ଭଦ୍ରକ ଧୂଷୁରୀ ଅଞ୍ଚଳରେ ଅଗ୍ନିକାଣ୍ଡ ; ଆସବାବପତ୍ର ସହ ଜଳିଗଲା ୧୦ବଖରା ଘର
8/10/2018 at 8:58 AM

ଭଦ୍ରକ ୮|୧୦: ଭଦ୍ରକ ଜିଲ୍ଲା ଧୂଷୁରୀ ଥାନା ବାମକୁରା ଗାଁରେ ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡରେ ନଗଦ ୨ଲକ୍ଷ ଟଙ୍କା ଓ ବାଇକ୍ ସହ ୧୦ବଖରା ଘର ସମ୍ପୂର୍ଣ୍ଣ ଜଳିଯାଇଛି । ବିଳମ୍ବିତ ରାତିରେ ଘରେ ଶୋଇଥିବା ଅବସ୍ଥାରେ ନିଆଁ ଲାଗିଯାଇଥିଲା । ନିଆଁର ପ୍ରକୋପରେ ଘରର ଆସବାବପତ୍ର ସମ୍ପୂର୍ଣ୍ଣ ଜଳିଯାଇଥିଲା । ରାତି ହୋଇଥିବାରୁ ଘର ଲୋକ କୌଣସି ଜିନିଷ କାଢ଼ିପାରିନଥିଲେ । ଘରେ ଥିବା ଚାଉଳ, ଆସବାବପତ୍ର ସମ୍ପୂର୍ଣ୍ଣ ନିଆଁରେ ପାଉଁଶ ହୋଇଯାଇଥିଲା । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ତେବେ ନିଆଁ ଯୋଗୁଁ ତିଳୋତ୍ତମା ପଣ୍ଡା ଗୁରୁତର ହୋଇଛନ୍ତି । ଚିକିତ୍ସା ପାଇଁ ତାଙ୍କୁ ଧୂଷୁରୀ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଯାଇଛି ।
Related Posts
କୋରାପୁଟରେ ଚାଞ୍ଚଲ୍ୟ, ଗଳା କାଟି ଯୁବକଙ୍କୁ ହତ୍ୟା, କାରଣ ଅସ୍ପଷ୍ଟ
6 February 2023