖରାପ ଯୋଗୁ ଗାଁକୁ ଦମକଳ ଆସିପାରିନଥିବା ଅଭିଯୋଗ ହୋଇଛି । ପ୍ରତିବାଦରେ ଗାଁଲୋକେ ଭଦ୍ରକ ଧାମନଗର ରାସ୍ତାର ବରଗଡ଼ିଆ ଛକ ନିକଟରେ ରାସ୍ତାରୋକ କରିଛନ୍ତି ।
Related Posts
ବୁଦ୍ଧଖୋଲ ମହୋତ୍ସବ ଉଦଯାପିତ; ଲୋକନୃତ୍ୟରେ ଦୁଲୁକିଲା ମଞ୍ଚ
30 January 2023
ବିଦ୍ୟୁତ୍ ଆଘାତରେ ରାଜମିସ୍ତ୍ରୀଙ୍କ ମୃତ୍ୟୁ
30 January 2023
ନୀଳଗିରି ରାସ୍ତାରେ ବୁଲୁଛି ଭାଲୁ; ଭୟଭୀତ ସ୍ଥାନୀୟ ଲୋକେ
30 January 2023