ଭଦ୍ରକ ସାନଗୋପାଳ ସାହିରେ ଭୟାବହ ଅଗ୍ନିକାଣ୍ଡ ; ୧୬ବଖରା ଘର ସହ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ନଷ୍ଟ
6/10/2018 at 8:56 AM

ଭଦ୍ରକ ୬|୧୦: ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ସାବରଙ୍ଗ ସାନ ଗୋପାଳ ସାହିରେ ଭୟାବହ ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡରେ ୫ଟି ପରିବାରର ୧୬ ବଖରା ଘର ଭସ୍ମୀଭୂତ ହେବା ସହ ଲକ୍ଷାଧିକ ଟଙ୍କାର ସମ୍ପତି ନଷ୍ଟ ହୋଇଯାଇଛି। ଗତକାଲି ବିଳମ୍ବିତ ରାତିରେ ଘରେ ଶୋଇଥିବା ଅବସ୍ଥାରେ ନିଆଁ ଲାଗିଯାଇଥିଲା। ନିଆଁର ପ୍ରକୋପ ଏତେ ଥିଲା ଯେ ଚାହୁଁ ଚାହୁଁ ପାଖକୁ ପାଖ ଘରେ ନିଆଁ ବ୍ୟାପୀଯାଇଥିଲା । ରାତି ହୋଇଥିବାରୁ ଘର ଲୋକ କୌଣସି ଜିନିଷ କାଢ଼ି ପାରିନଥିଲେ । ନିମିଷକେ ମଧ୍ୟରେ ଚାଉଳ, ଆସବାବ ପତ୍ର ସମ୍ପୂର୍ଣ୍ଣ ନିଆଁରେ ପୋଡି ପାଉଁଶ ହୋଇଯାଇଥିଲା । ଖବର ପାଇ ଭଦ୍ରକ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ନିଆଁକୁ ଲିଭାଇ ବା ସମୟରେ ୨ଜଣ ଆହତ ମଧ୍ୟ ହୋଇଛନ୍ତି।
Related Posts
ଘରୁ ମିଳିଲା ସ୍ୱାମୀ-ସ୍ତ୍ରୀଙ୍କ ଝୁଲନ୍ତା ମୃତଦେହ, ପୋଲିସ ଖୋଜୁଛି କାରଣ
28 January 2023
ଖଣ୍ଡଗିରି ପୋଲିସକୁ ସଫଳତା, ୫ ପେସାଦାର ଅପରାଧୀ ଗିରଫ
28 January 2023