ଜମିବାଡି ବିବାଦରୁ ଦୁଇ ପରିବାର ମଧ୍ୟରେ ସଂର୍ଘଷ, ଥାନାରେ ସମାଧାନ ପରେ ଘରପୋଡି ଅଭିଯୋଗ
5/11/2020 at 11:02 AM

ଆନନ୍ଦପୁର ୫।୧୧: କେନ୍ଦୁଝର ଜିଲ୍ଲା ଘସିପୁର ଥାନା ଶୈଲଙ୍ଗ ଗାଁ ହରିଜନ ସାହିଠାରେ ଜମିବାଡି ବିବାଦକୁ କେନ୍ଦ୍ରକରି ଗୋଟିଏ ପରିବାର ଅନ୍ୟ ଏକ ପରିବାରର ଘର ପୋଡି ଦେଇଥିବା ଅଭିଯୋଗ ହୋଇଛି । ଏହି ଘଟଣାରେ ପୋଲିସ ଉଭୟଙ୍କ ପକ୍ଷରୁ ୪ ଜଣଙ୍କୁ ଅଟକ ରଖି ପଚରା ଉଚରା ଚଳାଇଛି । ଗାଁର ଅଭିମନ୍ୟୁ ପାତ୍ର ଓ ରଥିଆ ପାତ୍ର ପରିବାର ମଧ୍ୟରେ ଜମିବାଡି ବିବାଦକୁ କେନ୍ଦ୍ରକରି ବିବାଦ ଲାଗି ରହିଥିଲା ।

ବିବାଦକୁ କେନ୍ଦ୍ରକରି ଉଭୟ ପରିବାର ମଧ୍ୟରେ ଗତ ୩୧ ତାରିଖ ଶନିବାର ଉଭୟ ପରିବାର ମଧ୍ୟରେ ସଂଘର୍ଷ ଘଟି ଉଭୟ ପକ୍ଷରୁ ୬ ଜଣ ଆହତ ହୋଇଥିବାବେଳେ ଏ ନେଇ ୨ ପକ୍ଷରୁ ଥାନରେ ଲିଖିତ ଅଭିଯୋଗ ହୋଇଥିଲା । ବୁଧବାର ଏହି ଘଟଣାର ଥାନାରେ ଆପୋଷ ସମାଧାନ ହୋଇଥିଲା । ହେଲେ ବିଳମ୍ବିତ ରାତିରେ ରଥିଆ ପାତ୍ରଙ୍କ ଘରେ ନିଆଁ ଲାଗି ଘର ପୋଡିଯାଇଛି । ବିବାଦକୁ କେନ୍ଦ୍ରକରି ଅଭିମନ୍ୟୁ ପାତ୍ରଙ୍କ ପରିବାର ନିଆଁ ଲଗାଇଥିବା ସନ୍ଦେହ କରିଛନ୍ତି ରଥିଆଙ୍କ ପରିବାର । ଖବର ପାଇ ପୋଲିସ ଗାଁରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।